ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦରରେ ଲାଗିଲା ନିଆଁ, ଆଗକୁ ସ୍ଥିତି ହୋଇପାରେ ଭୟଙ୍କର

ନୂଆଦିଲ୍ଲୀ -: ସ୍ଥିତି ଏବେ ଅଣାୟାତ, ସରକାର ହାତ ଟେକିଦେବା ପରେ ଚିନ୍ତାରେ ଭାରତୀୟ । ସରକାର ଦରଦାମବୃଦ୍ଦି ନିୟନ୍ତ୍ରଣ କରିବାରେ ପୁରା ବିଫଳ । ଏଭଳି ସ୍ଥିତିରେ ଆଗକୁ ସ୍ଥିତି ଭୟଙ୍କର ହେବ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

Advertisement


ଆଜି ମଧ୍ୟ ସମଗ୍ର ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦର ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି । ଗତ ୧୦ ଦିନ ମଧ୍ୟରେ ଏହା ହେଉଛି ଇନ୍ଧନ ମୂଲ୍ୟରେ ୯ମ ବୃଦ୍ଧି । ସେହି ଅନୁସାରେ, ଆଜି ସକାଳ ୭.୩୩ରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ‘ହାଇୱେ ଡିଜେଲ୍ ସେଣ୍ଟର’ ରେ ପେଟ୍ରୋଲ୍ ୮୬ ପଇସା ଓ ଡିଜେଲ୍ ୮୫ପଇସା ବୃଦ୍ଧି ପାଇ ଲିର୍ଟପିଛା ଯଥାକ୍ରମେ ଟ. ୧୦୮.୬୫ ଓ ଟ. ୯୮.୪୨ ରେ ବିକ୍ରୟ ହେଉଛି ବୋଲି ‘ଇଣ୍ଡିଆନ୍ ଅଏଲ୍‌’ ସୂଚନା ଦେଇକ୍ତି ।

Subscribe Now BNS Bhakti

ଆଜି ସକାଳ ୬ଟା ବେଳଠାରୁ ଦିଲ୍ଲୀରେ ଆଜି ପେଟ୍ରୋଲ୍ ଲିଟର ପିଛା ଟ. ୧୦୧.୮୧ ଏବଂ ଡିଜେଲ୍ ଲିଟର ପିଛା ଟ. ୯୩.୦୭ରେ ବିକ୍ରୟ ହେଉଛି । ମୁମ୍ବାଇରେ ପେଟ୍ରୋଲ୍ ଲିଟର ପିଛା ୮୪ ପଇସା ବୃଦ୍ଧି ପାଇ ଟ. ୧୧୬.୭୨ ଏବଂ ଡିଜେଲ୍ ମଧ୍ୟ ଲିଟର ପିଛା ୮୪ ପଇସା ବୃଦ୍ଧି ପାଇ ଟ. ୧୦୦.୯୪ରେ ବିକ୍ରୟ ହେଉଛି । ସେହିପରି, ଚେନ୍ନାଇରେ ୭୬ ପଇସା ବୃଦ୍ଧି ପାଇ ପେଟ୍ରୋଲ୍ ଲିର୍ଟପିଛା ଟ. ୧୦୭.୪୫ ଏବଂ ଡିଜେଲ୍ ଲିଟର ପିଛା ଟ. ୯୭.୫୨ ବିକ୍ରୟ ହେଉଛି । କୋଲ୍‌କାତାରେ ପେଟ୍ରୋଲ୍ ଲିଟର ପିଛା ଦର ଟ. ୧୧୧.୩୫ ଥିବା ବେଳେ ଡିଜେଲ୍ ଲିଟର ପିଛା ଦର ଟ. ୯୬.୨୨ରେ ବିକ୍ରି ହେଉଛି । ସାଢ଼େ ୪ ମାସ ଅପରିବର୍ତ୍ତିତ ରହିବାପରେ ମାର୍ଚ ୨୨ ଠାରୁ ଇନ୍ଧନ ଦର ବୃଦ୍ଧି ପାଇବାରେ ଲାଗିଛି । ଆଜି ହେଉଛି ଇନ୍ଧନ ଦରର ୮ମ ବୃଦ୍ଧି । ସେହି ହିସାବରେ ମୋଟାମୋଟି ପେଟ୍ରୋଲ୍ ଓ ଡିଜେଲ୍ ଦର ଟ. ୬.୪୦ ବୃଦ୍ଧି ପାଇଲାଣି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!