ପୋଖରୀ ଭିତରେ ବୋମା, ବଷ୍ଫୋରଣରେ ୩ନାବାଳିକା ଗୁରୁତର

ଭଦ୍ରକ/ବନ୍ତ -: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଟିଲୋ ପଞ୍ଚାୟତ ଅଧୀନ ତ୍ରିକୋଣା ଗାଁରେ ଏକ ଅଘଟଣ ଘଟିଛି । ବୋମ୍ ଫୁଟି ୩ ଜଣ ନାବାଳିକା ଗୁରୁତର ଆହତ ହୋଇଛନ୍ତି ।

Advertisement

ସୂଚନା ଅନୁସାରେ ଆଜି ଅପରାହ୍ନରେ ଦେବତା ଗଡ଼ିଆ ଗାଁର ୩ ଜଣ ନାବାଳିକା ସବିତା ମୁର୍ମୁ (୯), ପୂଜା ହାଁସଦା (୧୦) ବାସନ୍ତୀ ହାଁସଦା (୮) ତ୍ରିକୋଣା ଗାଁ ଛକ ନିକଟରେ ଖେଳୁଥିଲେ । ଏହି ସମୟରେ ରାସ୍ତା ନିକଟ ପୋଖରୀ ଭିତରେ ସେମାନେ ଏକ ପଲିଥିନ୍ ଭିତରେ କିଛି ଜିନିଷ ଥିବା ଦେଖିଥିଲେ । ଉତ୍ସୁକତା ଯୋଗୁ ତିନିଜଣ ଯାକ ପୋଖରୀ ଭିତରୁ ଉକ୍ତ ପଲିଥିନ୍‌ଟିକୁ ଆଣି ଖୋଲିବା ବେଳେ ତା’ ଭିତରୁ ଏକ ବୋମ୍ ପରି ଏକ ଜିନିଷ ଖସିପଡ଼ି ଫୁଟିଯାଇଥିଲା । ଫଳରେ ସବିତା, ପୂଜା ଓ ବାସନ୍ତୀ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ସଂଗେ ସଂଗେ ୧୦୮ ଆମ୍ବୁଲାନ୍‌ସ ଯୋଗେ ଭଦ୍ରକ ଡାକ୍ତରଖାନା ପଠାଇଥିବା ଜଣାପଡ଼ିଛି । ତେବେ ପୋଖରୀ ଭିତରେ ବୋମ୍ କେଉଁଠୁ ଆସିଲା, ସେନେଇ ଲୋକେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିବା ପୁଲିସ ତଦନ୍ତ ଚଳାଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!