ମୋ ମୃତ୍ୟୁ ପାଇ ଦାୟୀ ରହିବେ ପଞ୍ଚାୟତିରାଜ ମନ୍ତ୍ରୀ, ସୁଇସାଇଡ ନୋଟ ଲେଖି ଆତ୍ମହତ୍ୟା କଲେ ଠିକାଦାର

ବାଙ୍ଗାଲୋର -: କର୍ଣ୍ଣାଟକରେ ଜଣେ କଣ୍ଟ୍ରାକ୍ଟର ବା ଠିକାଦାରଙ୍କ ମୃତ୍ୟୁ ସେଠାରେ ରାଜନୀତି ଝଡ ସୃଷ୍ଟି କରିଛି । ଆତ୍ମହତ୍ୟା କରିଥିବା ଠିକାଦାର ଜଣକ ତାଙ୍କ ମୃତ୍ୟୁ ପାଇଁ କର୍ଣ୍ଣାଟକ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ କେଏସ ଈଶ୍ୱରପ୍ପା ଦାୟୀ ବୋଲି ସୁଇସାଈଡ଼ ନୋଟରେ ଲେଖିଥିଲେ । ଆଉ ଏହି ଘଟଣାକୁ ନେଇ ବିରୋଧୀ କଂଗ୍ରେସ ମନ୍ତ୍ରୀଙ୍କ ଇସ୍ତଫା ସହ ଗିରଫ କରିବାକୁ ଦାବି କରିଛି ।

Advertisement

ମିଳିଥିବା ସୂଚନା ମୁତାବକ ଆଜି ସକାଳେ କର୍ଣ୍ଣାଟକର ଉଡୁ଼ପିର ଏକ ଲଜରୁ ସନ୍ତୋଷ ପାଟିଲ ନାମକ ଜଣେ କଣ୍ଟ୍ରାକ୍ଟରଙ୍କ ମୃତଦେହ ମିଳିଥିଲା । ପୁଲିସ ହୋଟେଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିବାବେଳେ ଏକ ସୁଇସାଈଡ଼ ନୋଟ ମଧ୍ୟ ଜବତ କରିଥିଲା । ଏଥିରେ ଲେଖା ହୋଇଥିଲା ଯେ, ‘ମୁଁ ଆତ୍ମହତ୍ୟା କରୁଛି ଏବଂ ତାଙ୍କ ମୃତ୍ୟୁ ପାଇଁ ଈଶ୍ୱରପ୍ପା ଦାୟୀ । ଏକ କାମ ପାଇଁ ମନ୍ତ୍ରୀ ତାଙ୍କୁ ୪୦ ପ୍ରତିଶତ କମିଶନ ଦେବାକୁ ବାଧ୍ୟ କରୁଥିଲେ ବୋଲି ସେ ଲେଖିଛନ୍ତି ।

କେବଳ ଏତିକି ନୁହେଁ ସେ ଲେଖିଛନ୍ତି ଯେ ମୁଁ ମୋର ପତ୍ନୀ ଏବଂ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ଆମର ପ୍ରିୟ ଲିଙ୍ଗାୟତ ନେତାଙ୍କୁ ହାତ ଯୋଡି ଅନୁରୋଧ କରୁଛି’ । ଏହି ଘଟଣାକୁ ନେଇ ପୁଲିସ କହିଛି ଯେ ପ୍ରାଥମିକ ଅନୁସନ୍ଧାନରୁ ଏହା ଏକ ଆତ୍ମହତ୍ୟା ମାମଲା ବୋଲି ଜଣାପଡୁଛି । ତେବେ ଏହି ଘଟଣାକୁ ନେଇ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ କେଏସ ଈଶ୍ୱରପ୍ପା କହିଛନ୍ତି ଯେ ଆତ୍ମହତ୍ୟା ବିଷୟରେ ତାଙ୍କ ପାଖେ କୌଣସି ସୂଚନା ନାହିଁ । ସୁଇସାଈଡ଼ ନୋଟରେ ତାଙ୍କ ନାମ କାହିଁକି ଲେଖାଯାଇଛି ସେ ଜାଣନ୍ତି ନାହିଁ ବୋଲି କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!