ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଛନ୍ତି ଲୁଟେରା, ଏଭଳି ଲୁଟ୍ ରାଜ୍ୟରେ ପ୍ରଥମ

ଭୁବନେଶ୍ୱର -: ରାଜଧାନୀ ଉପକଣ୍ଠ ଶିଶୁପାଳଗଡ଼ର ଇନ୍ଦିରା କଲୋନିରେ ଥିବା ଏକ ଏସବିଆଇ ଏଟିଏମକୁ କାଟି ନେଇ ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଥିବା ଘଟଣା ରାଜଧାନାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Advertisement

ଏଭଳି ଘଟଣା ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଶିଶୁପାଳଗଡ଼ର ଇନ୍ଦିରା କଲୋନିରେ ଥିବା ଏସବିଆଇ ଏଟିଏମକୁ କାଟି ନେଇ ଦୁର୍ବୃତ୍ତମାନେ ସେଥିରେ ଥିବା ୧୭ ଲକ୍ଷ ୧୪ ହଜାର ଟଙ୍କା ଲୁଟି ନେଇଥିଲେ । ଏହି ଏଟିଏମର ଓଜନ ପାଖାପାଖି ୩ କ୍ୱିଣ୍ଟାଲ ହେବ ।

https://youtu.be/x2Y4VETYADc

ଲୁଟ୍ ବେଳର ଭିଡିଓ ସିସିଟିଭିରେ କଏଦ ହୋଇଛି । ଏଥିରୁ ଜଣାଯାଇଛି ଯେ ତିନି ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଏଟିଏମକୁ ଟାଣି ଟାଣି ନେଉଛନ୍ତି । ଏହା ପରେ ଏଟିଏମ୍ ଭିତରେ ଥିବା ସିସିଟିଭିକୁ ମଧ୍ୟ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଧଉଳି ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିବାର ସୂଚନା ରହିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!