ସାମ୍ବାଦିକଙ୍କ ମା’ ଭଉଣୀ ଉଡାଇଲେ ବିଡିଓଙ୍କ ସ୍ୱାମୀ : ରୁଜୁ ହେଲା ମାମଲା, ଗିରଫ ହେବେ କେବେ ?

କଳାହାଣ୍ଡି/କୋକସରା – କୋକସରା ବିଡ଼ିଓ ମନୀଷା ଦାସଙ୍କ ସ୍ୱାମୀ ବଳରାମ ବଗର୍ତ୍ତି କୋକସରା ବ୍ଲକର କାର୍ଯ୍ୟରତ ସାମ୍ବାଦିକ ସମୁହଙ୍କୁ ଧମକ ପୂର୍ଣ ଗାଳିଗୁଲଜ ଓ ଜୀବନରେ ମାରିବା ଧମକ ସମ୍ପର୍କରେ ଶନିବାର କୋକସରା ଥାନାରେ ଅଭିଯୋଗ କରିଛନ୍ତି ସାମ୍ବାଦିକ ସମୁହ ।

Advertisement

ସୁଚନା ମତେ, ଗତ କିଛିଦିନ ତଳେ କୋକସରା ବ୍ଲକ ପ୍ରଶାସନର ଅବହେଳାକୁ ନେଇ ଦୈନିକ ଖବର କାଗଜ ସମେତ କିଛି ୱେବ ପୋର୍ଟାଲରେ ଅନିୟମିତତାକୁ ନେଇ ଖବର ପ୍ରକାଶିତ ହୋଇଥିଲା । ଯେଉଁ ଖବରକୁ ନେଇ କୋକସରା ବିଡିଓ ମନୀଷା ଦାସଙ୍କ ଇଙ୍ଗିତ ରେ ତାଙ୍କ ସ୍ୱାମୀ ବଳରାମ ବଗର୍ତ୍ତି ପ୍ରତିକ୍ରିୟାଶିଳ ହୋଇ କୋକସରା ବ୍ଲକର ଛାପା ଗଣମାଧ୍ୟମ, ସାମ୍ବାଦିକ ଦୁଷ୍ମନ୍ତ ପାଟ୍ଟଯୋଶୀଙ୍କୁ ଫୋନରେ ଅତି ଅଶାଳୀନ ଭାଷାରେ ବ୍ଲକ ର ସାମ୍ବାଦିକ ସମୁହଙ୍କୁ କଦର୍ଯ୍ୟ ଭାଷା ବ୍ୟବହାର କରି ବଲାଙ୍ଗୀରରୁ ଗୁଣ୍ଡା ଲଗାଇ ଜୀବନରେ ମାରିବାକୁ ଧମକ ଦେଇ କାହାକୁ ଛାଡ଼ିବି ନାହିଁ ବୋଲି କହିଛି । ଏବଂ ମୋର ହାତ କେତେ ଲମ୍ବା ରହିଛି କୌଣସି ମନ୍ତ୍ରୀ କିମ୍ବା ଏସ୍‌ପି ଥାନା ଅଧିକାରୀ ମୋର କିଛି କରିପାରିବେ ନାହିଁ, ଏମିତିକି ଏସ୍‌ପି କି ଆଇ.ଆଇ.ସିଙ୍କୁ ନେଇ ମଧ୍ୟ ଅଶ୍ଳୀଳ ଭାଷା ପ୍ରୟୋଗ କରି କହିଥିବା ନେଇ କହିଥିବା ଅଡିଓରେ ରହିଛି ।

ଜଣେ ଶୃଙ୍ଖଳିତ ଗଣମାଧ୍ୟମ ପ୍ରତିନିଧି ହିସାବରେ ଅନିୟମିତତାକୁ ନେଇ ଖବର ଲେଖିବା ଜଣେ କର୍ତ୍ତବ୍ୟରତ ସାମ୍ବାଦିକର କାମ । ତେବେ ଖବରକାଗଜରେ ସତ୍ୟାସତ୍ୟ ଘଟଣା ପ୍ରକାଶିତ ପରେ କାହିଁକି ସାମ୍ବାଦିକଙ୍କ ଉପରେ ରାଗ ସୁଝାଉଛନ୍ତି ବିଡ଼ିଓଙ୍କ ସ୍ୱାମୀ । ପ୍ରକାଶ ଥାଉ କି ଖବର ପ୍ରକାଶିତ ପୂର୍ବରୁ ସାମ୍ବାଦିକ ମାନେ କୋକସରା ବିଡ଼ିଓ ମନୀଷା ଦାସଙ୍କ ପ୍ରତିକ୍ରିୟା ନେବାକୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ରଖି ନଥିଲେ । ଏହି ଘଟଣା ରେ ବିଡିଓ ମହାଶୟା ନିଜେ ପ୍ରତିକ୍ରିୟା ନ ରଖି ନିଜର ଗୁଣ୍ଡା ସ୍ୱାମୀ ଙ୍କୁ ଲଗାଇ ସାମ୍ବାଦିକ ସମୁହ ଙ୍କୁ ପରୋକ୍ଷ ଭାବେ ଧମକ ଦେଇଥିବା ଅଭିଯୋଗ କରାଯାଇଛି । ଅନ୍ୟପଟେ ବିଡ଼ିଓଙ୍କ ସ୍ୱାମୀ ବଳରାମ ବଗର୍ତ୍ତି ନିଜ ପତ୍ନୀଙ୍କ ଆଢୁଆଳରେ ରହି ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ମଧ୍ୟ ହସ୍ତକ୍ଷେପ କରୁଥିବା ନେଇ ଅଭିଯୋଗ ପୂର୍ବରୁ ରହିଛି । ଶନିବାର ଏ ନେଇ କୋକସରା ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ସମୁହଙ୍କ ପକ୍ଷରୁ ଘଟଣାର ନିରପେକ୍ଷ ସତ୍ୟାସତ୍ୟ ତଦନ୍ତ କରିବା ସହ ସାମ୍ବାଦିକଙ୍କୁ ଧମକ ଦେଇଥିବା ବଳରାମ ବଗର୍ତ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କୋକସରା ଥାନାରେ ଏକ ଅଭିଯୋଗ କରାଯାଇଛି ।

ଯଦି ପୋଲିସ ପ୍ରଶାସନ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତା ହେଲେ ଆଗାମୀ ଦିନରେ କୋକସରା ସାମ୍ବାଦିକ ସମୁହଙ୍କ ପକ୍ଷରୁ ଥାନା ଆଗରେ ପ୍ରତିବାଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଘଟଣାକୁ ନେଇ କୋକସରା ଥାନାରେ ସାମ୍ବାଦିକ ଭଦ୍ରାଞ୍ଚଳ ନାଏକ, ଶରତ ଚନ୍ଦ୍ର ରାଉତ, ଦୁଷ୍ମନ୍ତ ପାଟ୍ଟଯୋଶୀ, ସନତ କୁମାର ପ୍ରଧାନୀ, ବିନୋଦ ପଟେଲ, ଜଗଦୀଶ ନାଏକ, ହିରଣ୍ୟ ବେହେରା, କିଶନ କୁମାର ପଟ୍ଟନାୟକ, ଯୋଗୀନ୍ଦ୍ର ବାରିକ, ସନ୍ତୋଷ ନାଏକ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏହି ଘଟଣାକୁ କଳାହାଣ୍ଡି, ଓଡିଶା ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ ସଙ୍ଘ ପକ୍ଷରୁ ମଧ୍ୟ ନିନ୍ଦା କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!