ଏପ୍ରିଲ ୪ ସୋମବାର ରାଶିଫଳ, ଆଜିର ଦିନଟି ସତର୍କ ରୁହନ୍ତୁ

ଜ୍ୟୋର୍ତିବିଦ୍‌ – ଆଶୁତୋଷ ପାଣିଗ୍ରାହୀ, ବରଗଡ଼, ମୋ – ୯୯୩୮୦୪୮୩୦୦

Advertisement

ଏପ୍ରିଲ ୪ ତାରିଖ ସୋମବାର ୨୦୨୨, ମୀନ ୨୧ଦିନ, ଚୈତ୍ର ଶୁକ୍ଳପକ୍ଷ ତୃତୀୟା ଦି.ପ. ୧.୫୫ମି, ମେଷଚନ୍ଦ୍ର ରା:ଘ. ୯.୪୨ମି, ଦ୍ୱିଜା ନକ୍ଷତ୍ର ଦି.ପ ୩.୦୯ମି.
ଆଜିର ପର୍ବପର୍ବାଣୀ – ସୋମ ତୃତୀୟା, ଆଜି –ବୃଷ, ସିଂହ, କନ୍ୟା, ତୁଳା, ମକର ରାଶିର ଜନ୍ମିତ ବ୍ୟକ୍ତି ସତର୍କ ରହିବେ ।


ମେଷ – ଆଜି ଆପଣଙ୍କ ପାଇଁ କଲ୍ୟାଣକାରୀ ଶୁଭଯୋଗ ରହିଛି । ବ୍ୟବସାୟରେ ହଠାତ୍ ଖୁସି ଖବର ପାଇବେ । ପାରିବାରିକ ଜୀବନ ହସଖୁସିରେ କଟିବ । ପ୍ରେମ କ୍ଷେତ୍ରରେ ସଫଳ ହେବେ । ଲକ୍ଷ୍ୟ ପ୍ରାପ୍ତି ପାଇଁ ଆପଣଙ୍କୁ ବନ୍ଧୁଙ୍କ ସହଯୋଗ ମିଳିବ ।


ବୃଷ – ଆଜି ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ଅଜଥାରେ ଅର୍ଥବ୍ୟୟ ଯୋଗ ହେବ । ପାରିବାରିକ ଜୀବନରେ ସାମାନ୍ୟ କଳହ ଦେଖାଯିବ । ଅପ୍ରିୟ କଥାକହି ମତାନ୍ତର ହେବେ । ବ୍ୟବସାୟରେ ପରିଶ୍ରମ ତୁଳନାରେ ଫଳ ମିଳିବ ନାହିଁ । ଆଜି ମା’ଦୁର୍ଗାଙ୍କ ପାଖରେ ଘିଅଦୀପଟିଏ ଜାଳନ୍ତୁ ।


ମିଥୁନ – ଆଜି ଜୀବନରେ ମଉଜମସ୍ତି ପାଇଁ ଭଲ ସୁଯୋଗ ମିଳିବ । ବ୍ୟବସାୟରେ ନୂଆ ଯୋଜନା କରି ସଫଳ ହେବେ । ପ୍ରିୟ ବନ୍ଧୁଙ୍କ ସହଯୋଗ ମିଳିବ ।ପାରିବାରିକ ଜୀବନ ହସଖୁସିରେ କଟିବ । କର୍ମକ୍ଷେତ୍ର ବା ବ୍ୟବସାୟରେ ମଧ୍ୟମ ଫଳ ପାଇବେ ।


କର୍କଟ – ଆଜି ଆପଣ ଦୁଃସାହାସିକ କାର୍ଯୟ କରି ପ୍ରସଂଶିତ ହେବେ । ବ୍ୟବସାୟରେ ଅର୍ଥ ଲାଭ ଯୋଗ ରହିଛି । ପାରିବାରିକ ଜିବନରେ ହସ ଖୁସି ଲାଗିରହିବ । କର୍ମ କ୍ଷେତ୍ରରେ ଖୁସି ଅନୁଭବ କରିବେ । କୈାଣସି ବନ୍ଧୁଙ୍କ ଠାରୁ ଖୁସିଖବର ପାଇବେ ।


ସିଂହ – ପରିବାରର ଅନ୍ୟମାନଙ୍କ ସହିତ ମନାନ୍ତର ଓ ମତାନ୍ତର ଯୋଗୁଁ ବିବ୍ରତ ରହିବେ । ଭୁମି ସମ୍ବଦ୍ଧୀୟ ଚିନ୍ତାରେ ପିଡିତ ରହିବେ । ବ୍ୟବସାୟରେ ମଧ୍ୟମ ଫଳ ପାଇବେ । କୈାଣସି ବନ୍ଧୁଙ୍କ ଠାରୁ ମାନସିକ ଚାପଗ୍ରସ୍ତ ହେବେ । ଆଜି ମା’ଦୁର୍ଗାଙ୍କ ପାଖରେ ୩ଟି ବେଲପତ୍ର ଅର୍ପଣ କରନ୍ତୁ ।
କନ୍ୟା – ଆଜି ପରିଶ୍ରମ ତୁଳନାରେ ଆୟ କମ ହେବ । ପାରିବାରିକ ଜିବନରେ ସାମାନ୍ୟ ମନୋମାଳିନ୍ୟ ଦେଖାଦେବ । କମକ୍ଷେତ୍ରରେ ନିନ୍ଦିତ ହେବେ । ପ୍ରିୟ ବନ୍ଧୁ ଆପଣଙ୍କ ମନରେ ଆଘାତ ଦେବ । ସଞ୍ଚିତ ଅର୍ଥ ବ୍ୟୟ ହେବ । ଆଜି ମା’ଦୁର୍ଗାଙ୍କ ପାଖରେ ୫ଟି ମନ୍ଦାର ଫୁଲ ସହ ଲାଲଚୁଡି ଅର୍ପଣ କରନ୍ତୁ ।
ତୁଳା – ପିଲାଙ୍କ ସ୍ୱାସ୍ଥ୍ୟ ଏବଂ ଆକସ୍ମିକ ଅସୁସ୍ଥତା ଆପଣଙ୍କୁ ବିଚଳିତ କରିବ । ଅଯଥା ଆପଣଙ୍କୁ ନିଜ ଲୋକ ଭୁଲ ବୁଝିବେ । ବ୍ୟବସାୟରେ ଆଶାନୁରୁପ ଫଳ ମିଳିବ ନାହିଁ । ବନ୍ଧୁଙ୍କ ସହଯୋଗ ମିଳିବ । ମା’ଦୁର୍ଗାଙ୍କ ପାଖରେ ଘିଅ ବତି ଜଳାନ୍ତୁ ।
ବିଚ୍ଛା – ଆଜି ଆଶା କରିଥିବା ଦିଗରୁ ଧନପ୍ରାପ୍ତି ହେବ । ନୂତନ ଦ୍ରବ୍ୟଟି କ୍ରୟ କରିପାରିବେ । ହଠାତ ଅର୍ଥାଗମର ସୁଚନା ମିଳିବ । ପାରିବାରିକ ଜୀବନରେ ଖୁସି ରହିବ । ବ୍ୟବସାୟରେ ଅର୍ଥଲାଭ ଯୋଗ ରହିଛି । ଗୁପ୍ତ ଶତ୍ରୁ ପ୍ରତି ସତର୍କ ରୁହନ୍ତୁ । ଦିନଟି ମଙ୍ଗଳମୟ ହେବ ।
ଧନୁ – ଆଜି ଆପଣଙ୍କ ମନ ଚଞ୍ଚଳ ରହିବ । କର୍ମକ୍ଷେତ୍ରରେ ସୁନାମ ପାଇବେ ।ବ୍ୟବସାୟରେ ଲାଭଯୋଗ ରହିଛି । ପ୍ରେମିକ ମାନଙ୍କ ପାଇଁ ଦିନଟି ଭଲ ରହିବ । ପାରିପାରିକ କ୍ଷେତ୍ରରେ ଖୁସି ରହିବେ । ବନ୍ଧୁଙ୍କ ସହଯୋଗ ମିଳିବ ।
ମକର – ଆଜି ପେଟ ଜନିତ ରୋଗରେ ପିଡିତ ହେବେ । ପାରିବାରିକ ଜୀବନରେ ଅସୁବିଧା ରହିବ । ସଞ୍ଚିତ ଧନ ବ୍ୟୟ ହେବ । କର୍ମ କ୍ଷେତ୍ରରେ ଅସଫଳ ହେବେ । ବ୍ୟବସାୟରେ ସହଯୋଗୀ ମାନେ ଅସହଯୋଗ କରିବେ । ମା ଦୁର୍ଗାଙ୍କ ପାଖରେ ଘିଅ ବତୀ ଜାଳନ୍ତୁ ।
କୁମ୍ଭ – ଆଜି ଦିନଟିରେ ଆପନଙ୍କର ଅକଳିନୀୟ ଖୁସି ପାଇବେ । କୋଣସି ଭୁମି ଅନୁବନ୍ଧ ପାଇଁ ପ୍ରସ୍ତାବ ପାଇବେ । ଆପଣଙ୍କ ବ୍ୟକ୍ତିତ୍ୱ ଅନ୍ୟମାନଙ୍କୁ ଆକର୍ଶୀତ କରିବ । କର୍ମକ୍ଷେତ୍ର ଓ ବ୍ୟବସାୟରେ ଲାଭବାନ ରହିବେ । ପ୍ରେମ କ୍ଷେତ୍ରରେ ସଫଳ ହେବେ । ମା ଦୁର୍ଗାଙ୍କ ପାଖରେ ମନ୍ଦାର ମାଳଟିଏ ଦିଅନ୍ତୁ ।
ମୀନ – ପରିବାରରେ ଲାଗିରହିଥିବା ସମସ୍ୟାର ସାମାଧାନ ହେବ । ପରିଶ୍ରମର ସୁଫଳ ପାଇବେ ଜରୁରୀ କାଳିନ ଯାତ୍ର ଯୋଗ ରହିଛି । ଅନେକ ଶତ୍ରୁ ରହିଥିଲେ ମଧ୍ୟ ଆପଣଙ୍କର କ୍ଷତି କରିପାରିବେ ନାହିଁ ।କର୍ମକ୍ଷେତ୍ରରେ ଲାଭବାନ ହେବେ । ଦିନଟି ମଙ୍ଗଳମୟ ହେବ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!