ତିନିଦିନିଆ ‘ସହଯୋଗ’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ

ବରଗଡ଼-: ବରଗଡ ଜିଲ୍ଲା ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜିଠାରୁ ତିନିଦିନିଆ ‘ସହଯୋଗ’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

Advertisement

ପାଇକମାଲ,ଟେମରୀ,ସାପଲହର ଉଚ୍ଚ ବିଦ୍ୟାଳୟ ର ବିଦ୍ୟାଳୟ ପରିଚାଳନା ଏବଂ ଉନ୍ନୟନ କମିଟୀ ର ୩୬ଜଣ ସଦସ୍ୟ/ସଦସ୍ୟା ଏହି ପ୍ରଶିକ୍ଷଣ ନେଇଥିଲେ । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ପାଇକମାଲ ଗ୍ରାମପଞ୍ଚାୟତ ସରପଞ୍ଚ ଚୂଳବତୀ ତାଣ୍ଡି ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମାନନ୍ଦ ବାରିକ, ସାଧନା କେନ୍ଦ୍ର ସହକର୍ମୀ ମହାଦେବ ବେହେରା ଯୋଗଦେଇଥିଲେ । ଉପସ୍ଥିତ ସମସ୍ତ ସଦସ୍ୟ/ସଦସ୍ୟା ମାନଙ୍କୁ ସାଧନା କର୍ମୀ ଅରବିନ୍ଦ ଗିରି ଏବଂ ମାଧବ ସାହୁ ସୁଚାରୁରୂପେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସ୍କୁଲ ର ପ୍ରଧାନ ଶିକ୍ଷକ ଦ୍ୱାଦଶ କୁମାର ପ୍ରଧାନ ପରିଚୟ ପ୍ରଦାନ କରିଥିବାବେଳେ, ଶେଷରେ ତ୍ରିଲୋଚନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ

Advertisement

Leave a Reply

Your email address will not be published. Required fields are marked *

error: Content is protected !!