ଔଷଧ ଆପଣଙ୍କ ମୁଣ୍ଡ ବ୍ୟଥାର ସାଜିବ କାରଣ, ମହଙ୍ଗା ମାଡ ହେବ କେଉଁ ଔଷଧରେ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ -: ଆଉ ମାତ୍ର ୪ ଦିନ ପରେ ଆପଣ ବ୍ୟବହାର କରୁଥିବା ଔଷଧ ଆପଣଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିପାରେ । କରୋନା ପାଇଁ ମହଙ୍ଗା ବୋଝରେ ସନ୍ତୁଳି ହେଉଥିବା ଲୋକଙ୍କ ପାଇଁ ଏବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ତେବେ ଏପ୍ରିଲ ୧ ତାରିଖରୁ ଆଉ ଏକ ମହଙ୍ଗା ବିସ୍ଫୋରଣ ହେବାକୁ ଯାଉଛି । କାରଣ ଘରେ ଘରେ ବ୍ୟବହୃତ ହେଊଥିବା କିଛି ଔଷଧର ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି । ଏହି ତାଲିକାରେ ପ୍ରାୟ ଘରେ ବ୍ୟବହୃତ ହେଉଥିବା ପାରାସିଟାମୋଲ ସହ ଆଉ ୮୦୦ଟି ଔଷଧ ରହିଛି ।

Advertisement


ବାସ୍ତବରେ ଔଷଧର ମୂଲ୍ୟ ବୃଦ୍ଧି ପାଇଁ ଜାତୀୟ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି (ଏନପିପିଏ) ଅନୁମତି ଦେଇଥିଲେ । ଏହା ଅଧୀନରେ, ନୂତନ ଆର୍ôଥକ ବର୍ଷରେ ଯନ୍ତ୍ରଣା ଉପଶମକାରୀ ତଥା ବିଭିନ୍ନ ସଂକ୍ରମଣ ଏବଂ ହୃଦରୋଗ ଓ ଆଜମା ରୋଗୀଙ୍କୁ ଦିଆଯାଉଥିବା ପ୍ରାୟ ୮୦୦ଟି ଔଷଧ ମହଙ୍ଗା ହେବ । ଏହି ବର୍ଦ୍ଧିତ ମୂଲ୍ୟ ଏପ୍ରିଲ ୧, ୨୦୨୨ରୁ ଲାଗୁ ହେବାକୁ ଥିବାବେଳେ ଔଷଧ ମୂଲ୍ୟରେ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ହେବ ।


ପାରାସିଟାମୋଲ ସହ ଆଜିଥ୍ରୋମାଇସିନ୍‌, ସିପ୍ରୋଫ୍ଲୋକ୍ସାସିନ୍ ହାଇଡ୍ରୋକ୍ଲୋରିଡ୍‌, ମେଟ୍ରୋନିଡାଜୋଲ୍‌, ଫେନୋବାର୍ବିଟୋନ୍ ଭଳି ଔଷଧ ଏହି ତାଲିକାରେ ଅଛି । ସେହିପରି କରୋନା ଚିକିତ୍ସାରେ ବ୍ୟବହୃତ ଔଷଧ ବ୍ୟତୀତ ଅନେକ ଭିଟାମିନ୍ ବଟିକା, ରକ୍ତ ବୃଦ୍ଧିକାରୀ ଔଷଧ ମଧ୍ୟ ବର୍ଦ୍ଧିତ ତାଲିକାରେ ରଖାଯାଇଛି । ଜ୍ୱର, ସଂକ୍ରମଣ, ହୃଦରୋଗ, ରକ୍ତହୀନତା, କିଡନୀ ରୋଗ, ମଧୁମେହ, ରକ୍ତଚାପ, ଆଣ୍ଟି-ଆଲର୍ଜି, ଆଣ୍ଟି-ଟକ୍ସିନ୍‌,ଯକ୍ଷ୍ମା, ମାଇଗ୍ରେନ୍‌, ପାର୍କିନ୍ସନ୍‌, ଡିମେନ୍ସିଆ, ସାଇକୋଥେରାପି, ପେଟ ରୋଗ ପାଇଁ ବ୍ୟବହୃତ ଔଷଧ ମୂଲ୍ୟ ମଧ୍ୟ ବଢିବାକୁ ଯାଉଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!