ପୋଲିସ କବଜାରେ ‘420’ ୫ କଳଙ୍କିତ ସାମ୍ବାଦିକ

କୋରାପୁଟ -: ସାମ୍ବାଦିକତା ନାମରେ କଳଙ୍କ । ସାମ୍ବାଦିକତା ନାମରେ ଜାଲ ସଂସ୍ଥା ଖୋଲି ଲୋକଙ୍କୁ ଜାଲ ନିଯୁକ୍ତିପତ୍ର ଦେଇ କୋରାପୁଟ ଜିଲ୍ଲା ଦାମନଜୋଡି ପୁଲିସ ହାତରେ ଧରାପଡିଛନ୍ତି ୫ ଜଣ ନକଲି ସାମ୍ବାଦିକ । ଅଭିଯୁକ୍ତମାନେ ହେଲେ ରାୟଗଡ ସହରର ସୁଧୀର କୁମାର ଚୌଧୁରୀ, ତାଙ୍କ ପୁଅ ସନ୍ତୋଷ କୁମାର ଚୌଧୁରୀ, ସନ୍ତୋଷ କୁମାର ବରାଡ, କମଳ ଲୋଚନ ମହାନ୍ତି ଓ ଅଭିମନ୍ୟୁ ମିଶ୍ର ।

Advertisement


ସୂଚନା ଅନୁସାରେ ଚୈାଧୁରୀ ବାପ-ପୁଅ ଏକ ସଂସ୍ଥା ଖୋଲି ନିଯୁକ୍ତି ଦେବା ନାମରେ ପୋଷ୍ଟର ବ୍ୟାନର ଛାପି ଶିକ୍ଷିତ ଯୁବକଙ୍କୁ ଟାର୍ଗେଟ କରୁଥିଲେ । ଏଥି ପାଇଁ ସେମାନେ ଜଣେ ବ୍ୟକ୍ତିଙ୍କ ଠାରୁ ୪୦ ହଜାର ଟଙ୍କା ନେଉଥିଲେ । ନିଯୁକ୍ତିପତ୍ର ଦେବା ସହ ଦାମନଜୋଡି ନାଲକୋ ଓ ହାଲ ସୁନାବେଡାରେ କଣ୍ଟ୍ରାକଚୁଆଲ ନିଯୁକ୍ତି ଦେଇଛନ୍ତି । କେବଳ ନିଯୁକ୍ତିପତ୍ର ଦେଇ ନାହାନ୍ତି । ବରଂ କାରଖାନା ମଧ୍ୟକୁ ପ୍ରବେଶ କରିବାକୁ ନକଲି ଗେଟ ପାସ୍ ମଧ୍ୟ ଦେଇଥିଲେ ।

https://youtu.be/dVFvDYhzYEI
subscribe now

ଏହି ଭଳି ଭାବେ କୋରାପୁଟ ଜିଲ୍ଲାର ୭୦ ଜଣ ପିଲାଙ୍କ ଠାରୁ ୪୦ ହଜାର ଟଙ୍କା ଲେଖାଁଏ ନେଇ ନିଯୁକ୍ତି ପତ୍ର ଦେଇଥିଲେ । ଦାମନଜୋଡି ନାଲକୋ କାରଖାନାରେ ନିଯୁକ୍ତିପତ୍ର ଓ ଗେଟ ପାସ୍ ମିଳିବାପରେ ଦାମନଜୋଡି କାରଖାନାକୁ କାମ କରିବାକୁ ତିନି ଜଣ ଯୁବକ ଯାଉଥୁବାବେଳେ ମୁଖ୍ୟ ପ୍ରବେଶ ଫାଟକରେ ସୁରକ୍ଷା କର୍ମୀ ପାସ ଗୁଡିକ ଯାଞ୍ଚ କରିଥିଲେ । ଗେଟ ପାସ ନକଲି ହୋଇଥିବା ଜାଣି ପୁଲିସକୁ ସୁଚନା ଦେଇଥିଲେ । ଅଭିଯୋଗ ମିଳିବାପରେ ସୁନାବେଡା ଏସଡିପିଓ ମନୋଜ ବେହେରାଙ୍କ ତତ୍ୱାବଧାନାରେ ଦାମନଜୋଡି, ସୁନାବେଡା ସମେତ ତିନୋଟି ଥାନାର ଅଧିକାରୀଙ୍କୁ ନେଇ ଟିମ୍ ଗଠନ କରାଯାଇ ତଦନ୍ତ କରିଥିଲେ ।

ତଦନ୍ତ କରିବା ପରେ ସେମିଳିଗୁଡାର ଏକ ସମ୍ବ୍ରାନ୍ତ ହୋଟେଲରୁ ଭୁବନେଶ୍ୱରର ୩ଜଣକୁ ଗିରଫ ହୋଇଥିଲେ । ପୁଲିସ ଏହା ସହ ତାଙ୍କ ନିକଟରୁ ୫୫ଟି ଗେଟ୍ ପାସ, ନାଲକୋ, ହାଲ, ଜିନ୍ଦଲ, ଏଚସିଏଲ ଭଳି ଦେଶର ନାମି କମ୍ପାନିଗୁଡିକର ନାମରେ ୧୭ଟି ଷ୍ଟାମ୍ପ, କଲର ପ୍ରିଣ୍ଟର, ଲ୍ୟାପ୍‌ଟପ୍‌, ଡେସ୍କଟପ, କମ୍ପ୍ୟୁଟର ହାର୍ଡ-ଡିସ୍କ ସହ ୨୧ ହଜାର ନଗଦ ଟଙ୍କା ଜବତ କରିଛି । ତା ସହ ଭଡାରେ ଆଣି ସେମାନେ ବ୍ୟବହାର କରୁଥୁବା ଇନୋଭା କାରକୁ ମଧ୍ୟ ଜବତ କରିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!