ହୋଲିରେ କେମିକାଲ ରଙ୍ଗରୁ କେମିତି ରକ୍ଷା କରିବେ ଆପଣଙ୍କ କେଶ ଓ ଶରିରକୁ, ଆସନ୍ତୁ ଜାଣିବା

ରଙ୍ଗର ଏହି ପର୍ବ ରେ ଲୋକମାନେ ନିଜ ନିଜ ମଧ୍ୟରେ ସବୁ ରାଗ ଭୁଲି ଖୁସି ମନରେ ରଙ୍ଗ ଖେଳିଥାନ୍ତି । ରଙ୍ଗ ଖେଳର ଅନେକ ମହତ୍ତ୍ୱ ରହିଛି । ହୋଲି ଏକ ଏପରି ପର୍ବ ଯାହାକୁ ଲୋକମାନେ ପ୍ରତିବର୍ଷ ଅପକ୍ଷୋ କରି ରହିଥାନ୍ତି । ତେବେ ରଙ୍ଗ ଖେଳିବା ବେଳେ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ଆବଶ୍ୟକ । କାରଣ ଏଥିରେ କେମିକାଲ୍ ମିଶାଯାଉଥିବାରୁ ଖୁବ୍ ସାବଧାନତା ଅବଲମ୍ବନ କରିବା ଜରୁରୀ । ଏହା ଉଭୟ କେଶ ଓ ତ୍ୱଚା ପାଇଁ ହାନିକାରକ ହୋଇଥାଏ ।

Advertisement


ଏପରି ସ୍ଥଳରେ ଅନେକଙ୍କୁ ନିଜ କେଶ ଓ ତ୍ୱଚାର ଚିନ୍ତା ରହିଥାଏ । ଏହି କ୍ରମରେ ଯଦି ରଙ୍ଗ ଖେଳିବା ପୂର୍ବରୁ କିଛିଟା ଯତ୍ନବାନ ହୋଇଯିବା ତାହେଲେ ରଙ୍ଗର ଖରାପ ପ୍ରଭାବ କେଶ ଉପରେ କମ୍ କରାଯାଇପାରିବ । ତାହେଲେ ଚାଲନ୍ତୁ ଜାଣିବା କେଶର ଯତ୍ନ ନେବାର କିଛି ଟିପ୍ସ ବିଷୟରେ । ହୋଲିରେ କେଶର ଯତ୍ନ ନେବା ପାଇଁ ହେଲେ ସର୍ବପ୍ରଥମେ କେଶର ଅଗ୍ରଭାଗକୁ କାଟି ଦିଅନ୍ତୁ । କାରଣ ରଙ୍ଗ ପ୍ରଭାବରେ କେଶ ଡ୍ରାଏ ଓ ଦୁଇ ମୁହଁ ହେବାର ସମ୍ଭାବନା ଅଧିକ ରହିଥାଏ । ତେଣୁ ହୋଲିର କିଛି ଦିନ ପୂର୍ବରୁ କେଶର ଅଗକୁ କାଟି ଦିଅନ୍ତୁ ।

କର୍ଡିଶନର୍ କେଶକୁ ଅଧିକ ସୁରକ୍ଷା ଦେଇଥାଏ । ତେଣୁ କେଶକୁ କଣ୍ଡିଶନର୍ କରିବା ଆଦୌ ଭୂଲନ୍ତୁ ନାହିଁ । କଣ୍ଡିଶନର୍ କୁ ୧୦ ମିନିଟ୍ ପର‌୍ୟ୍ୟନ୍ତ କେଶରେ ରଖିବାକୁ ଦିଅନ୍ତୁ । ଏହାପରେ କେଶ କୁ ଭାବରେ ଧୋଇ ଦିଅନ୍ତୁ । ଏହାପରେ କେଶକୁ ଭଲ ଭାବରେ ଶୁଖାଇ ଦିଅନ୍ତୁ ।
ରଙ୍ଗ ଖେଳିବାର ଗୋଟିଏ ଦିନ ପୂର୍ବରୁ କେଶକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା କେଶକୁ ଭଳ ସୁରକ୍ଷା ମିଳିଥାଏ । ଏହାର ପରଦିନ ଖେଳିବାକୁ ଯିବା ସମୟରେ ଲିଭ୍‌-ଇନ୍ କଣ୍ଡିସନ୍ ଲଗାଇ ପାରିବେ ।

ହୋଲି ଖେଳିବା ବେଳେ କେଶ ଯଦି ତେଲ ଲଗାଯାଇଥିବ ତାହେଲେ କେଶରେ ରଙ୍ଗ ପ୍ରବେଶ କରେ ନାହିଁ । ଫଳରେ ରଙ୍ଗ ଖେଳିବା ପରେ ମୁଣ୍ଡ ଧୋଇଲେ କେଶ ଉପୁଡେ ନାହିଁ । ଏହି କାରଣରୁ କେଶର ମୂଳରେ ଭଲ ଭାବରେ ତେଲ ମାଲିଶ କରନ୍ତୁ । ମାଲିଶ କରିବା ପାଇଁ ନଡ଼ିଆ ତେଲ କିମ୍ବା ଜୈତୁମ୍ ତେଲ ବ୍ୟବହାର କରନ୍ତୁ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!