ରକ୍ତଦାନ ଶିବିର ଅନୁଷ୍ଠିତ, ୪୧ ୟୁନିଟ ରକ୍ତ ସଂଗ୍ରହ

ବରଗଡ଼(ନିରଞ୍ଜନ ତ୍ରିପାଠୀ )- : ଓଡ଼ିଶା ମୋ ପରିବାର, ଜୀବନ ବିନ୍ଦୁ ଆନୁକୁଲ୍ୟରେ ବିଜୁ ଯୁବ ଜନତାଦଳ ତରଫରୁ ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର ପାଇକମାଲ ବ୍ଲକ ଅନ୍ତର୍ଗତ ଜାମସେଠ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି ।

Advertisement

ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ଅଞ୍ଚଳର ଉଦୀୟମାନ ଯୁବନେତା ଭୋଜରାଜ ସିଂ ବରିହା , ସମ୍ମାନିତ ଅତିଥି ଭାବେ ଓଡ଼ିଶା ମୋ ପରିବାର , ବରଗଡ଼ ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର , ବିଜୁ ଯୁବ ଜନତା ଦଳ ପାଇକମାଲ ବ୍ଲକ ସଭାପତି ଗୌତମ ସିଂ , ପଦ୍ମପୁର ପୌରାଞ୍ଚଳର ପୂର୍ବତନ ଅଧ୍ୟକ୍ଷ ପ୍ରିତମ ମେହେର ଯୋଗଦାନ କରି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ ।

https://youtu.be/ypDXSjh84qk

ରକ୍ତଦାନ ଶିବିରରେ ଜାମସେଠ ସରପଞ୍ଚ ଆର୍ତ୍ତତ୍ରାଣ ସାହୁ , ପାଇକମାଲ ବ୍ଲକ ଉପ ସଭାପତି ଶରତ ଚନ୍ଦ୍ର ତାଣ୍ଡି , ପାଇକମାଲ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ବରିହା , ପାଇକମାଲ ବ୍ଲକ ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ରକ୍ତଦାନ ଶିବିରରେ ସର୍ବମୋଟ ୪୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ଏବଂ ପରିଶେଷରେ ରକ୍ତଦାନ-ଜୀବନ ଦାନ ର ସ୍ଲୋଗାନ ଦେଇ ଯୁବନେତା ଶ୍ରୀ ବରିହା ଜାମସେଠ ପଞ୍ଚାୟତ ର ରକ୍ତଦାନ କରିଥିବା ସମସ୍ତ ଯୁବ ଭାଇ ମାନଙ୍କୁ ଧନ୍ୟବାଦ ଅର୍ପଣ କରି ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!