ବିଶ୍ୱ ଏବେ ଦୁଇ ଭାଗରେ ବିଭାଜନ, ଏହି ପରିସ୍ଥିତିରେ ଭାରତର ସ୍ଥିତି …

ନୂଆଦିଲ୍ଲୀ -: ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ହେତୁ ସମଗ୍ର ବିଶ୍ୱ ୨ଟି ଗୋଷ୍ଠୀରେ ବିଭକ୍ତ ହୋଇଯାଇଥିବା ବେଳେ ଭାରତ ନିରପେକ୍ଷ ନୀତି ବଜାୟ ରଖିଛି ବୋଲି ଆଜି ‘ବିଜେପି’ର ୪୨ତମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

Advertisement

ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ପ୍ରତି ଇଙ୍ଗିତ କରି ପ୍ରଧାନମନ୍ତ୍ରୀ କହିଲେ, ବିଶ୍ୱ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଥିବା ବେଳେ ନିରପେକ୍ଷ ନୀତିରେ ଅଟଳ ରହି ଭାରତ ତା’ର ଜାତୀୟ ସ୍ୱାର୍ଥ ଉପରେ ଗୁରୁତ୍ୱ ଦେଇଛି । ମାନବତାବାଦ ସମ୍ପର୍କରେ କହୁଥିବା ଦେଶ ଭାରତ ତା’ର ଜାତୀୟ ସ୍ୱାର୍ଥ ଉପରେ ପ୍ରାଧାନ୍ୟ ଦେଇକ୍ତି । ଏହାଛଡ଼ା, ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ୩ଟି କାରଣ ପାଇଁ ଚଳିତ ବର୍ଷର ପ୍ରତିଷ୍ଠା ଦିବସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରଥମତଃ ଆମେ ସ୍ୱାଧୀନତାର ୭୫ତମ ଦିବସ ପାଳନ କରୁଛନ୍ତି ।

ଏହା ପ୍ରେରଣାର ପ୍ରମୁଖ ଅବକାଶ । ଦ୍ୱିତୀୟତଃ, ବୈଶ୍ୱିକ ପରିସ୍ଥିତିରେ ଦ୍ରୁତ ପରିବର୍ତ୍ତନ, ଯେଉଁଥିପାଇଁ ଭାରତକୁ ନିରବଚ୍ଛିନ୍ନ ଭାବେ ନୂଆ ନୂଆ ସୁଯୋଗ ଜୁଟୁଛି । ତୃତୀୟତଃ, ଗତ ନିର୍ବାଚନରେ ‘ବିଜେପି’ର ବିଜୟ । ସେ କହିଛନ୍ତି, ଅଳ୍ପ କିଛି ସପ୍ତାହ ପୂର୍ବେ, ‘ବିଜେପି’ର ‘ଡବଲ୍‌-ଇଞ୍ଜିନ୍ ସରକାର’ ୪ଟି ରାଜ୍ୟରେ କ୍ଷମତାସୀନ ହୋଇଛି । ତିନି ଦଶନ୍ଧି ପରେ ପ୍ରଥମ ଥର ପାଇଁ ରାଜ୍ୟସଭାରେ ‘ବିଜେପି’ର ସଦସ୍ୟ ସଂଖ୍ୟା ୧୦୦ ହୋଇପାରିଛି । ବିରୋଧୀ ଦଳଗୁଡ଼ିକୁ ତୀବ୍ର ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଲେ, ଦିନ ଥିଲା ଲୋକେ ବିଶ୍ୱାସ କରୁଥିଲେ, ଯେକୈାଣସି ସରକାର କ୍ଷମତାରେ ସୁଦ୍ଧା ଭାରତ ପ୍ରଗତି କରିପାରିବ ନାହିଁ ।

କିନ୍ତୁ ଆଜି ପ୍ରତ୍ୟେକ ଭାରତୀୟ ସଗର୍ବ କହୁଛନ୍ତି ଯେ, ଭାରତ ଦ୍ରୁତ ପ୍ରଗତି ପଥରେ ଆଗେଇ ଚାଲୁଛି । ଦଶନ୍ଧି ଦଶନ୍ଧି ଧରି କେତେକ ଦଳ ‘ଭୋଟ୍ ବ୍ୟାଙ୍କ୍‌’ ରାଜନୀତି କରୁଥିଲେ । ସେମାନେ ସ୍ୱଳ୍ପ କେତେକଙ୍କ ପାଇଁ ଜନକଲ୍ୟାଣ କାର୍ଯ୍ୟ ପାଇଁ ପ୍ରତିଶ୍ରୁତି ଦେଇ ଅନେକଙ୍କୁ ଅସୁବିଧା ମଧ୍ୟରେ ରଖୁଥିଲେ । ବାଛବିଚାର ଓ ଦୁର୍ନୀତି ହେଉଛି ‘ଭୋଟ୍‌-ବ୍ୟାଙ୍କ୍‌’ ରାଜନୀତିର ପରିଣାମ । କିନ୍ତୁ, ସ୍ପଷ୍ଟ ଓ ସୁଦ୍ଧ ଆଭିମୁଖ୍ୟ ନେଇ ‘ବିଜେପି’ ଏ ପ୍ରକାର ରାଜନୀତିର ମୁକାବିଲା କରିଛି । ଦେଶର ଦରିଦ୍ର, ଦଳିତ ଏବଂ ମହିଳାମାନଙ୍କର କଲ୍ୟାଣ ନିମନ୍ତେ ‘ବିଜେପି’ ନିରନ୍ତର କାମ ଚଳାଇଛି ବୋଲି ସେ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!