ସାମ୍ବାଦିକଙ୍କ ଉପରେ ରୋକ କାହିଁକି, ବିଧାନସଭାରେ ଉଠିଲା …

ଭୁବନେଶ୍ୱର -: ବିଧାନସଭାର ଶୁନ୍ୟକାଳରେ ସାମ୍ବାଦିକମାନଙ୍କୁ ବିଧାନସଭାର ପ୍ରେସ ଗ୍ୟାଲେରି ଓ ଲୋକସେବା ଭବନକୁ ଛଡ଼ା ନ ଯିବାକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଉଦବେଗ ପ୍ରକାଶ କରିଛନ୍ତି ।

Advertisement

ସେ କହିଛନ୍ତି, ସବୁ କିଛି ସ୍ୱାଭାବିକ ହେଲାଣି । କରୋନା ଗଲାଣି । ରାଜନୈତିକ କାର୍ଯ୍ୟକ୍ରମ ଚାଲିଛି । ତେଣୁ ଏଭଳି ସ୍ଥିତିରେ କାହିଁକି ସାମ୍ବାଦିକଙ୍କୁ ଛଡ଼ାଯିବନି । ସେମାନଙ୍କୁ ଖବର ପରିବେଷଣ ପାଇଁ ସରକାର ଭିତରକୁ ଛାଡ଼ନ୍ତୁ । କେଉଁ କଥା ଲୁଚାଇବା ପାଇଁ ସରକାର ସାମ୍ବାଦିକମାନଙ୍କୁ ଛାଡୁ ନାହାନ୍ତି ବୋଲି ବି ପ୍ରଶ୍ନ କରିଛନ୍ତି ମୋହନ ।

https://youtu.be/ZrVjzJVkRF8
subscribe now

ମୋହନ ମାଝୀଙ୍କ ପରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ନରସିଂହ ମିଶ୍ର ବି ଏହି ପ୍ରସଙ୍ଗ ଉଠାଇଥିଲେ । ସାମ୍ବାଦିକଙ୍କୁ କାହିଁକି ଲୋକସେବା ଭବନ ଛଡ଼ାଯିବନି ବୋଲି ଉଭୟେ ପ୍ରଶ୍ନ କରିଥିଲେ । ଲୋକସେବା ଭବନକୁ ଛଡ଼ାନଯିବା ଦ୍ୱାରା ସାମ୍ବାଦିକଙ୍କ ପ୍ରତି ଅନ୍ୟାୟ ହେଉଛି । ଏଣୁ ଲୋକସେବା ଭବନକୁ ସାମ୍ବାଦିକମାନଙ୍କୁ ତୁରନ୍ତ ଛଡ଼ାଯିବା ଲାଗି ସେମାନେ ଦାବି କରିଥିଲେ ।

subscribe now
Advertisement

Leave a Reply

Your email address will not be published. Required fields are marked *

error: Content is protected !!