କେଶ ସମସ୍ୟାକୁ କରନ୍ତୁ ବାଏ ବାଏ , ଆପଣାନ୍ତୁ ଏହି ଘରୋଇ ଉପଚାର

ପୁରୁଷ ହୁଅନ୍ତୁ ବା ମହିଳା , ଆଜିକାଲି ଅନେକଙ୍କ କ୍ଷେତ୍ରରେ ଅନେକ କେଶ ଜନିତ ସମସ୍ୟା ଦେଖା ଦେଉଛି । ଖାସକରି ଯାହାକୁ ନେଇ ଚିନ୍ତାରେ ଯୁବପିଢୀ । ତେବେ ବିଭିନ୍ନ ପ୍ରକାରର କେଶ ଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ ଅନେକ କେମିକାଲ ଯୁକ୍ତ ପ୍ରଡକ୍ଟ ଉପରେ ନିର୍ଭର କରୁଛନ୍ତି । କିନ୍ତୁ କେମିକାଲ ଯୁକ୍ତ ପ୍ରଡକ୍ଟ ସମସ୍ତଙ୍କୁ ସୁଟ୍ କରି ନଥାଏ । ତେଣୁ ଏଥିପାଇଁ ଯଥାସମ୍ଭବ କେମିକାଲ ଯୁକ୍ତ ପ୍ରଡକ୍ଟ ଠାରୁ ଦୂରେଇ ରହି , ସବୁବେଳେ ଘରୋଇ ଉପାୟରେ ଏହାର ଯତ୍ନ ନେବା ଆବଶ୍ୟକ । ତେବେ କେଶ ସମସ୍ୟାର ସରଳ ସମାଧାନ ପାଇଁ ନିମ୍ବ ପତ୍ର ବହୁତ ଉପକାରୀ ହୋଇଥାଏ । ବିଭିନ୍ନ ଉପାୟରେ ନିମ୍ବ ପତ୍ରକୁ ବ୍ୟବହାର କରିବା ଦ୍ୱାରା, ଏହା କେଶ ସମସ୍ୟାକୁ କମ୍ କରିବାରେ ସାହାଯ୍ୟ କରେ । ଆସନ୍ତୁ ଜାଣିବା ସେ ବିଷୟରେ ।

Advertisement

-ପ୍ରଥମେ ନିମ୍ବ ପତ୍ରକୁ ଧୋଇ ତାର ପେଷ୍ଟ ପ୍ରସ୍ତୁତ କରିବେ । ଏହାପରେ ସେଥିରେ ମହୁ ମିଶାଇ ଗୋଳାଇବେ । ଏହାକୁ ଭଲଭାବେ ଗୋଳାଇବେ ପରେ, ତାକୁ ନେଇ କେଶ ଏବଂ କେଶ ମୂଳରେ ଲଗାଇ, ୧୦ରୁ ୧୫ ମିନିଟ ଯାଏ ରଖିବା ପରେ କେଶକୁ ଧୋଇବେ । ଏପରି କରିବା ଦ୍ୱାରା, ଏହା ରୁପି ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ ।

-ନିମ୍ବ ପତ୍ରକୁ ବାଟି ସେଥିରେ ଦହି ମିଶାଇ କେଶରେ ଲଗାଇ ୨୫ ମିନିଟ ପରେ ଧୋଇବେ । ଏପରି କରିବା ଦ୍ୱାରା, କେଶ ଝଡିବା କମ୍ ହେବା ସହିତ, କେଶରେ ଚମକ ଆସିଥାଏ ।

-ପାଣିରେ ନିମ୍ବ ପତ୍ରକୁ ପକାଇ ସିଝାଇବେ । ଏହା ଭଲଭାବେ ସିଝିଯିବା ପରେ ସେହି ପାଣିକୁ ଛାଣି, ଥଣ୍ଡା ହେବା ପରେ ସେହି ପାଣିରେ କେଶ ଧୋଇବେ । ଏହା କେଶ ପାଇଁ ବହୁତ୍ ଉପକାରୀ ।

-ନଡିଆ ତେଲରେ ନିମ୍ବ ପତ୍ର ପକାଇ ଫୁଟାଇବେ । ଏହା ଫୁଟିବା ପରେ ଅଳ୍ପ ଉଷୁମ ଥିବା ସମୟରେ କେଶ ଏବଂ କେଶ ମୂଳରେ ଲଗାଇ ମସାଜ କରିବେ । ଏହା ମୁଣ୍ଡ କୁଣ୍ଡାଇ ହେବା, ରୁପି ସମସ୍ୟା, କେଶ ଝଡା ସହିତ ଆହୁରି ଅନେକ କେଶ ଜନିତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!