ଓଡିଶାରେ ଯୁଦ୍ଧର ପ୍ରଭାବ, ସାଧାରଣ ଲୋକ ଆହୁରି ହେବେ ହନ୍ତସନ୍ତ

କଟକ -: ଋଷିଆ-ୟୁକ୍ରେନ ଯୁଦ୍ଧର ପ୍ରଭାବ ସାରା ବିଶ୍ୱ ଦେଖୁଛି । ଏହା ପ୍ରଭାବରେ ସାରା ଭାରତବର୍ଷ ତଥା ଓଡିଶାର ଜନସାଧାରଣଙ୍କ ଉପରେ ଭାରି ପଡିବାକୁ ଯାଉଛି ।

Advertisement


ଏହାର ପ୍ରଭାବରେ ଦିନକୁ ଦିନ ବଢୁଛି ଖାଇବା ତେଲ, ଅଟା, ମଇଦା, ସୁଜି ଆଦିର ମୂଲ୍ୟ । ଖାସକରି ସୂର୍ଯ୍ୟମୁଖୀ ତେଲ, ପାମୋଲିନ ତେଲ ଦର ପୂର୍ବରୁ ବୃଦ୍ଧି ହୋଇ ରହିଥିବା ବେଳେ ଏବେ ଅଟା, ମଇଦା, ସୁଜି ଆଦିର ମୂଲ୍ୟ ବୃଦ୍ଧି ପାଉଛି ।
ଗହମ ଜନିତ ଖାଦ୍ୟ ପଦାର୍ଥ ଭାରତରେ ଆମଦାନୀ ହେଉଛି । ହେଲେ ଏବେ ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଭାରତରେଏବେ ଗହମ ଜନିତ ଖାଦ୍ୟ ପଦାର୍ଥ ଅନ୍ୟ ଦେଶକୁ ରପ୍ତାନି ହେଉଛି । ଯାହାଫଳରେ ୫ ଟଙ୍କାରୁ ୧୦ ଟଙ୍କା ପର୍ଯ୍ୟନ୍ତ ଦର ବୃଦ୍ଧି ହେଉଛି ।


ଏହା ସତ୍ତ୍ୱେ ରାଜ୍ୟରେ ପର୍ଯ୍ୟାପ୍ତ ମାତ୍ରାରେ ଖାଇବା ତେଲ ଓ ଗହମ ଜନିତ ଖାଦ୍ୟ ପଦାର୍ଥ ମହଜୁଦ ରହିଛି । ଏଥିରେ କାହାକୁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ମାଲଗୋଦାମ ବ୍ୟବସାୟୀ ଚାମ୍ବର ଅଫ କମର୍ସ ସମ୍ପାଦକ । ସେପଟେ ଦରଦାମ ବୃଦ୍ଧି ଯୋଗୁ ଘର ଚଳେଇବା କଷ୍ଟ ହେଉଛି ବୋଲି ଖାଉଟି କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!