୮ ବର୍ଷୀୟା ନାବାଳିକାର କଟାମୁଣ୍ଡକୁ ହାତରେ ଧରି ଗାଆଁରେ ବୁଲୁଥିଲା ଅଭିଯୁକ୍ତ, ଉଠାଇ ନେଲା ପୁଲିସ

କୁଚିଣ୍ଡା -: ମଣିଷ ଆଜି ବିବେକହିନ ଅସାମାଜିକ ପାଲଟିବା ପଛରେ କିଏ ? କାହିଁକି ୮ବର୍ଷର ନାବାଳିକାର ଜିବନ ଗଲା…କଣ କରିଥିଲା ଏହି ନିଷ୍ପାପ ଝିଅଟି ? ଜବାବ ନିଶ୍ଚୟ ଆପଣ ମାନେ କମେଣ୍ଟ ମଧ୍ୟମରେ ଦେବେ । ଏଭଳି ଅଭାବନୀୟ ଲୋମହର୍ଷଣକାରି ହତ୍ୟାକାଣ୍ଡ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାର ଜମନକିରା ଥାନା ଅନ୍ତର୍ଗତ କସଡା ଗ୍ରାମରେ ।

Advertisement

ସେହି ଗ୍ରାମର ପ୍ରଶାନ୍ତ ବଗାର (୩୫) ନାମକ ଜଣେ ଯୁବକ ଗୋଡେଇ ଗୋଡ଼େଇ ଉକ୍ତ ଗ୍ରାମର ନବକିଶୋର ଧୁରୁଆଙ୍କ ୮ ବର୍ଷୀୟା ଝିଅକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ପ୍ରଶାନ୍ତ ନିଶାସକ୍ତ ଅବସ୍ଥାରେ ଥାଇ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ହତ୍ୟା କରିବା ପରେ ପ୍ରଶାନ୍ତ ବଗାର କଟାମୁଣ୍ଡକୁ ହାତରେ ଧରି ଗାଆଁରେ ବୁଲୁଥିବାର ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଜମନକିରା ଆଇଆଇସି ପ୍ରେମଜିତ୍ ଦାସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିବା ଜଣାଯାଇଛି । ଅଭିଯୁକ୍ତ ପ୍ରଶାନ୍ତ ବଗାରକୁ ଉଠାଇ ନେଇ ଥାନାରେ ଜେରା କରାଯାଉଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!