ଏସିଡିଟି ହେବ ଗାଏବ, ଘରେ ରହି ଏଥିରୁ କେମିତି ଆପଣ ମୁକ୍ତି ପାଇବେ ଆସନ୍ତୁ ଜାଣିବା

ଏସିଡିଟି ଆଜାକାଲି ପ୍ରାୟ ଅଧିକାଂଶ ଲୋକଙ୍କ ସମସ୍ୟା । ଖାଇବା କିମ୍ବା ଶୋଇବାରେ ଟିକେ ଅବହେଳା ହେଲେ ଏହି ସମସ୍ୟା ଶରୀରକୁ କବଳିତ କରିଥାଏ । ବେଳେ ବେଳେ ପେଟରୁ ଏସିଡି ନିର୍ଗତ ହୋଇ ଗଳା ଆଡ଼େ ପଳେଇ ଆସିଥାଏ ।

Advertisement

ଫଳରେ ତଣ୍ଟି ଦରଜ ହେବାକୁ ଲାଗେ । ଏହି ଏସିଡିଟିରୁ ମୁକ୍ତି ପାଇବାକୁ ଆପଣଙ୍କୁ ହସ୍ପିଟାଲ୍ ଯିବାକୁ ପଡ଼ିବ ନାହିଁ । କିଛି ଘରୋଇ ଉପାୟ ଆପଣେଇ ମଧ୍ୟ ଆପଣ ଏଥିରୁ ମୁକ୍ତି ପାଇପାରିବେ । ସ୍ୱାସ୍ଥ୍ୟ ଗବେଷକମାନଙ୍କ କହିବାନୁଯାୟୀ ଜୀବନଶୈଳୀରେ ସାମାନ୍ୟ ପରିବର୍ତ୍ତନ ଆଣିଲେ ଏହି ସମସ୍ୟାକୁ ଦୂରେଇ ଦେଇ ହେବ । ଏସିଡିଟି ମୁଖ୍ୟତଃ ଖାଦ୍ୟ ଏପଟ ସେପଟ ଯୋଗୁ ହୋଇଥାଏ । ଆପଣ ନିଜର ଖାଇବା ଉପରେ ଧ୍ୟାନ ରଖନ୍ତୁ । ଗବେଷକମାନେ ପରାମର୍ଶ ଦେଇଛନ୍ତି ଯେ ଅଳ୍ପ ଅଳ୍ପ କରି ଅଧିକ ଥର ଖାଆନ୍ତୁ ।

https://youtu.be/ZrVjzJVkRF8
Subscribe Now

ଏକାଥରେ ପେଟପୂରା ଖାଇଲେ ଏସିଡିଟି ହେବାର ସମ୍ଭାବନା ରହିଛି । ଯଦି ଆପଣଙ୍କର କଫି ପିଇବା ସଉକ ଅଛି ତେବେ ସେଥିରେ ଲଗାମ ଦିଅନ୍ତୁ । କଫି ପିଇବା ଦ୍ୱାରା ଖୁବ୍ ଶୀଘ୍ର ଏସିଡିଟି ହୋଇଯାଏ । କଫି ପିଇଲେ ପେଟରେ ସବୁଠାରୁ ଅଧିକ ଏସିଡି ନିର୍ଗତ ହୁଏ । ଉଚ୍ଚ ପିଏଚ୍ ସ୍ତର ଥିବା ଖାଦ୍ୟ ଖାଅନ୍ତୁ । ଏହା ଏସିଡିଟିରୁ ମୁକ୍ତି ଦେଇଥାଏ । ଆପଣଙ୍କ ଦେହରେ ଯାଉନଥିବା ଭଳି ଖାଦ୍ୟ ଖାଆନ୍ତୁ ନାହିଁ । କୈାଣସି ଖାଦ୍ୟ ଯଦି ଆପଣଙ୍କ ଶରୀର ପାଇଁ ଉପଯୁକ୍ତ ନୁହେଁ ଆଉ ଆପଣ ଜବରଦସ୍ତି ଖାଇଛନ୍ତି, ତେବେ ବି ଏସିଡିଟି ହେବାର ସମ୍ଭାବନା ରହିଛି । ଶୋଇବାର ଏକ ସମୟ ନିର୍ଦ୍ଧାରଣ କରନ୍ତୁ ।

subscribe Now

ଶୋଇବା ସମୟ ଏପଟସେପଟ ହେଲେ ମଧ୍ୟ ପେଟରୁ ଏସିଡି ନିର୍ଗତ ହୋଇ ବିଭିନ୍ନ ଧରଣର ପେଟ ସମସ୍ୟା ହୋଇଥାଏ । ଖାଇବା ପରେ ସାଙ୍ଗେ ସାଙ୍ଗେ ଶୋଇଲେ ବି ପେଟ୍‌ରେ ଏସିଡିଟି ହୋଇଯାଏ । ଆପଣ ଖଟକୁ ଯିବାର ଅତି କମ୍‌ରେ ୧ ଘଣ୍ଟା ପୂର୍ବରୁ ଖାଇଦିଅନ୍ତୁ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!