ଘରେ ପଶି ନାବାଳିକାକୁ କରିଥିଲା ଦୁଷ୍କର୍ମ, ଏବେ ୬ମାସର ଗର୍ଭବତୀ

ବାରିପଦା -: ମୟୂରଭଂଜ ବାରିପଦା ସହରରେ ଜଣେ ନାବାଳିକାଙ୍କୁ ଗର୍ଭବତୀ କରି ଜଣେ ବିବାହିତ ଯୁବକ ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

Advertisement

ପୁଲିସର ସୂଚନା ଅନୁଯାୟୀ ୧୬ ବର୍ଷୀୟା ଏହି ନାବାଳିକାଙ୍କ ଘରେ କେହି ନଥିବା ବେଳେ ଅଭିଯୁକ୍ତ ସୁଶାନ୍ତ ବେହେରା(୩୩) ତାଙ୍କ ଘରେ ପଶି ଦୁଷ୍କର୍ମ କରିଥିଲା ଓ ଧମକ ଚମକ ଦେଇ ପରବର୍ତ୍ତି ସମୟରେ ଅନେକ ଥର ଏଭଳି କୁକର୍ମ କରିଥିଲା । ୩ ଦିନ ପୂର୍ବେ ନାବାଳିକାଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ଆଣିଥିଲେ । ପରୀକ୍ଷା ନିରୀକ୍ଷା ପରେ ନାବାଳିକା ଜଣକ ୬ ମାସର ଗର୍ଭବତୀ ଥିବା ଡାକ୍ତର କହିଥିଲେ ।

ପରିବାର ଲୋକେ ଝିଅକୁ ଏ ନେଇ ପଚରାଉଚୁରା କରିବାରୁ ସୁଶାନ୍ତ ଏଭଳି କାମ କରିଥିବା କଥା ନାବାଳିକା ଜଣକ କହିଥିଲା । ଏ ନେଇ ପରିବାର ପକ୍ଷରୁ ଗତକାଲି ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଡିଏସପି ଅମରିତ୍ କୁମାର ପଣ୍ଡା ଏହାର ତଦନ୍ତ ଭାର ନେଇଥିବା ବେଳେ ଅଭିଯୁକ୍ତ ସୁଶାନ୍ତକୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ସୁଶାନ୍ତ ବିବାହିତ ଓ ତାଙ୍କର ପତ୍ନୀ ଓ ପିଲାଛୁଆ ଅଛନ୍ତି ବୋଲି ଟାଉନ ଥାନାଧିକାରୀ ବୀରେନ୍ଦ୍ର କୁମାର ସେନାପତି କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!