କେମିତି କଟିବ ଆପଣଙ୍କ ଦିନ(ମାର୍ଚ୍ଚ ୨୧ ସୋମବାର), ରାଶିଫଳରୁ ଜାଣନ୍ତୁ ଭାଗ୍ୟରାଶି

ମେଷ -: ଉପଯୁକ୍ତ କର୍ମାନୁରକ୍ତ ହେବେ । ଯଶସ୍ୱୀ ହେବେ । ଧନଶାଳୀ ହୋଇପାରନ୍ତି । ସଙ୍ଗୀତପ୍ରିୟ ହେବେ । ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁଖହାନି ଘଟିବାର ସମ୍ଭାବନା ଅଛି ।

Advertisement

ବୃଷ -: ବୁଦ୍ଧିମାନ୍ ହେବେ । ଯାନ-ବାହନ ଯୁକ୍ତ ହୋଇପାରନ୍ତି । ଧନ ସହିତ ସରକାରୀ ସ୍ତରରୁ ମାନ୍ୟତା ପ୍ରାପ୍ତ ହେବେ । ପରୋପକାରୀ ହେବେ । ସେବା ମନୋଭାବର ହେବେ । ଦାମ୍ପତ୍ୟ ସୁଖ ମିଳିବ ।

ମିଥୁନ -: ଧର୍ମାସକ୍ତ, ମତିମାନ୍ ହୋଇପାରନ୍ତି । ପୁତ୍ର, ମିତ୍ରାଦି ହେତୁକ ସୁଖ ଭୋଗୀ ହେବେ । ମାତୃ ବର୍ଗ ସହ ବିଷମ ଭାବାପନ୍ନ ହୋଇପାରନ୍ତି । ଶାସ୍ତ୍ରଜ୍ଞ ଓ ଦେବ-ଦ୍ୱିଜ ପରାୟଣ ହେବେ ।

କର୍କଟ -: ଶତ୍ରୁଭାବ ବୃଦ୍ଧି ହୋଇ ପାରେ, ମାତ୍ର ଅନିଷ୍ଟ ହେବାର ପ୍ରଶ୍ନ ଉଠୁ ନାହିଁ । ବ୍ୟବସାୟ ଲାଭଜନକ ହେବ । ସୁଖୀ ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ଚତୁସ୍ପଦ ପ୍ରାପ୍ତି ସହ ମାନସିକ ଅଶାନ୍ତି ଦୂର ହେବ ।

Subscribe Now BNS Bhakti

ସିଂହ -: ଅଜାତ ଶତ୍ରୁ ହୋଇପାରନ୍ତି । କୃଷି କର୍ମ ଲାଭଦାୟକ ହେବ । ଯାନ-ବାହନ ସୁଖ ମିଳିବ । ଗୃହ ପରିବେଶ ଉତ୍ତମ ମାନର ହେବ । ଜଳ ଯୋଗାଣକାରୀ ଭାବେ ପ୍ରଶଂସିତ ହେବେ ।

କନ୍ୟା -: ସମ୍ମାନିତ ହୋଇପାରନ୍ତି । ଶତ୍ରୁନାଶ କରି ଧନ ଭୋଗ କରିପାରନ୍ତି । ଆଶା ଫଳବତୀ ହେବ । ତେଜୀୟାନ ହୋଇପାରନ୍ତି । ପାରିବାରିକ ସୁଖ ମିଳିବ । କର୍ମ କ୍ଷେତ୍ରରେ ଢେର ଉନ୍ନତି ଘଟିବ । ସର୍ବତ୍ର ବିଜୟୀ ହେବେ ।

ତୁଳା -: ବିବିଧ ଧନଯୁକ୍ତ ହୋଇପାରନ୍ତି । ମତିମାନ୍ ହେବେ । ଚଞ୍ଚଳମନା ହୋଇପାରନ୍ତି । ଅତି ସୁଖୀ ଓ କୀର୍ତ୍ତିମାନ୍ ହେବେ । ଶିଳ୍ପ କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିପାରନ୍ତି । ଗୁଣଜ୍ଞ ଓ ନୀତିନିଷ୍ଠ ହେବେ ।

ବିଛା -: ଧନବାନ୍ ହେବେ । ଅପାର ଗୁଣର ଅଧିକାରୀ ହୋଇପାରନ୍ତି । ଉପାର୍ଜନକାରୀ, ବଳିଷ୍ଠ ଓ ଉତ୍ତମ ସ୍ୱାସ୍ଥ୍ୟସମ୍ପନ୍ନ ହେବେ । ଧନୀ ହେବାର ଅଭୀଷ୍ଟ ରହିବ । ସଦାଚାର ରତ ହେବେ ।

ଧନୁ -: ପ୍ରିୟଭାଷୀ ହୋଇପାରନ୍ତି । ଧନଯୁକ୍ତ ହେବେ । ଯାନ-ବାହନଯୁକ୍ତ ହୋଇପାରନ୍ତି । ସୁବର୍ଣ୍ଣ ସମ୍ପଦର ଅଧିକାରୀ, ତୀକ୍ଷ୍ଣ ସ୍ୱଭାବ ଓ ମାନବବାଦୀ ହେବେ । ବାହାର ଅଞ୍ଚଳରେ ପୂଜ୍ୟ ହେବେ ।

ମକର -: ମନରେ ସରସତା ଆସିବ । ବିବାଦରେ ବିଜୟୀ ହେବେ । କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି । ପାରିବାରିକ ସୁଖ ମିଳିବ । ଆୟ ବୃଦ୍ଧି ହେବ । ରାଜକାର୍ଯ୍ୟ କରିବାରେ ଦକ୍ଷ ହେବେ । ଜନତା ବିରୋଧୀ ହେବେ ।

କୁମ୍ଭ -: କର୍ମଚଞ୍ଚଳ ରହିବେ । ଦାନ-ଧର୍ମକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି । ବିଜ୍ଞ ବ୍ୟକ୍ତିଭାବେ ସ୍ୱକର୍ମରେ ଉତ୍ସାହ ବୃଦ୍ଧି ପାଇବ । କ୍ଷମାସାଗର ହୋଇପାରନ୍ତି । ସୁବକ୍ତା ଭାବେ ଖ୍ୟାତି ସମ୍ପନ୍ନ ହେବେ ।

ମୀନ -: ପତ୍ନୀ ଶାନ୍ତିଦାୟିକା ହେବେ । ତେଜୀୟାନ ହୋଇପାରନ୍ତି । ଧର୍ମପ୍ରିୟ ହେବେ । ସର୍ବ କଳାରେ ଦକ୍ଷତା ପ୍ରତିପାଦନ କରିପାରନ୍ତି । ଦୟାଳୁ ସ୍ୱଭାବର ହେବେ । ପ୍ରୀତିଭୋଜନରେ ଆପ୍ୟାୟିତ ହେବେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!