ବରଗଡ: -“ଏଚଆର ଇଣ୍ଡିଆ” ଏହାର ଜାତୀୟ ଦ୍ୱିତୀୟ ମେଗା ଇଭେଣ୍ଟ ଏବଂ ନୋଏଡା ମ୍ୟାକ୍ସ ଟାୱାରରେ ଜାତୀୟ ଏଚଆର ପୁରସ୍କାର ର ଆୟୋଜନ କରିଥିଲେ । ବରିଷ୍ଠ ପ୍ରତିନିଧି ଶ୍ରୀମତୀ ମୀନାକ୍ଷୀ ଆରୋରା, ଶ୍ରୀମତୀ ଦେବଜାନୀ ରୟ, ଶ୍ରୀ ଆନନ୍ଦ ପିଲ୍ଲାଇ, ଶ୍ରୀ ରଂଜନ କୁମାର ମହାପାତ୍ର, ଡ. ରାଧା ଶର୍ମା, ଶ୍ରୀମତୀ ଗୈାରୀ ଦାସ, ଡ. ଆଏଲ୍ ବୁସରାଇ ଙ୍କ ଆୟୋଜନ କ୍ରମେ ଏଚଆର ଇଣ୍ଡିଆର ପ୍ରତିଷ୍ଠାତା ସମର ମହାପାତ୍ର ଏଚଆର ଇଣ୍ଡିଆର ସୃଷ୍ଟି ପଛରେ ଥିବା ଲକ୍ଷ୍ୟ ତଥା ଏହାର ସଫଳତା ବିଷୟରେ ସୂଚନା ଦେଇଥିଲେ। ପ୍ୟାନେଲ ଆଲୋଚନା ସମୟରେ ସମସ୍ତ ପ୍ୟାନେଲିଷ୍ଟମାନେ ଉନ୍ନତ କର୍ମଚାରୀଙ୍କ ଅଭିଜ୍ଞତା ପ୍ରଦାନ ପାଇଁ ସେମାନେ, ସେମାନଙ୍କ ସଂଗଠନ କରୁଥିବା ଅନନ୍ୟ କାର୍ଯ୍ୟକୁ ଉପସ୍ଥାପନ କରିଥିଲେ । ଏହି ଇଭେଣ୍ଟରେ, ଏଚଆର ଇଣ୍ଡିଆ ୧୩ ଟି କମ୍ପାନୀ ଏବଂ ବିଭିନ୍ନ ରାଜ୍ୟରୁ ୬ ଜଣ ବ୍ୟକ୍ତିଗତ ଏଚଆର କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶ୍ରେଷ୍ଠ ମାନବିକତା ଏଚଆର ପ୍ରଫେସନାଲ୍ ୨୦୨୨ ପାଇଁ ଏଚଆର ଇଣ୍ଡିଆ ଜାତୀୟ ପୁରସ୍କାରଭାବେ ଓଡ଼ିଶାରୁ ମାତ୍ର ଜଣେ ମିସ ରଞ୍ଜିତା ପ୍ରିୟଦର୍ଶିନୀଙ୍କୁ ଦୀନହୀନ ଲୋକଙ୍କୁ ସାହାଯ୍ୟ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଏବଂ ମହିଳା ଶ୍ରମିକମାନଙ୍କ ପାଇଁ ସର୍ବଦା ଚିନ୍ତା କରିବା ଏବଂ ସହ ରାହା ଦେବା ଏବଂ କୋଭିଡ୍ ସମୟରେ ଶ୍ରମିକମାନଙ୍କୁ ସାହାଯ୍ୟ କରିବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଇଥିଲା । ଓଡ଼ିଶାବାସୀ ତାଙ୍କୁ ବହୁତ ଖୁସି ଏବଂ ତାଙ୍କ ପାଇଁ ଗର୍ବିତ ଅନୁଭବ କରୁଛନ୍ତି ଯେହେତୁ ଚଳିତ ବର୍ଷ ମିସ ରଞ୍ଜିତା ଏହି ପୁରସ୍କାର ପାଇଛନ୍ତି । ମିସ ରଞ୍ଜିତା ଭାଷା ଅନୁଯାୟୀ ସଫଳତା ପାଇଁ ପ୍ରତିବନ୍ଧକ ନୁହେଁ, ଏଚଆର ହେଉଛି କର୍ମଚାରୀଙ୍କ ସୁଖ ଦୁଖ ର ସାଥି । ଯଦି ଆପଣଙ୍କର କର୍ମଚାରୀଙ୍କ ପାଇଁ କିଛି କରିବାକୁ ଆଗ୍ରହ ଅଛି ତେବେ କେବଳ ତାହା କରନ୍ତୁ, ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ କଥା ହୁଅନ୍ତୁ ଯାହା ଶ୍ରମିକମାନଙ୍କ ବିକାଶ ଦିଗରେ ଏବଂ ସଂଗଠନ ପାଇଁ ମଧ୍ୟ ମଙ୍ଗଳ ହେବ ବୋଲି ମତବ୍ୟକ୍ତ କରିଥିଲେ ।
ଦ୍ୱିତୀୟ ଜାତୀୟ ଏଚଆର ଇଣ୍ଡିଆ ପୁରସ୍କାର ଗ୍ରହଣ କଲେ ମିସ ରଞ୍ଜିତା ପ୍ରିୟଦର୍ଶିନୀ
Creat A Revolution
Advertisement
Advertisement