ଦେଶଦ୍ରୋହ ମାମଲାରୁ ଇମ୍ରାନଙ୍କୁ ମିଳିଲା ଆଶ୍ୱସ୍ଥି, ଆସନ୍ତୁ ଜାଣିବା କୋର୍ଟଙ୍କ ରାୟ କଣ ଥିଲା …

ନୂଆଦିଲ୍ଲୀ -: ଅନାସ୍ଥା ଭୋଟରେ ସରକାର ପରାଜିତ ହେବା ପରେ ଇମ୍ରାନଙ୍କର ପ୍ରାୟ ସାଢ଼େ ୩ ବର୍ଷ ଶାସନର ଅନ୍ତ ଘଟିଥିଲା । ପାକିସ୍ତାନର ୭୫ ବର୍ଷ ଇତିହାସରେ ଇମ୍ରାନ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯେ କି ଅନାସ୍ଥା ଭୋଟରେ ହାରି ପଦଚ୍ୟୁତ ହୋଇଥିଲେ ବି ଏବେ ତାଙ୍କୁ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି ।

Advertisement

କାରଣ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ବିଭିନ୍ନ ମନ୍ତ୍ରୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ପଞ୍ଜିକରଣ କରିବାକୁ ହୋଇଥିବା ଆବେଦନକୁ ପାକିସ୍ତାନ କୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଏହି ଆବେଦନ ଶୁଣାଣି ପାଇଁ ଯୋଗ୍ୟ ନୁହେଁ । ଖବର ଅନୁଯାୟୀ ଇସଲାମାବାଦ ହାଇକୋର୍ଟର ପ୍ରଧାନ ବିଚାରପତି ଅତହର ମିନଲାହ ଆବେଦନକାରୀ ମୌଲବୀ ଇକବାଲ ହାଇଦରଙ୍କ ଉପରେ ୧ଲକ୍ଷ ଟଙ୍କା ଜରିମାନା କରିଛନ୍ତି ।

watch now

ସେହିପରି ଇମ୍ରାନ ଖାନ ଏବଂ ପୂର୍ବତନ ମନ୍ତ୍ରୀମାନଙ୍କୁ ବିମାନଯାତ୍ରାରେ ପ୍ରତିବନ୍ଧକ ତାଲିକାରେ ସାମିଲ କରିବାକୁ ହୋଇଥିବା ଯାଚିକାକୁ ମଧ୍ୟ ଖାରଜ କରିଦିଆଯାଇଛି । ସୂଚନା ମୁତାବକ ନିର୍ବାଚନ ସମୟରେ ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ଏବଂ ଅର୍ଥନୀତି ପରିଚାଳନାରେ ବିଫଳ ଅଭିଯୋଗ ତାଙ୍କ ବିରୋଧରେ ସହଯୋଗୀ ଦଳଗୁଡ଼ିକ ପ୍ରଥମେ ଆଣିଥିଲେ ।

୩୪୨ ସଦସ୍ୟ ବିଶିଷ୍ଟ ନ୍ୟାସନାଲ ଆସେମ୍ବ୍ଲିରେ ୧୭୪ ଜଣ ଅନାସ୍ଥା ସପକ୍ଷରେ ଭୋଟ ଦେଇଥିଲେ । ତେବେ ଇମ୍ରାନଙ୍କ ପାକିସ୍ତାନ ତେହେରିକ୍‌-ଇ-ଇନସାଫ (ପିଟିଆଇ) ଦଳ ଭୋଟିଂ ବେଳେ ସଂସଦରେ ଅନୁପସ୍ଥିତ ଥିଲେ । ଆଉ ଅନାସ୍ଥା ଭୋଟରେ ହାରି ଇମ୍ରାନ ଗାଦିଚ୍ୟୁତ ହୋଇଥିଲେ ।

watch now
Advertisement

Leave a Reply

Your email address will not be published. Required fields are marked *

error: Content is protected !!