ଲୋକଙ୍କୁ ଠକୁଛି ସାହାରା, ଅଫିସରେ ତାଲା ପକାଇଲେ ଲୋକେ

ଜଳେଶ୍ୱର -: ଜଣେ ବ୍ୟକ୍ତି ସାହାରାରେ ଟଙ୍କା ଜମା ରଖିଥିଲେ । ଏମ୍‌.ଆଇ.ଏସ୍ ବା ମନ୍ଥଲି ଇନ୍‌କମ ସ୍କିମ୍‌ରେ ସେ ପ୍ରତି ମାସ ସୁଧ ବାବଦ ୧ ହଜାର ଟଙ୍କା ପାଇବା କଥା । ହେଲେ ଉକ୍ତ ଟଙ୍କା ମିଳୁନି । ପଚାରିଲେ କାର୍ଯ୍ୟାଳୟର କେହି କିଛି ଉତ୍ତର ଦେଉ ନାହାନ୍ତି ।

Advertisement

ଏପରି ସମୟରେ ଆଜି ସଂପୃକ୍ତ ଜମାକାରୀ ଜଣକ ସାହାରା କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି । ଜଳେଶ୍ୱର ଷ୍ଟେସନ୍ ବଜାର କାଳୀ ମନ୍ଦିର ନିକଟରେ ସାହାରା କେଡିଟ୍ କୋ-ଅପେରାରେଟିଭ୍ ସୋସାଇଟି ଲିମିଟେଡ୍‌ର ଏକ କାର୍ଯ୍ୟାଳୟ ରହିଛି । ୨୦୧୭ ମସିହା ଅକ୍ଟୋବର ମାସ ୨୬ ତାରିଖ ଦିନ ରାଜପୁର ପଞ୍ଚାୟତ ମିଲିଟାରୀ ବଜାର ଗାଁ’ର ଚନ୍ଦନ ସାହୁ ଏଠାରେ ମାଆ ଶିବାନୀ ସାହୁଙ୍କ ନାମରେ ଦଶ ବର୍ଷ ପାଇଁ ୧ ଲକ୍ଷ ଟଙ୍କାର ଏକ ଏମ୍‌ଆଇଏସ୍ କରିଥିଲେ । ସର୍ତ୍ତ ଥିଲା ଜମାକାରୀଙ୍କୁ ପ୍ରତି ମାସ ସୁଧ ବାବଦରେ ୧ ହଜାର ଟଙ୍କା ମିଳିବ ।

watch now

କିନ୍ତୁ ଦୁଇମାସ ହେଲା ଟଙ୍କା ମିଳୁନି । ଯାହାକୁ ନେଇ ଚନ୍ଦନ ଉତ୍ତ୍ୟକ୍ତ ହୋଇ ପଡ଼ିଛନ୍ତି ଏବଂ ସାହାରା କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ତାଲା ପକାଇ ଦେଇଛନ୍ତି । କେବଳ ଚନ୍ଦନ ନୁହଁନ୍ତି; ରାୟାଁରାମଚନ୍ଦ୍ରପୁର ଗ୍ରାମର ଉମାକାନ୍ତ ରାଉଳ ଏବଂ ସିଙ୍ଗଲା ଥାନା ପଥଦୁର୍ଗା ଗାଁ’ର ଅବଦୁଲ ନାଶିରୁଦ୍ଦିନ ଖାଁ ମଧ୍ୟ ସମାନ ଅବ୍ୟବସ୍ଥାକୁ ସାମ୍ନା କରୁଥିବା କହିବା ସହ ଚନ୍ଦନଙ୍କୁ ସମର୍ଥନ ଜଣାଇଛନ୍ତି । ଜମା ଟଙ୍କାର ମେଚୁରିଟି ସମୟ ହୋଇଯାଇଥିଲେ ବି ଟଙ୍କା ଦିଆ ନ ଯାଇ ପୁଣିଥରେ ଜମା ରଖିବାକୁ ବାଧ୍ୟ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି ।

ତେବେ ରିପୋର୍ଟ ଲେଖା ହେବା ଯାଏ ସାହାରା କାର୍ଯ୍ୟାଳୟରୁ ତାଲା ଖୋଲା ଯାଇ ପାରି ନାହିଁ । ଜମାକାରୀମାନେ ଘଟଣାର ତଦନ୍ତ ଦାବି କରିଥିବା ବେଳେ ନ୍ୟାୟ ନ ମିଳିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି । ସାହାରା କମ୍ପାନୀ ଏକ ପ୍ରକାର ଲୋକଙ୍କୁ ଠକୁଥିବା ଚର୍ଚ୍ଚା ଜୋରଧରିଛି । ଏଭଳି ସାଧାରଣ ନୀରିହ ଲୋକ ଜମାରଖି ନାହିଁ ନଥିବା ହଇରାଣ ହେଉଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!