ସେକେଣ୍ଡ ହ୍ୟାଣ୍ଡ ବାଇକ ଦେବା ନାଁରେ ଠକେଇ, ଲୁଟିନେଲେ ୬୨ହଜାର

ଭୁବନେଶ୍ୱର -: ବାଇକ୍ ଦେବା ନାଁରେ ୬୨ ହଜାର ଟଙ୍କା ଠକେଇ ଅଭିଯୋଗରେ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଜଣେ ପୂର୍ବତନ ଗୃହରକ୍ଷୀଙ୍କୁ ଗିରଫ କରିଛି । ସେ ହେଲେ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳର ବିଜୟ କୁମାର ପାଣ୍ଡି(୩୫) ।

Advertisement
subscribe now


ସୂଚନା ମୁତାବକ, କିଛିଦିନ ତଳେ ପ୍ରମୋଦ କୁମାର ସାହୁ ଓ ନିର୍ମଳ ପୃଷେଠ ନାମକ ଦୁଇ ସାଙ୍ଗ ସେକେଣ୍ଡ ହ୍ୟାଣ୍ଡ ବାଇକ୍ କିଣିବା ପାଇଁ ସେମାନଙ୍କର ଜଣେ ବନ୍ଧୁଙ୍କୁ ଜଣାଇଥିଲେ । ହେଲେ ସେ ରାଜଧାନୀରେ ନୂଆ ତେଣୁ ତାଙ୍କର ବେଶୀ ଲୋକସମ୍ପର୍କ ନଥିବା କହିଥିଲେ । କିନ୍ତୁ ତାଙ୍କ ସାଙ୍ଗ ବିଜୟଙ୍କର ରାଜଧାନୀରେ ଭଲ ଲୋକସର୍ମ୍ପକ ଥିବା କହିଥିଲେ । ତେଣୁ ତାଙ୍କ ନମ୍ବର ଦେଇଥିଲେ । ପ୍ରମୋଦ ବିଜୟଙ୍କ ସହ ଯୋଗାଯୋଗ କରିଥିଲେ । ବିଜୟ ନିଜକୁ ଚନ୍ଦକା ଥାନାର ପିସିଆର ଡ୍ରାଇଭର ଭାବେ ପରିଚୟ ଦେଇଥିଲେ ।

subscribe now


ପରଦିନ ବିଜୟ ବାଇକ୍ ଦେଖାଇବା ପାଇଁ ଉଭୟଙ୍କୁ ଆଚାର୍ଯ୍ୟବିହାର ଛକରେ ଥିବା ମା’ ଚର୍ଚ୍ଚିକା ସେକେଣ୍ଡ ହ୍ୟାଣ୍ଡ ମୋଟରସାଇକେଲ ଦୋକାନକୁ ଡାକିଥିଲେ । ଉଭୟ ସେଠାରେ ପହଞ୍ଚି ବିଜୟଙ୍କୁ ନପାଇବାରୁ ଫୋନ୍ କରିଥିଲେ । ହେଲେ ସେ ଏକ ରେଡ୍‌ରେ ଯାଇଥିବା କହିଥିଲେ । ତେଣୁ ସେମାନଙ୍କୁ ହ୍ୱାଟ୍‌ସଆପ୍ ମାଧ୍ୟମରେ ୨ଟି ବାଇକ୍ ଫଟୋ ପଠାଇଥିଲେ । ବାଇକ୍ ଦୁଇଟି ପାଇଁ ବୁକିଂ ଟଙ୍କା ପଠାଇବାକୁ କହିଥିଲେ । ବିଜୟଙ୍କ କହିବା ମୁତାବକ ଉଭୟ ଫୋନ୍‌-ପେ ମାଧ୍ୟମରେ ପ୍ରଥମେ ୫୦୦୦ ଟଙ୍କା ଏବଂ ଗୁଗଲ୍‌-ପେ’ରେ ୫୭୦୦୦ ଟଙ୍କା ପଠାଇଥିଲେ । ଟଙ୍କା ପାଇବା ପରେ ବାଇକ୍ ଦେବା ତ ଦୂରର କଥା ଓଲଟା ତାଙ୍କୁ ନାଲିଆଖି ଦେଖାଇଥିଲେ । ଉଭୟ ଠକାମିର ଶିକାର ହୋଇଥିବା ନେଇ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ ପରେ ପୁଲିସ ଆଜି ବିଜୟକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!