ପରମାଣୁ ଆକ୍ରମଣ କରି ଉଡାଇଦେବୁ, ଏଭଳି ଧମକ ଦେଇଛନ୍ତି କିମଙ୍କ ଭଉଣୀ

ସିଓଲ -: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନଙ୍କ ଭଉଣୀ ପଡୋଶୀ ଦକ୍ଷିଣ କୋରିଆକୁ ପରମାଣୁ ବୋମା ପକାଇଦେବାର ଧମକ ଦେଇଛନ୍ତି । ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜଙ୍ଗ ଉନଙ୍କ ଭଉଣୀ କିମ ୟୋ ଜଙ୍ଗ କହିଛନ୍ତି ଯେ ଯଦି ଦକ୍ଷିଣ କୋରିଆ ସାମରିକ ମୁକାବିଲା ଆରମ୍ଭ କରେ ତେବେ ତାଙ୍କ ଦେଶ ପରମାଣୁ ଅସ୍ତ୍ର ବ୍ୟବହାର କରିବ ।

Advertisement

କିମ ୟୋ ଜୋଙ୍ଗ କହିଛନ୍ତି ଯେ ଯଦି ଦକ୍ଷିଣ କୋରିଆ ସାମରିକ ମୁକାବିଲାରେ ଜଡିତ ହୁଏ ତେବେ ଆମର ପରମାଣୁ ବାହିନୀ ସେମାନଙ୍କର କାମ କରିବେ । ୟୋ ଜୋଙ୍ଗ କହିଛନ୍ତି ଉତ୍ତର କୋରିଆ ବିରୋଧରେ ଆକ୍ରମଣ କରିବା ଭଳି ବୟାନ ଦେଇ ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀ ବଡ ଭୁଲ କରିଛନ୍ତି । ସୂଚନା ଥାଉ କି ଯେ ଚଳିତ ବର୍ଷ ଉତ୍ତର କୋରିଆର ନୂତନ ଅସ୍ତ୍ରଶସ୍ତ୍ର ପରୀକ୍ଷାକୁ ନେଇ ଉଭୟ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । କିଛି ଦିନ ତଳେ ଉତ୍ତର କୋରିଆ ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା ।

https://youtu.be/x2Y4VETYADc

ଏହି ମିସାଇଲ୍ ପରୀକ୍ଷଣ ପରେ ଦକ୍ଷିଣ କୋରିଆର ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ ଉତ୍ତର କୋରିଆ ଉପରେ ଏକ ନିର୍ଣ୍ଣାୟକ ଆକ୍ରମଣ କରିବାକୁ ପଡିବ । ଏହାର ଜବାବରେ ଉତ୍ତର କୋରିଆ ନେତା କିମ ଜଙ୍ଗ ଉନଙ୍କ ଭଉଣୀ କିମ ୟୋଙ୍ଗ ଚେତାବନୀ ଦେଇଛନ୍ତି ଯେ ଯଦି ଏପରି ଘଟଣା ଘଟେ ତେବେ ଦକ୍ଷିଣ କୋରିଆ ଏକ ଗୁରୁତର ବିପଦର ସମ୍ମୁଖୀନ ହେବ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!