ଆଇପିଏଲ୍‌ରେ ପାଣ୍ଡ୍ୟା ସେନାର ପ୍ରଥମ ପରାଜୟ

ମୁମ୍ବାଇ -: ସୋମବାରର ଆଇପିଏଲ୍‌ରେ ପୂର୍ବ ବିଜେତା ସନ୍‌ରାଇଜର୍ସ ହାଇଦ୍ରାବାଦ ୮ ୱିକେଟ୍‌ରେ ନବାଗତ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି । ଉଭୟ ଦଳର ଅଧିନାୟକ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ମଧ୍ୟ କେନ୍ ୱିଲିୟମସନ୍ (୫୭)ଙ୍କ ଆଗରେ ହାର୍ଦିକ ପାଣ୍ଡ୍ୟା (୫୦)ଙ୍କ ପାଳି ଫିକା ପଡ଼ିଯାଇଛି ।

Advertisement

ଗୁଜରାଟ ଆଜି ହାଇଦ୍ରାବାଦ ସମ୍ମୁଖରେ ୧୬୩ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା । ଯାହାକୁ ହାଇଦ୍ରାବାଦ ୫ ବଲ୍ ପୂର୍ବରୁ ମାତ୍ର ୨ ୱିକେଟ୍ ବିନିମୟରେ ହାସଲ କରି ନେଇଥିଲା । ଚତୁର୍ଥ ମ୍ୟାଚ୍‌ରୁ ହାଇଦ୍ରାବାଦର ଏହା ଦ୍ୱିତୀୟ ବିଜୟ ଥିଲା । ଅନ୍ୟପକ୍ଷରେ ଲଗାତାର ତିନିଟି ମ୍ୟାଚ୍ ଜିତି ହ୍ୟାଟ୍ରିକ୍ ବିଜୟ ହାସଲ କରିଥିବା ଗୁଜରାଟ ସେହି ଚତୁର୍ଥ ମ୍ୟାଚ୍‌ରୁ ପ୍ରଥମ ପରାଜୟ ବରଣ କରିଥିଲା । ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଟସ୍ ଜିତି ଗୁଜରାଟ ଟାଇଟନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ।

ପ୍ରଥମ ଓଭରରୁ ଗୁଜରାଟ କିନ୍ତୁ ୧୭ ରନ୍ ଅମଳ କରି ନେଇଥିଲା । ହେଲେ ଏହାର ଠିକ୍ ପରେ ପରେ ଅଧିନାୟକ କେନ୍ ୱିଲୟମସନ୍‌ଙ୍କ ନିଷ୍ପତ୍ତିର ସମ୍ମାନ ରଖି ହାଇଦ୍ରାବାଦର ତିନି ଦ୍ରୁତ ବୋଲର ଉମ୍ରାନ ମଲ୍ଲିକ, ଭୁବନେଶ୍ୱର କୁମାର ଏବଂ ଟି ନଟରାଜନ୍ ୮ ଓଭର ଭିତରେ ଗୁଜରାଟ ଟାଇଟନ୍ସର ତିନିଟି ବହୂମୂଲ୍ୟ ୱିକେଟ୍ ଝାଡ଼ିଥିଲେ ।

ତେବେ ଅଧିନାୟକ ଭାବେ ହାର୍ଦିକ ପାଣ୍ଡ୍ୟା (୫୦ଞ୍ଚ)ଙ୍କ ପ୍ରଥମ ଏବଂ ମୋଟ ଉପରେ ପଞ୍ଚମ ଆଇପିଏଲ୍ ଅର୍ଦ୍ଧଶତକ ବଳରେ ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୨ ରନ୍ ସଂଗ୍ରହ କରି ନେଇଥିଲା । ପାଣ୍ଡ୍ୟାଙ୍କ ସହ ଅଭିନବ ମନୋହର ତାଙ୍କ ଭାଗ୍ୟଶାଳୀ ପାଳିରେ ମାତ୍ର ୨୧ ବଲ୍‌ରୁ ୩୫ ରନ୍‌ର ଧୂଆଁଧାର ପାଳି ଖେଳିଥିଲେ । ହାଇଦ୍ରାବାଦ କ୍ଷେତ୍ରରକ୍ଷକ ୩ରୁ ୪ଟି କ୍ୟାଚ୍ ହାତଛଡ଼ା କରିବା ମଧ୍ୟ ଗୁଜରାଟକୁ ଦେଢ଼ଶହ ରନ୍ ଟପିବାରେ ବେଶ୍ ସହାୟ ହୋଇଥିଲା ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!