ଭାଲୁ ଆକ୍ରମଣରେ ୬୦ବର୍ଷର ବୃଦ୍ଧା ଗୁରୁତର

ନୂଆପଡ଼ା(ଡେନିସ ରାଏ)-ନୂଆପଡା ବ୍ଳକ ଅନ୍ତର୍ଗତ ବଏରଭାଡି ଗ୍ରାମରେ ଏକ ଜଙ୍ଗଲି ଭାଲୁ ଆଜି ସକାଳ ୭ ଘଟିକା ସମୟରେ ଗ୍ରାମର ୬୦ବର୍ଷିଆନ ବୃଦ୍ଧା ମଉଲୀ ପାଣ୍ଡେଙ୍କୁ ଲହୁଲୁହାଣ କରିବା ଫଳରେ ଅଞ୍ଚଳରେ ଆତଙ୍କର କଳାବାଦଲ ଘୋଟି ଯାଇଛି ।

Advertisement

ବୃଦ୍ଧା ଜଣକ ମହୁଲ ଫୁଲ ଗୋଟାଉଥିବା ସମୟରେ ହଠାତ ଭାଲୁ ମହାରାଜା ଆକ୍ରମଣ କରିଥିଲା ।ଘଟଣା ଘଟିଛି ନିଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ମହୁଲ ଗଛ ତଳେ । ଖବର ପାଇବା ମାତ୍ରେ ଗ୍ରାମର ଲୋକେ ତୁରନ୍ତ ବୃଦ୍ଧାଙ୍କୁ ଜଙ୍ଗଲରୁ ଭାଲୁ ଦାଉରୁ ଉଦ୍ଧାର କରି ଘରକୁ ଆଣିଥିଲେ । ଖବର ପାଇ ବଏରଭାଡି ସରପଞ୍ଚ ରୋହିତ ରାଉତ ଏବଂ ସମିତି ସଭ୍ୟ ଚନ୍ଦନ ବଞ୍ଜାରା ବୃଦ୍ଧା ଙ୍କୁ ଏକ ଗାଡ଼ି କରି ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇଥିଲେ ।ମଉଲୀ ଅତି ଗରିବ ଶ୍ରେଣୀୟ ଅଟନ୍ତି ।

ତାଙ୍କ ଏକମାତ୍ର ପୁଅ ଥିଲା ହେଲେ ବିଡ଼ମ୍ବନାର ବିଷୟ ଏହିକି ଗତବର୍ଷ ସେ କୈାଣସି କାରଣରୁ ଆତ୍ମହତ୍ୟା କରିଥିଲା । ଏ ସମ୍ପର୍କରେ ଖରିଆରରୋଡ ଟେରିଟୋରିଆଲ ରେଞ୍ଜର ଶ୍ରୀମାନ ନିରଞ୍ଜନ ମାଝୀଙ୍କୁ ପଚାରିବାରୁ ମଉଲୀ ମାଝୀ ଯଦି ଜଙ୍ଗଲୀ ଭାଲୁର ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି ତେବେ ନିଶ୍ଚୟ ରୂପେ ସରକାରୀ ସାହାଯ୍ୟ ଯୋଗାଇଦିଆଯିବ ବୋଲି ମତବ୍ୟକ୍ତ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!