ଆପଣଙ୍କ ମୁହଁରୁ ବ୍ରଣ ହେବ ଗାଏବ, ଦେଖନ୍ତୁ କେମିତି କରିବେ ଘରୋଇ ଉପଚାର

ପୁରୁଷ ହୁଅନ୍ତୁ ମହିଳା ସମସ୍ତଙ୍କର ସମସ୍ୟା ଏବେ ଚୁଟକିରେ ହେବ ଗାଏବ । ସମସ୍ତଙ୍କ ପାଇଁ ବ୍ରଣ ସମସ୍ୟା ଏକ ମୁଖ୍ୟ ସମସ୍ୟା ହୋଇ ଦେଖା ଦେଉଛି । ଖାସକରି ଏହାକୁ ନେଇ ଚିନ୍ତାରେ ଯୁବପୀଢି । ତେବେ ଅନେକ ଏଥିରୁ ରକ୍ଷା ପାଇବା ପାଇଁ ବିଭିନ୍ନ କେମିକାଲ ଯୁକ୍ତ ପ୍ରଡକ୍ଟ ବ୍ୟବହାର କରି ଥାଆନ୍ତି । ହେଲେ ଏହା ସମସ୍ତଙ୍କ ତ୍ୱଚାରେ ସୁଟ୍ କରି ନଥାଏ । ତେଣୁ ସବୁବେଳେ ଘରୋଇ ଉପଚାର ତ୍ୱଚା ପାଇଁ ଉପକାରୀ ହୋଇଥାଏ । କିନ୍ତୁ ଏବେ ଆଉ ଚିନ୍ତା କରିବାର ନାହିଁ ଆପଣଙ୍କ ରୋଷେଇ ଘରେ ହିଁ ଉପଚାର ସମସ୍ତ ସାମଗ୍ରୀ ରହିଛି । ତେବେ ବ୍ରଣ ସମସ୍ୟାର ଘରୋଇ ଉପଚାର ବିଷୟରେ ଆସନ୍ତୁ ଜାଣିବା ।

Advertisement

-ଚାଉଳ ଚୂନାରେ ହଳଦୀ ପାଉଡର, ଟମାଟୋ ରସ,କଂଚା କ୍ଷୀର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବେ । ତାପରେ ଏହି ପେଷ୍ଟକୁ ନେଇ ତ୍ୱଚାରେ ଲଗାଇ ୨୫ ରୁ ୩୦ ମିନିଟ ଯାଏ ଛାଡିବେ । ତାପରେ ତ୍ୱଚାକୁ ଧୋଇ ସଫା କରିବେ ।

-ହଳଦି ପାଉଡରରେ ଚନ୍ଦନ ପାଉଡ଼ର, ବେସନ, ଲେମ୍ବୁ ରସ ମିଶାଇ ଏକ ପ୍ୟାକ୍ ପ୍ରସ୍ତୁତ କରି ତ୍ୱଚାରେ ଲଗାଇବେ । ଏହା ବ୍ରଣ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ ।

-ବେସନରେ ହଳଦି ଓ ଫ୍ରେଶ୍ ଦହି ମିଶାଇ ଚେହେରାରେ ଲଗାଇଲେ ମଧ୍ୟ ଏହା ବ୍ରଣ ସମସ୍ୟାକୁ କମ୍ କରେ ।

-ହଳଦିରେ ଦହି ଓ ଆଖୁ ରସ ମିଶାଇ ମଧ୍ୟ ତ୍ୱଚାରେ ଲଗାଇ ପାରିବେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!