ସ୍ୱାଧିନ ପ୍ରାର୍ଥୀ ଅଭିନବ ପ୍ରଚାର କରି ଜନତାଙ୍କ ମନ ଜିଣୁଛନ୍ତି

ସୁନ୍ଦରଗଡ଼ -: ନିର୍ବାଚନୀ ଖର୍ଚ୍ଚ ତୁଲାଇବାକୁ ସକ୍ଷମ ନଥିବା କାରଣରୁ ବିଜେପି ତାଙ୍କୁ ଟିକଟ ଦେଇ ନଥିବା ଅଭିଯୋଗ କରୁଥିବା ନିନିମା ଗାମୁଛା ପାତି ଲୋକଙ୍କୁ ଭୋଟ୍ ସହ ନୋଟ୍ ମାଗି ଏ ଲଢ଼େଇ ପୁଞ୍ଜିପତି ବନାମ ସାଧାରଣଜନତାଙ୍କ ବୋଲି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା ଚଲାଇଛନ୍ତି ।

Advertisement

ସୁନ୍ଦରଗଡ଼ ପୈାର ନିର୍ବାଚନରେ ଅଧ୍ୟକ୍ଷା ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ବିଦ୍ରୋହୀ ସ୍ୱାଧୀନ ପ୍ରାର୍ଥୀ ନିନିମା ପଟେଲ ନିଜ ନିଆରା ନିର୍ବାଚନୀ ପ୍ରଚାରକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏବେ ତାଙ୍କ ପ୍ରତି ଭୋଟରଙ୍କୁ ବଢୁଛି ସମର୍ଥନ । ଏହା ମଧ୍ୟରେ ମତଦାନ ଇଭିଏମ ମାଧ୍ୟମରେ ହେବାକୁ ଥିବା ବେଳେ ନିର୍ବାଚନ କମିସନଙ୍କ ବ୍ୟବସ୍ଥା ମୁତାବକ ସୁନ୍ଦରଗଡ଼କୁ ଭିଭିପାଟ (ଭୋଟର ଭେରିଫାଏଡ୍ ପେପର ଅଡିଟ୍ ଟ୍ରାଏଲ୍ ) ମେସିନ୍ ଯୋଗାଇ ନ ଦିଆଯିବାକୁ ନେଇ ପ୍ରାର୍ଥୀ ନିନିମା ପ୍ରଶ୍ନ ଉଠାଇଛନ୍ତି ।

ଏହା ସହ ଇଭିଏମ୍ ସହ ଭିଭିପାଟ ସଂଯୋଗ କରିବାକୁ ସେ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛନ୍ତି । ଇଭିଏମ ମାଧ୍ୟମରେ ହେଉଥିବା ମତଦାନକୁ ଅଧିକ ସ୍ୱଚ୍ଛ ଓ ବିଶ୍ୱସନୀୟ କରିବା ପାଇଁ ନିର୍ବାଚନ କମିସନ ଏଥିରେ ଭିଭିପାଟ୍ ସଂଯୋଗ କରିଛନ୍ତି । ଏଥିରେ ଭୋଟରଙ୍କ ଭୋଟ୍ କେଉଁ ପ୍ରାର୍ଥୀ ବା ଚିହ୍ନରେ ପଡ଼ିଲା ଜାଣିବା ପାଇଁ ବ୍ୟବସ୍ଥା ରହିଛି । ଏସ୍ଥିତିରେ ୧୯ଟି ୱାର୍ଡର ୩୮ଟି ବୁଥରେ କାଉନସିଲର ଓ ଅଧ୍ୟକ୍ଷାଙ୍କ ପାଇଁ ହେବାକୁ ଥିବା ମତଦାନ ନିମନ୍ତେ ୭୬ଟି ଇଭିଏମ୍ ପହଞ୍ଚିଥିବା ବେଳେ ସେଥିରେ ଭିଭିପାଟ୍ ନଥିବା ଅଭିଯୋଗ ହୋଇଛି । ତେଣୁ ବିନା ଭିଭିପାଟରେ ଭୋଟର ନିଜ ମତଦାନକୁ ନେଇ ସନ୍ଦେହରେ ଥିବା ବେଳେ ସ୍ୱଚ୍ଛ ମତଦାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ ବୋଲି ନିନିମା ପ୍ରକାଶ କରିବା ସହ ନିର୍ବାଚନ କମିସନ ତୁରନ୍ତ ଭିଭିପାଟ ଯୋଗାଇବାକୁ ଦାବି କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!