କେମିତି କଟିବ ଆପଣଙ୍କ ଦିନ(ମାର୍ଚ୍ଚ ୨୦ ରବିବାର), ରାଶିଫଳରୁ ଜାଣନ୍ତୁ ଭାଗ୍ୟରାଶି

ମେଷ -: ଆପଣଙ୍କ ଶ୍ରମର ମୂଲ୍ୟାଙ୍କନ ହେବ । ଖାଦ୍ୟ ଓ ପାନୀୟ ସୁଖ ମିଳିପାରେ । ନିଜ ଅର୍ଜିତ ଧନରେ ଧନୀ ହୋଇପାରନ୍ତି । ବାସଗୃହ ପ୍ରଦୂଷଣମୁକ୍ତ ରହିବ । ଚତୁଷ୍ପଦ ପ୍ରାଣୀ ଲାଭ ହୋଇପାରେ ।

Advertisement

ବୃଷ -: ଆର୍ôଥକ ସ୍ଥିତିରେ ଉନ୍ନତି ଘଟିବ । ସରକାରଙ୍କ କୃପାପାତ୍ର ହେବେ । କାବ୍ୟ-କବିତା ରଚନା କରି ସମ୍ମାନିତ ହେବେ । ବ୍ରହ୍ମ ଉପାସକ ହୋଇପାରନ୍ତି । ଠାକୁରଙ୍କ ଦର୍ଶନ ଲାଭ କରିବେ । ଅଶାନ୍ତି ଦୂର ହେବ ।

ମିଥୁନ -: ଅକ୍ଷୟ କୀର୍ତ୍ତି ଅର୍ଜନ କରିବେ । ପତ୍ନୀଙ୍କ ସଞ୍ଚିତ ଧନରେ ନିଜର ଗୁଜୁରାଣ ମେଣ୍ଟାଇ ପାରନ୍ତି । ରୌପ୍ୟ ଓ ସୁବର୍ଣ୍ଣ ସମ୍ପଦ ଘରକୁ ଆଣିପାରନ୍ତି । ସାଧୁ ସେବା କରି ଆତ୍ମସନ୍ତୋଷ ଲାଭ କରିବେ ।

Subscribe Now BNS Bhakti

କର୍କଟ -: ଧନଶାଳୀ ହୋଇପାରନ୍ତି । ସର୍ବଲୋକ ପୂଜ୍ୟ ହେବେ । ପରସେବକ ଓ ଚଞ୍ଚଳ ମନା ହେବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ରହିବେ । ଦାମ୍ପତ୍ୟ ସୁଖ ମିଳିବ । ନୂଆ ବନ୍ଧୁ ଜୁଟିବେ ।

ସିଂହ -: ମହାବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ସରକାରଙ୍କ କୃପା ଦୃଷ୍ଟିରୁ ବଞ୍ଚିତ ହେବେ । ଚୋରି ଭୟ ରହିଛି । ଭାଷା ଓ ବ୍ୟବହାର ମଧୁର ହେତୁ ଜନସାଧାରଣଙ୍କ ପ୍ରିୟପାତ୍ର ହେବେ ।

କନ୍ୟା -: ବିଭିନ୍ନ ଉପାୟ ଅବଲମ୍ବନ କରି ଧନ ଆହରଣ କରିପାରନ୍ତି । ଶାସ୍ତ୍ରାଦି ଚିନ୍ତା ଲାଗି ରହିବ । ବିନୟ ସ୍ୱଭାବର ହେବେ । ସାଧୁନୀତି ଅବଲମ୍ବନ କରିବେ । ବିବେକାନୁମୋଦିତ ଧନ ଗ୍ରହଣ କରିବେ ।

ତୁଳା -: ବାଣିଜ୍ୟ କାରବାର ଲାଭଜନକ ହେବ । ଧର୍ମାତ୍ମା ଓ ସୁଜନ ବ୍ୟକ୍ତିଭାବେ ନମସ୍ୟ ହେବେ । ପରୋପକାରୀ ହେବେ । କର୍ମକ୍ଷେତ୍ରରୁ ସୁଫଳ ପାଇବେ । ବିବାଦୀୟ ଘଟଣାରେ ବିଜୟୀ ହେବେ ।

ବିଛା -: କାର୍ଯ୍ୟର ସଫଳ ରୂପାୟନ କରି ଲାଭବାନ୍ ହେବେ । ବିବାଦୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିପାରନ୍ତି । ବିନା ଉଦ୍ୟମରେ କ୍ଷମତା ହାତକୁ ଆସିବ । ତା’ର ସଦ୍ ବ୍ୟବହାର କରି ପ୍ରଶଂସା ମିଳିବ ।

ଧନୁ -: ଥଣ୍ଡା-କଫଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି । ଅଗ୍ନିମାନ୍ଦ୍ୟ ଯୋଗୁଁ ଶାରୀରିକ ଦୁର୍ବଳତା ଉପୁଜିପାରେ । ଶୁଭ କାର୍ଯ୍ୟରୁ ବିରତ ରହିପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ ।

ମକର -: ଦାମ୍ଭିକ ମନୋବୃତ୍ତିର ହୋଇପାରନ୍ତି । ଯୁଦ୍ଧପ୍ରିୟ ହେବେ । ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହୋଇପାରନ୍ତି । ତେଜୀୟାନ୍ ହେବେ । କର୍ମଚଞ୍ଚଳ ରହିବେ । ବହୁ ଦ୍ରବ୍ୟ ଲାଭର ସୂଚନା ମିଳୁଛି ।

କୁମ୍ଭ -: ସହଯୋଗୀଙ୍କ ସହାୟତା ପାଇ ଶତ୍ରୁ ବିନାଶ କରିପାରନ୍ତି । ଅଶାନ୍ତି ଦୂର ହେବ । ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଋଣ ପରିଶୋଧ କରିପାରନ୍ତି ।

ମୀନ -: ପୁତ୍ରମାନେ ପତ୍ନୀ ପ୍ରିୟ ଓ ବିଳାସୀ ହୋଇପାରନ୍ତି । ଉତ୍ତମ ବକ୍ତାଭାବେ ଖ୍ୟାତି ଅର୍ଜନ କରିବେ । ଉଚ୍ଚାସନରେ ଆସୀନ ହୋଇପାରନ୍ତି । ଦେବ-ଦ୍ୱିଜାନୁରକ୍ତ ହେବେ । ଅଧିକ ଧନ ଅର୍ଜନରେ ପାରଙ୍ଗମ ହେବେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!