ମାର୍ଚ୍ଚ ୨୩ ବୁଧବାରର ରାଶିଫଳ – ଏହି ରାଶିଧାରୀଙ୍କର ଧନ ଲାଭ, ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

ମେଷ -ଅଧ୍ୟାପନାର ପ୍ରସ୍ତୁତି ସ୍ୱରୂପ ଅଧ୍ୟୟନରତ ହେବେ । କର୍ମଚଞ୍ଚଳ ରହିବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଆର୍ôଥକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ । ଧାର୍ମିକ ଓ ତେଜସ୍ୱୀ ହେବେ ।

Advertisement

ବୃଷ – ଦାନଶୀଳ ହୋଇ ଧର୍ମର ମାର୍ଗରେ ପରିଚାଳିତ ହେବେ । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । କୃଷିକ୍ଷେତରୁ ଆୟ ବୃଦ୍ଧିର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ରହିବେ । ଯାନବାହନ ସୁଖ ମିଳିବ ।

ମିଥୁନ – ମନ ପ୍ରସନ୍ନ ରହିବ । ଈଶ୍ୱରୀୟ ସତ୍ତା ଅନୁଭବ କରିପାରନ୍ତି । ଭାଷା ଓ ବ୍ୟବହାରର ମାଧୁରିମା ଆପଣଙ୍କୁ ଜନାଦୃତ କରିବ । ପ୍ରେମୀ ଓ ସାହସୀ ହେବେ । ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ୱାନ୍ ହେବେ ।

କର୍ଳଟ – ଭାଗ୍ୟଲକ୍ଷ୍ମୀ ବରଦାୟିକା ଅଛନ୍ତି । ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ, ଉଦାର ସ୍ୱଭାବ ଓ ବିଦ୍ୟାପ୍ରେମୀ ହେବେ । ଚାରୁ ଚନ୍ଦନ ଦେହୀ ପତ୍ନୀଙ୍କ ସାନ୍ନିଧ୍ୟ ମିଳିବ । ବ୍ୟବସାୟ ଲାଭଦାୟକ ହେବ ।

ସିଂହ – ବିଭିନ୍ନ ସୂତ୍ରରୁ ଉପହାର ଓ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଐଶ୍ୱର୍ଯ୍ୟାଯୁକ୍ତ ହେବେ । ମାଲିମୋକଦ୍ଦମାର ରାୟ ସପକ୍ଷରେ ଯିବ । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ ।

କନ୍ୟା –କର୍ମଚଞ୍ଚଳ ରହିବେ । ନିରୋଳାରେ କିଛି ସମୟ କଟାଇବାକୁ ଇଚ୍ଛା କରିବେ । ଭଦ୍ରୋଚିତ ଭାଷା ଓ ମଧୁର ବ୍ୟବହାର ପାଇଁ ଲୋକପ୍ରିୟ, ସାହସୀ ଓ ଜ୍ଞାନୀ ହେବେ । ଅତିଥି ସତ୍କାରରେ ଧନ ବ୍ୟୟ ହେବ ।

ତୁଳା – ସୁସ୍ଥ ଓ ନିରାମୟ ରହିବେ । ଅସାଧ୍ୟ ସାଧନ କରି ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜ ଦରବାରରୁ ଅର୍ଥ ମିିଳିବ ।

ବିଛା – ନିଜ ବଂଶ ପରମ୍ପରାକୁ ଉଜ୍ଜୀବିତ କରି ରଖିବେ । ମନ ପ୍ରସନ୍ନ ତଥା ସୁସ୍ଥ ଓ ନିରାମୟ ରହିବେ । ଦୀନ, ଦରିଦ୍ରଙ୍କ ପ୍ରତି ଦୟାଭାବ ପ୍ରଦର୍ଶନ କରି ଦାନ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ ।

ଧନୁ – ସ୍ୱକର୍ମ ଭାଗ୍ୟ ଗଠନରେ ସହାୟକ ହେବ । ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ । ଧର୍ମାତ୍ମା, ବିଦ୍ୱାନ୍ ଓ ସମ୍ପତ୍ତିବାନ୍ ହେବେ । ଉଦ୍ୟୋଗୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପୁଣ୍ୟଦେହୀ ହେବେ ।

ମକର -ସ୍ୱାଭିମାନୀ ହୋଇପାରନ୍ତି । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ଆଶା ଛଳନାମୟୀ ହୋଇପାରେ । ଅହଂଭାବକୁ ବିସର୍ଜନ ଦେଇପାରନ୍ତି । ଦିନସାରା ସତର୍କ ରହିବେ ।

କୁମ୍ଭ – ସେବା ଧର୍ମକୁ ଆଦରି ନେଇପାରନ୍ତି । ଆପଣଙ୍କ ସୃଜନଶୀଳତା ଅନୁଗାମୀଙ୍କୁ ଦିଗ୍‌ଦର୍ଶନ ଦେବ । ଧୈର୍ଯ୍ୟଶୀଳ ହୋଇପାରନ୍ତି । ଶ୍ରମର ମୂଲ୍ୟାଙ୍କନ ହେବ । ପାରିବାରିକ ସୁଖ ମିଳିବ ।

ମୀନ – ଅନାବଶ୍ୟକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ବ୍ୟକ୍ତିତ୍ୱ ସମ୍ପନ୍ନ ଓ ଶତ୍ରୁହନ୍ତା ହେବେ । ସୁନାମ ଅର୍ଜନ କରିବେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!