ମାର୍ଚ୍ଚ ୩୦ ବୁଧବାର ରାଶିଫଳ – ଏହି ରାଶିଧାରୀଙ୍କ ଭାଗ୍ୟରେ ଧନ ପ୍ରାପ୍ତିର ଯୋଗ

ମେଷ -: ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ସ୍ୱାଭିମାନୀ ହୋଇପାରନ୍ତି । ମନରେ ଈର୍ଷାଭାବ ଜାଗ୍ରତ ହୋଇପାରେ । ଶାରୀରିକ ଦୁର୍ବଳତା ଅନୁଭବ କରିବେ । ଅଷ୍ଟମ ଚନ୍ଦ୍ର ହେତୁ ସତର୍କରେ ଚଳିବେ ।

Advertisement


ବୃଷ -: ବନ୍ଧୁ ମିଳନରେ ଉପକୃତ ହେବେ । ବ୍ୟବସାୟ ଲାଭଜନକ ହେବ । ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ଦ୍ୱାରା ପରିଚାଳିତ ହେବେ ।

Subscribe now

ମିଥୁନ -: ପ୍ରିୟ ଲୋକଙ୍କ ସାନ୍ନିଧ୍ୟ ମିଳିବ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ ।


କର୍ଳଟ -: କର୍ମଚଞ୍ଚଳ ରହିବେ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଆର୍ôଥକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ଆସିବ । ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱ ହେବେ ।


ସିଂହ -: ଉଦାର ସ୍ୱଭାବର ହେବେ । ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଉତ୍ତମ ବ୍ୟକ୍ତିତ୍ୱଯୁକ୍ତ ହେବେ । ସୁସ୍ଥ ଓ ନିରାମୟ ରହିବେ । କୃଷିକର୍ମରୁ ଲାଭ ପାଇବେ । ପ୍ରେମୀ ଓ ବୁଦ୍ଧିମାନ୍ ହେବେ ।

କନ୍ୟା -: ମନ ପ୍ରସନ୍ନ ରହିବ । ଆତ୍ମ ବିଶ୍ୱାସୀ ହେବେ । ମଧୁର ଭାଷା ଓ ବ୍ୟବହାର କରି ପରକୁ ଆପଣାର କରିପାରନ୍ତି । ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ । ବିଦ୍ୱାନ୍ ହୋଇପାରନ୍ତି ।


ତୁଳା -: ଭାଗ୍ୟଶାଳୀ ହୋଇପାରନ୍ତି । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ପ୍ରକୃତି ଓ ବିଦ୍ୟାପ୍ରେମୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମିତ୍ରଙ୍କ ସହାୟତା ମିଳିବ । ଧନାଗମ ହେବ ।


ବିଛା -: ଆୟ ଆଶାନୁରୂପ ହେବ । ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ମାଲିମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ଓ ନିରାମୟ ରହିବେ ।


ଧନୁ -: କର୍ମଚଞ୍ଚଳ ରହିବେ । ତପ-ସାଧନା ପାଇଁ ଏକାନ୍ତବାସକୁ ସାମୟିକ ଭାବେ ଆଦରି ନେବେ । ମଧୁର ଭାଷାରେ ପରକୁ ଆପଣାର କରିପାରନ୍ତି । ନୀତିନିଷ୍ଠ ହେବେ । ସାହସୀ ଓ ଜ୍ଞାନୀ ହେବେ । ବ୍ୟୟାଧିକ ହେବ ।


ମକର -: ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।


କୁମ୍ଭ -: ମନ ପ୍ରସନ୍ନ ରହିବ । କୁଳ ଉଳକାରୀ ହେବେ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ନିଜ ପରିବାର ପ୍ରତି ସ୍ନେହ ସଦ୍ଦିଚ୍ଛା ଭାବ ରହିବ ।


ମୀନ -: ଭାଗ୍ୟଶାଳୀ ହେବେ । ଭୋଗୀ ଓ ବିଳାସୀ ହୋଇପାରନ୍ତି । ଦିନଟି ସୁଖ ସମୃଦ୍ଧିପୂର୍ଣ୍ଣ ହେବ । ଧର୍ମାତ୍ମା, ବିଦ୍ୱାନ୍ ଓ ସାହସୀ ହେବେ । ସମ୍ପତ୍ତିବାନ୍ ହୋଇପାରନ୍ତି । ଉଦ୍ୟୋଗୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!