ଇମ୍ରାନଙ୍କ ବିରୋଧରେ ଆସିଲା ଅନାସ୍ଥା ପ୍ରସ୍ତାବ, ଗାଦି ଏବେ ଟଳମଳ

ନୂଆଦିଲ୍ଲୀ -: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ସରକାର ପ୍ରତି ବିପଦ ମାଡ଼ି ଆସୁଛି । ଦେଶର ଅସ୍ପଷ୍ଟ ରାଜନୈତିକ ପରିସ୍ଥିତି ମଧ୍ୟରେ ଆଜି ବିରୋଧୀଦଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ଗୃହରେ ବିରୋଧୀଦଳର ନେତା ଶାହବାଜ ସରିଫ ଏହି ପ୍ରସ୍ତାବକୁ ଗୃହ ସମ୍ମୁଖରେ ଉପସ୍ଥାପନ କରିଛନ୍ତି । ବର୍ତ୍ତମାନ ଏନେଇ ୭ ଦିନ ମଧ୍ୟରେ ଗୃହରେ ଭୋଟ୍ ହେବା ସହ ଇମ୍ରାନ ଖାନଙ୍କୁ ତାଙ୍କର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡିବ ।

Advertisement


୩୪୨ସଦସ୍ୟ ବିଶିଷ୍ଟ ପାକିସ୍ତାନ ସଂସଦରେ ପାକିସ୍ତାନ ତେହେରିକ-ଇ-ଇନସାଫ ପାର୍ଟି (ପିଟିଆଇ) ର ୧୫୫ଜଣ ସଦସ୍ୟ ଅଛନ୍ତି ଏବଂ ସରକାରରେ ରହିବାକୁ ଅତି କମରେ ଇମ୍ରାନ ଖାନଙ୍କୁ ୧୭୨ସାଂସଦଙ୍କ ସମର୍ଥନର ଆବଶ୍ୟକତା ରହିଛି । ତେବେ ଇମ୍ରାନଙ୍କ ପାଖରେ ପୂର୍ବରୁ ୧୭୬ସାଂସଦଙ୍କ ସମର୍ଥନ ଥିଲା, କିନ୍ତୁ ୨୪ଜଣ ସାଂସଦ ତାଙ୍କ ହାତ ଛାଡ଼ିବା ପରେ ବର୍ତ୍ତମାନ କେବଳ ୧୫୨ସାଂସଦ ଇମ୍ରାନ ସରକାରଙ୍କ ସହ ଛିଡା ହୋଇଛନ୍ତି । କ୍ଷମତାରେ ରହିବା ପାଇଁ ୧୭୨ସାଂସଦଙ୍କ ସମର୍ଥନର ଆବଶ୍ୟକତା ଥିବା ବେଳେ ଇମ୍ରାନ କିଭଳି ନିଜର ଆସନକୁ ସୁରକ୍ଷିତ କରିବେ ତାହା ଦେଖିବାକୁ ବାକି ରହିଲା ।


ତେବେ ଗତକାଲି ଇମ୍ରାନ ଖାନ୍ ଇସଲାମାବାଦରେ ଏକ ବିଶାଳ ରାଲି କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ରାଲିରେ କୌଣସି ଘରୋଇ ଗଣମାଧ୍ୟମ ସଂସ୍ଥାର କ୍ୟାମେରା ବ୍ୟବହାରକୁ ଅନୁମତି ଦିଆଯାଇ ନଥିଲା । ଫୁଟେଜ୍ ଏବଂ ଫଟୋ ପାଇଁ ସେମାନଙ୍କୁ କେବଳ ମୋବାଇଲ କ୍ୟାମେରା ବ୍ୟବହାର ଅନୁମତି ଦିଆଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!