ବଳାତ୍କାରରୁ ବଞ୍ଚିବା ପାଇଁ ହଷ୍ଟେଲ ଛାତରୁ ଡେଇଁଲେ ଦଶମ ଶ୍ରେଣୀ ଛାତ୍ରୀ

ଲେଫ୍ରିପଡା/ସୁନ୍ଦରଗଡ଼ -: ଆଜି ପବିତ୍ର ଉତ୍କଳ ଦିବସରେ ମନ୍ଦିର ରୂପକ ଶିକ୍ଷାନୁଷ୍ଠାନରେ ଅଭାବନୀୟ ଘଟଣା ଘଟିଛି । ଜଣେ ଯୌନପିପାସୁ ପ୍ରଧାନଶିକ୍ଷକଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଦଶମ ଶ୍ରେଣୀ ଛାତ୍ରୀ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଯାଇଛି । ମୃତ ଛାତ୍ରୀ ହେଲେ ଅପର୍ଣ୍ଣା ପାଣ୍ଡେ ।

Advertisement


ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସୁନ୍ଦରଗଡ଼ ଜିଲ୍ଳା ଲେଫ୍ରିପଡା ଥାନା ଅନ୍ତର୍ଗତ ପଟୁଆଡିହି ପଞ୍ଚାୟତ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଅପର୍ଣ୍ଣା ପାଣ୍ଡେକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ୟାମ ସୁନ୍ଦର ପଟେଲ ଯୌନ ନିର୍ଯାତନା ଦେଇ ଆସୁଥିଲେ । ଏନେଇ ଅପୂର୍ଣ୍ଣ ପୂର୍ବରୁ ମଧ୍ୟ ଅଭିଯୋଗ କରି ଆସୁଥିଲେ । ଆଜି କିନ୍ତୁ ପ୍ରଧାନଶିକ୍ଷକଙ୍କ ବ୍ୟବହାର ସୀମା ଟପିଥିଲା । ଶେଷରେ ଅପର୍ଣ୍ଣା ଆଜି ଅପରାହ୍ନ ପ୍ରାୟ ୧ଟାରେ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲା ।

https://youtu.be/ypDXSjh84qk

ଲେଫ୍ରିପଡା ଆଇଆଇସି ହେମାଙ୍ଗିନୀ ଗର୍ଡିଆ ନିଜର ଟିମ୍ ନେଇ ବିଦ୍ୟାଳୟକୁ ପହଞ୍ଚିି ମୃତଦେହ ଜବତ କରିଛନ୍ତି । ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି । ଅନୁସନ୍ଧାନ କରିଥିବା ବେଳେ ଅଭିଯୁକ୍ତ ପ୍ରଧାନଶିକ୍ଷକ ଶ୍ୟାମ ସୁନ୍ଦର ପଟେଲ, ସହକାରୀ ଶିକ୍ଷକ ରାଧାକାନ୍ତ ନାଏକ ଓ ପ୍ରିୟଦର୍ଶିନୀ ବେହେରାଙ୍କୁ ଥାନାକୁ ଆଣି ପଚରାଉଚରା କରୁଛନ୍ତି । ଦଶମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାରେ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷ ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ ଅବଗତ ହୋଇଛନ୍ତି । ଶ୍ରୀ ପ୍ରଧାନ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପୂର୍ବରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଯାଇଛନ୍ତି । ଏଥି ସହିତ ସେ କହିଛନ୍ତି, ଯୈାନ ନିର୍ଯାତନା ଉଦ୍ୟମ ନେଇ ଅଭିଯୋଗ ହୋଇଛି । ଏନେଇ ପୁଲିସ ଘଟଣାର ତଦନ୍ତ କରୁଛି । ପ୍ରକୃତ ଘଟଣା ସାମ୍ନାକୁ ଆସିଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!