ସାମ୍ବାଦିକତା କ୍ଷେତ୍ରରେ ବଲାଙ୍ଗୀରିରେ ସମ୍ବର୍ଦ୍ଦିତ ହୋଇଛନ୍ତି ବରଗଡର ବରିଷ୍ଠ ସାମ୍ବାଦିକ ନିରଞ୍ଜନ ତ୍ରୀପାଠି

ବଲାଙ୍ଗୀର – : ପବିତ୍ର ଶ୍ରୀରାମ ନବମୀ ଦିବସରେ ବଲାଙ୍ଗୀରରୁ ଦିର୍ଘ ବର୍ଷ ହେଲା ପ୍ରକାଶ ପାଇ ଆସୁଥିବା ସାପ୍ତାହିକ ସମ୍ବାଦପତ୍ର ‘ପ୍ରେରଣା’ ର ୧୭ତମ ସ୍ୱନକ୍ଷତ୍ର ଉତ୍ସବ ବଲାଙ୍ଗୀର ସ୍ଥିତ ସାମ୍ବାଦିକ ଭବନ ଠାରେ ବହୁ ଆଡମ୍ବର ଭାବେ ପାଳିତ ହୋଇଯାଇଛି ।

Advertisement

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗଦାନ କରି ପ୍ରକାଶ ପାଇ ଆସୁଥିବା ‘ପ୍ରେରଣା’ ସମସ୍ତ ପାଇଁ ଏକ ପ୍ରେରଣା ଓ ସତ୍ୟ ନିର୍ଭିକ ଭାବେ ‘ପ୍ରେରଣା’ ସମଗ୍ର ବଲାଙ୍ଗୀର ଜିଲ୍ଲାରେ ଘରେ ଘରେ ପୁରେ ଅତି ଆଦରଣୀୟ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ବଲାଙ୍ଗୀରର ନବ ନିର୍ବାଚିତ ପୈାରାଧ୍ୟକ୍ଷ ଶ୍ରୀମତୀ ଲିକା ସାହୁ ସାହୁ ଯୋଗଦାନ କରି ପ୍ରେରଣା ର ଦିର୍ଘାୟୁ କାମନା କରିଥିଲେ ।

ମୁଖ୍ୟବକ୍ତା ଭାବେ ଅଧ୍ୟାପକ ତଥା ସ୍ତମ୍ଭକାର, ନୂଆଦିଲ୍ଲୀ ଡ. ସୁଜିତ କୁମାର ପୃଷେଠ ଯୋଗଦେଇ ସମ୍ବାଦ ଏବଂ ସାମ୍ବାଦିକତା ଉପରେ ସାରଗର୍ଭକ ଭାଷଣ ଦେଇ ଉପସ୍ଥିତ ସାମ୍ବାଦିକଙ୍କ ଖୁବ ସୁନ୍ଦର ଭାବେ ହୃଦୟକୁ ଛୁଇଁଲା ଭଳି ମତବ୍ୟକ୍ତ କରିଥିଲେ । ଏ ଅବସରରେ ବରଗଡ ଜିଲ୍ଲାରେ ବିଶ୍ୱବାଣୀ ସମ୍ବାଦପତ୍ରର ବରିଷ୍ଠ ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ ଶ୍ରୀମାନ ନିରଞ୍ଜନ ତ୍ରିପାଠୀଙ୍କୁ ତାଙ୍କ କଲମରେ ଲିଖିତ ସତ୍ୟ ସମ୍ବାଦ,ନିର୍ଭିକତା ପାଇଁ ଏ ଭବ୍ୟ ଉତ୍ସବରେ ସାମ୍ବାଦିକତା କ୍ଷେତ୍ରରେ ଶ୍ରୀମାନ ତ୍ରିପାଠୀ ଏକ ମାଇଲଖୁଣ୍ଟ ଭାବେ ବିବେଚିତ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

watch now
Advertisement

Leave a Reply

Your email address will not be published. Required fields are marked *

error: Content is protected !!