କେମିତି କଟିବ ଆପଣଙ୍କ ଦିନ, ରାଶିଫଳରୁ ଜାଣନ୍ତୁ ଭାଗ୍ୟରାଶି

ମେଷ: ଧାର ଦେଇଥିବା ପଇସା ଫେରସ୍ତ ପାଇବେ । ବୈଜ୍ଞାନିକଙ୍କୁ ବଡ଼ ସଫଳତା ମିଳିବ । ପ୍ରେମୀଯୁଗଳ ନିଜର ସାଥୀ ପ୍ରତି ବିଶ୍ୱାସ ବଜାୟ ରଖନ୍ତୁ ।

Advertisement

ବୃଷ: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ । ଔଷଧ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ ।

ମିଥୁନ: ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ । ଅଫିସରେ ଜରୁରୀ କାମ ପୂରା କରିବାରେ ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ପାଇବେ । ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ ।

କର୍କଟ: କାରବାରରେ ଅନିଶ୍ଚିତତା ରହିପାରେ । ଯାହା ବି କରିବେ ସକାରାତ୍ମକ ହୋଇ କରନ୍ତୁ । ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ । ଜୀବନସାଥୀଙ୍କ ସହଯୋଗ ଆପଣଙ୍କ ଅଶାନ୍ତି କମ୍ କରିବ ।

ସିଂହ: ଧନଲାଭର ଯୋଗ ରହିଛି । ଶିକ୍ଷକଙ୍କ ଲାଗି ଭଲ ଦିନଟିଏ । ବେକାରଙ୍କ ଲାଗି ଚାକିରିର ସୁଯୋଗ ଆସିବ । ଜୀବନସାଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ ।

କନ୍ୟା: ଆପଣଙ୍କ ଲାଗି ଆତ୍ମବିଶ୍ୱାସ ଓ ଆଶାଯୁକ୍ତ ଦିନଟିଏ । ଯାହା କରିବା ପାଇଁ ଭାବିଥିଲେ ତାହା ସଂପୂର୍ଣ୍ଣ ହୋଇଯିବ । ନିଜ କାମରେ ନୂଆ କୈାଶଳ ଗ୍ରହଣ କରିବାକୁ ଚେଷ୍ଟା କରନ୍ତୁ ।

ତୁଳା: ଆପଣଙ୍କର ମାନସିକ ଅସ୍ଥିରତା ବଢ଼ିପାରେ । ଆର୍ôଥକ ସ୍ଥିତି ଚିନ୍ତାଜନକ ରହିବ । ବନ୍ଧୁ ଠାରୁ ଆର୍ôଥକ ସହାୟତା ପାଇବେ । ଡାକ୍ତରଙ୍କର ସୁନାମ ବଢ଼ିବ ।

ବିଛା: ଜରୁରୀ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଯିବ । ଅଭାବୀ ଲୋକଙ୍କୁ ସହାୟତା କରିବାରେ ସଂକୋଚ କରନ୍ତୁ ନାହିଁ । ଛାତ୍ରଙ୍କର ପାଠପଢ଼ାରେ ମନ ଲାଗିବ ।

ଧନୁ: ମନରେ ବହୁତ ସକାରାତ୍ମକ ଭାବନା ଆସିବ । ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ । ବିବାହିତ ଲୋକ ଜୀବନସାଥୀଙ୍କୁ ଅଧିକରୁ ଅଧିକ ସମୟ ଦିଅନ୍ତୁ ।

ମକର: ଜୀବନରେ ଅନ୍ୟମାନଙ୍କର ସହଯୋଗ ମିଳିବ । ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ । ଆପଣଙ୍କର ସ୍ୱାସ୍ଥ୍ୟ ଠିକ୍ ରହିବ । ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ ।

କୁମ୍ଭ: ଚାକିରିଆଙ୍କୁ ପଦୋନ୍ନତି ମିଳିବାର ଯଥେଷ୍ଟ ସମ୍ଭାବନା ଅଛି । ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ଛାତ୍ରଛାତ୍ରୀ ଭାବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରି ପଢ଼ନ୍ତୁ ।

ମୀନ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ । ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ । ଆପଣ ନିଜ ଆତ୍ମବିଶ୍ୱାସର ଆନନ୍ଦ ନିଅନ୍ତୁ । ସାଥୀ ମେଳରେ ଆପଣଙ୍କର ଛବି ଉତ୍କୃଷ୍ଟ ରହିବ ।ଦୋଳ ପୁର୍ଣ୍ଣିମା ଓ ହୋଲି ଅବସରରେ ଆପଣଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା, ଆପଣଙ୍କୁ ଏହି ସୁନ୍ଦର ଭେଟି

Advertisement

Leave a Reply

Your email address will not be published. Required fields are marked *

error: Content is protected !!