କନ୍ୟା ବଦଳରେ ଶାଶୁକୁ ବରଣମାଳା ଦେଖନ୍ତୁ ଭିଡିଓ

ଭୁବନେଶ୍ୱର – ଇଣ୍ଟରନେଟରେ ଅନେକ ପ୍ରକାର ବିବାହ ଭିଡିଓ ଭାଇରାଲ ହୋଇଥାଏ । ଏହି ଭିଡିଓ ବର-କନ୍ୟାଙ୍କ ସହିତ ଜଡ଼ିତ ହୋଇଥାଏ । ଅନ୍ୟପକ୍ଷରେ କନ୍ୟା ଘରେ ପହଞ୍ଚିିବା ପରେ ବରଯାତ୍ରୀଙ୍କ ଗଣ୍ଡଗୋଳ ଘଟଣା ବି ପୂର୍ବରୁ ଅନେକ ସାମ୍ନାକୁ ଆସିଛି । ଏମିତି କି ବର ମଦ ପିଇ ଆସିଥିବାରୁ କନ୍ୟା ବାହାଘର ଭାଙ୍ଗି ଦେଇଥିବା ବି ଖବର ମିଳିଛି ।

Advertisement


ନିକଟରେ ଜଣେ ବର ମଦ ପିଇ ବିବାହ ପାଇଁ କନ୍ୟା ଘରେ ପହଞ୍ଚିଥିଲେ । ମଞ୍ଚ ଉପରେ କନ୍ୟା ଓ କନ୍ୟାଙ୍କ ମା’ ଛିଡ଼ା ହୋଇଥିଲେ । ବର ଅତ୍ୟଧିକ ମଦ୍ୟପାନ କରି ଦେଇଥିବାରୁ ସେ କ’ଣ କରୁଛନ୍ତି କିଛି ବୁଝି ପାରି ନଥିଲେ । ଶେଷରେ ସେ କନ୍ୟା ବଦଳରେ ତାଙ୍କ ମା’ଙ୍କ ବେକରେ ବରଣମାଳା ପକାଇବାକୁ ଯାଉଥିଲେ ।

https://youtu.be/ypDXSjh84qk
Subscribe now

ଏହି ସମୟରେ ତାଙ୍କ ପାଖରେ ଥିବା କିଛି ଯୁବକ ତାଙ୍କୁ ଏପରି କରିବାକୁ ଅଟକାଇ କନ୍ୟା ବେକରେ ମାଳା ପକାଇବାକୁ କହିଥିଲେ । କିନ୍ତୁ ସେ ନିଜ ଉପରେ ଭାରସାମ୍ୟ ରକ୍ଷା କରି ନପାରି ପାଖରେ ପଡ଼ିଥିବା ସୋଫା ଉପରେ ପଡ଼ିଯାଇଥିଲେ । ତେବେ ଏହି ଘଟଣାକୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ନିଜ ଫୋନରେ କୈଦ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଯାଇଛି ।

see video


ଏହି ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଖବର ଲେଖାହେଲା ପର୍ଯ୍ୟନ୍ତ ଭିଡିଓ କେଉଁଠୁ ଆସିଛି ତାହା ଜଣା ପଡି ନଥିଲା । ଭିଡିଓ କୈାଣସି ଏକ ନାଟକର ଅଂଶ ହୋଇଥାଇପାରେ ବୋଲି ବି କିଛି ଲୋକ ପ୍ରତିକ୍ରିୟା ଦେଉଛନ୍ତି ।

subscribe now
Advertisement

Leave a Reply

Your email address will not be published. Required fields are marked *

error: Content is protected !!