ଅବକାରୀ ବିଭାଗର ଅଜବ ନୀତି, ନବିକରଣ ପାଇଁ …

ଭୁବନେଶ୍ୱର -: ମାର୍ଚ୍ଚ ୩୧ ପୂର୍ବରୁ ରାଜ୍ୟର ବିଭିନ୍ନ ମଦ ଦୋକାନ, ବାର୍‌, ମଦ ପରଷୁଥିବା ହୋଟେଲ, ରେସ୍ତୋରାଁ, କ୍ଲବ ଆଦି ଲାଇସେନ୍ସ ନବୀକରଣ କରିବାକୁ କୁହାଯାଇଛି । ହେଲେ ଅବକାରୀ ବିଭାଗ ଏଥର ଅଜବ ନିୟମ କରିଛି । ପୂର୍ବରୁ ଦିଆଯାଉଥିବା ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହ ଏଥର ମଦ ବିକ୍ରି ହେଉଥିବା କୋଠାର ଅନୁମୋଦିତ ପ୍ଲାନ୍ ଏବଂ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଦାଖଲ କରିବାକୁ କୁହାଯାଇଥିବାରୁ ବହୁ ହୋଟେଲ, ର୍ବା ବ୍ୟବସାୟୀ ଅକଳରେ ପଡ଼ିଯାଇଛନ୍ତି । ର୍ବା ଆଣ୍ଡ ରେସ୍ତୋରାଁ ଆସୋସିଏନ୍‌ର କହିବାନୁଯାୟୀ, ମାର୍ଚ୍ଚ ୩୧ ପୂର୍ବରୁ ଲାଇସେନ୍ସ ନବୀକରଣ କରାଯିବା କଥା । ମାର୍ଚ୍ଚ ୨୩ରେ ଅବକାରୀ ବିଭାଗ ବହୁ ଡକ୍ୟୁମେଣ୍ଟ ମାଗିଛି । ଏପରିକି ମଦ ବିକ୍ରି, ଉଠାଣ ନେଇ ଯେଉଁ ସବୁ ଡକ୍ୟୁମେଣ୍ଟର ଆଦୈା ନେଣଦେଣ ନାହିଁ ସେଗୁଡ଼ିକ ନଦେଲେ ଲାଇସେନ୍ସ ନବୀକରଣ କରାଯିବନି ବୋଲି କୁହାଯାଉଛି ।

Advertisement

ଯେଉଁ କୋଠାରେ ମଦ ବିକ୍ରି ପାଇଁ ଲାଇସେନ୍ସ ନବୀକରଣ କରାଯାଉଛି ତା’ର ଅନୁମୋଦିତ ବିଲଡିଂ ପ୍ଲାନ୍ ଦରକାର । ରାଜ୍ୟର ପ୍ରାୟ ୭୫%ରୁ ଅଧିକ ହୋଟେଲ, ଦୋକାନ, ର୍ବା ଆଦି ଭଡ଼ାରେ ଚାଲୁଥିବାରୁ ଉକ୍ତ କୋଠାଗୁଡ଼ିକର ମାଲିକମାନେ ଏହାକୁ ଦେଉନାହାନ୍ତି । ଲାଇସେନ୍ସ ନେବା ବେଳେ ଘର ମାଲିକ ସହ ହୋଇଥିବା ଚୁକ୍ତିନାମା ଦେଇଥିଲୁ । ଏହାପରେ ଆମେ ଉକ୍ତ କୋଠାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଇଣ୍ଟେରିୟର କାମ କରିଛୁ । ଏବେ ଅନୁମୋଦିତ ବିଲଡିଂ ପ୍ଲାନ୍ ନଥିଲେ କ’ଣ ଆମେ ଆଉ କୋଠାକୁ ର୍ବା ସ୍ଥାନାନ୍ତର କରିବୁ ? ନା ଆମେ ବ୍ୟବସାୟ ବନ୍ଦ କରିଦେବୁ? ବିଲଡିଂ ପ୍ଲାନ୍ ଯାଞ୍ଚ କାମ ଉନ୍ନୟନ କର୍ତ୍ତୃପକ୍ଷଙ୍କର । ଅବକାରୀ ବିଭାଗ ଏହାକୁ କେଉଁ ଉଦ୍ଦେଶ୍ୟରେ ମାଗୁଛି ଜଣାପଡ଼ୁନି ।

ସେହିପରି ଲାଇସେନ୍ସ ଦେବାବେଳେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ମାଗିଥିଲେ ଯେଉଁ ଘରେ ଏହି ସୁବିଧା ଥା’ନ୍ତା ତାହାକୁ ଆମେ ଭଡ଼ାରେ ନେଇଥାନ୍ତୁ । ହେଲେ ଏବେ ଲାଇସେନ୍ସ ନବୀକରଣକୁ ସପ୍ତାହେ ବି ସମୟ ନାହି୍‌ଁ । ଏସବୁ କେଉଁଠୁ ଆସିବ? ପୂର୍ବରୁ ସିକ୍ୟୁରିଟି ପାଇଁ ସଲ୍‌ଭେନ୍ସି ସାର୍ଟିଫିକେଟ୍ ଦିଆଯାଉଥିବାବେଳେ ଏବେ ବ୍ୟାଙ୍କ ଗ୍ୟାରେଣ୍ଟି ମଗାଯାଇଛି । ହେଲେ ମାର୍ଚ୍ଚ ମାସ ଶେଷ ହେଉଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ବ୍ୟାଙ୍କ ଗ୍ୟାରେଣ୍ଟିି କରିବାକୁ ମନା କରୁଛନ୍ତି । ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ର୍ବା ଓ ରେସ୍ତୋରାଁ ଆସୋସିଏନ୍ ଦାବି କରିଛି ।

ଏନେଇ ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁଯାୟୀ ଶେଷ ମୁହୂର୍ତ୍ତରେ ଲାଇସେନ୍ସ ନବୀକରଣ ପାଇଁ ନିୟମ ବଦଳିଛି । ଏବେ ଯେତିକି ଡକ୍ୟୁମେଣ୍ଟ ଅଛି ସେତିକି ଦେଇ ନବୀକରଣ କରନ୍ତୁ । ବାକି ଡକ୍ୟୁମେଣ୍ଟ ଦେବା ପାଇଁ ୧୫ଦିନର ସମୟ ନେବାକୁ ଅଣ୍ଡରଟେକିଂ ଦେଇପାରିବେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!