୩ଛୁଆଙ୍କୁ ଛାଡି ଫେରାର ହେଲେ ବିିବାହିତ ମହିଳା …

ବାଙ୍ଗିରିପୋଷି -: ପ୍ରେମ ପାଇଁ ବିବାହିତା ମହିଳା ଘର ପରିବାର ଛାଡ଼ି ପଳାଇବା ଘଟଣା ବାଙ୍ଗିରିପୋଷି ଥାନା ଅଞ୍ଚଳରେ ବଢ଼ିଚାଲିଛି । ଗତ ୩ ମାସ ଏହି ଧରଣର ୬ରୁ ଅଧିକ ମାମଲା ଥାନାରେ ପହଞ୍ଚିଛି । ଏଥର ଜଣେ ମହିଳା ନିଜ ୩ ଛୁଆଙ୍କୁ ଛାଡ଼ି ପ୍ରେମିକ ସହ ପଳାଇଥିବା ଅଭିଯୋଗ ଆଣିଛନ୍ତି ମହିଳାଙ୍କ ସ୍ୱାମୀ । ତେବେ ଫେରାର ମହିଳାଙ୍କ ମା’ କିନ୍ତୁ ଏଥିପାଇଁ ଜ୍ୱାଇଁକୁ ଦାୟୀ କରିବା ସହ ଝିଅକୁ ଖୋଜି ଆଣିବାକୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

Advertisement

ସୂଚନା ମୁତାବକ ୧୨ ବର୍ଷ ତଳେ ଦୁଇ ବିଧବା ମହିଳା ନିଜ ଏକମାତ୍ର ପୁଅ-ଝିଅଙ୍କର ବିବାହ କରାଇ ଦେଇଥିଲେ । ପରିବାର ଭଲରେ ଚାଲିଥିବା ବେଳେ ଉଭୟଙ୍କର ୩ଟି ସନ୍ତାନ ହୋଇଥିଲେ । ତେବେ ଅର୍ଥ ରୋଜଗାର ପାଇଁ ସ୍ୱାମୀ-ସ୍ତ୍ରୀ କିଛି ମାସ ଆଗରୁ ୩ ଛୁଆଙ୍କୁ ଜେଜେମା’ ପାଖରେ ଛାଡ଼ି ଦାଦନ ଖଟିବାକୁ ପଶ୍ଚିମବଙ୍ଗ ଯାଇଥିଲେ । ସେଠାରେ କାମ କରିବା ଭିତରେ ଅନ୍ୟ ଜଣେ ଯୁବକ ସହିତ ସ୍ତ୍ରୀର ସମ୍ପର୍କ ଗଢ଼ି ଉଠିଥିଲା ଓ ସେ ଉକ୍ତ ଯୁବକ ସହ କୁଆଡ଼େ ପଳାଇଥିବା ନେଇ ଘରକୁ ଫେରି ଜଣାଇଥିଲେ ସ୍ୱାମୀ । ତେବେ ଝିଅ ନିଖୋଜ ହେବା ପଛରେ ଜ୍ୱାଇଁର ହାତ ଥିବା କହି ଝିଅକୁ ଖୋଜି ଆଣିବାକୁ ଆଜି ବାଙ୍ଗିରିପୋଷି ଥାନାର ଦ୍ୱାରସ୍ଥ ହୋଇଥିଲେ ଶାଶୂ । ହେଲେ ଏ ନେଇ ଥାନାରେ କୈାଣସି ଲିଖିତ ଅଭିଯୋଗ ହୋଇନି ବୋଲି ପୁଲିସ କହିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!