ଆପଣାନ୍ତୁ ଏହି ଖାଦ୍ୟ,କେଶ ଓ ତ୍ୱଚାକୁ କରନ୍ତୁ ଚମକଦାର ସହ ହାଡ ବି ହେବ ମଜବୁତ୍‌

ପରିବା ପରି ଶାଗ ମଧ୍ୟ ଶରୀର ପାଇଁ ଖୁବ୍ ଭଲ ଏହା ଆମେ ସମସ୍ତେ ଜାଣନ୍ତି । ଶାଗ ଖାଇବା ଦ୍ୱାରା ଶରୀରକୁ ବିଭିନ୍ନ ପ୍ରକାରର ସୁଫଳ ମିଳିଥାଏ । ଭିନ୍ନ ଧରଣର ଶାଗରେ ଭିନ୍ନ ପ୍ରକାରର ସୁଗୁଣ ରହିଛି । ତେବେ ଚାଲନ୍ତୁ ଜାଣିବା ପାଳଙ୍ଗ ଶାଗରେ କ’ଣ ସବୁ ଭଲ ଗୁଣ ରହିଛି ଓ ଏହାକୁ ଖାଇଲେ ଶରୀରକୁ କିପ୍ରକାରର ଲାଭ ହୋଇଥାଏ ।

Advertisement


ପାଳଙ୍ଗ ଶାଗକୁ ଆପଣ ଖରଡ଼ି, ପାଲକ ପନୀର କରି, ଶାଗ ରାଇ କିମ୍ବା ଶାଗ ମୁଗ ଆଦି କରି ଖାଇପାରିବେ । ଏହା ବ୍ୟତୀତ ଆପଣ ପାଳଙ୍ଗ ଶାଗକୁ ଜୁସ୍ କରି ମଧ୍ୟ ପିଇପାରିବେ । ଏହା ଦ୍ୱାରା ଆପଣଙ୍କ ଶରୀରକୁ ଅନେକ ପ୍ରକାରର ପୋଷଣ ମିଳିଥାଏ ।

ପାଳଙ୍ଗ ଖାଇଲେ କର୍କଟ ହେବାର ସମ୍ଭାବନା ହ୍ରାସ୍ ପାଇଥାଏ ବୋଲି ଏକ ଗବେଷଣାରୁ ଜାଣିବାକୁ ମିଳିଛି । ଏହା ବ୍ୟତୀତ ପାଳଙ୍ଗ ଶାଗ ଖାଇଲେ ରକ୍ତରେ ଶର୍କରା ପରିମାଣ ନିୟନ୍ତ୍ରଣରେ ରହେ । ସେହି କାରଣରୁ ମଧୁମେହ ରୋଗୀମାନେ ଏହାକୁ ଖାଇବା ଭଲ । ଓଜନ ହ୍ରାସ କରିବାକୁ ଚାହୁଁଥିଲେ ମଧ୍ୟ ଆପଣ ଆପଣଙ୍କ ଦୈନିକ ଖାଦ୍ୟ ରୁଟିନ୍‌ରେ ଏହି ଶାଗକୁ ରଖିପାରିବେ ।

ଏହା ତ୍ୱଚା, କେଶ ଓ ହାଡ଼ ପାଇଁ ଖୁବ୍ ଉପକାରୀ । ଏହାକୁ ଖାଇବା ଦ୍ୱାରା ଆପଣ ନିଜକୁ ଖୁବ୍ ସୁସ୍ଥ ଅନୁଭବ କରିବେ । ଏଥିରେ ପ୍ରୋଟିନ୍‌, ଆଇରନ୍‌, ଭିଟାମିନ୍ ଏବଂ ମିନେରାଲ୍ସ ସବୁ କିଛି ରହିଛି । ଏହାକୁ ଦୈନନ୍ଦିନ ଖାଇଲେ ବି ଏହା କୈାଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!