ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ପିଠରେ ଚୈତ୍ରପର୍ବ ଓ ବାସନ୍ତୀକ ନବରାତ୍ର ପାଳିତ

କଟକ/ବଡ଼ମ୍ବା -: ଓଡିଶାର ଅନ୍ୟତମ ଦେବୀ ପିଠଭାବରେ ପ୍ରସିଦ୍ଧି ଲାଭ କରିଥିବା କଟକ ଜିଲ୍ଲା ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ପୀଠରେ ବାସନ୍ତୀକ ନବରାତ୍ର ପର୍ବର ଦଶହରା ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି ।

Advertisement

ଶଶାଙ୍ଗ ଗ୍ରାମବାସିନୀ ପର୍ଶୁରାମ ପୀଠାଧିଶ୍ୱରୀ ମା’ଙ୍କର ଏହି ଚୈତିପର୍ବ ଶ୍ରଦ୍ଧା ଓ ଭକ୍ତି ସହକାରେ ପାଳନ କରାଯାଇଥିଲା । ସେବାୟତମାନେ ବ୍ରତପାଳନ ପୂର୍ବକ ଦୀର୍ଘ ନବଦିନ ବ୍ୟାପି ଏହି ପର୍ବରେ ମା’ଙ୍କୁ ସ୍ୱତନ୍ତ୍ର ଆରାଧନା କରିଥିଲେ । ପ୍ରତ୍ୟୁଷରୁ ପୀଠରେ ମଙ୍ଗଳ ଆଳତି,ଦ୍ୱାରପୂଜା,ନବଗ୍ରହପୂଜା,ଆଦି ଗଣେଶ ଓ ସୂର୍ଯ୍ୟଦେବ ପୂଜା ଯଥାବିଧି ଅନୁଷ୍ଠିତ ହେବାରେ ଦେବୀଙ୍କ ମାଜଣା ନୀତି ଚୁଆ,ଚନ୍ଦନ,ଅଗରୁ,ଶ୍ରୀକର୍ପୂର ମିଶ୍ରିତ ସୁଗନ୍ଧିତ ଜଳରେ ସମ୍ପନ କରାଯାଇଥିଲା । ପରେପରେ ସକାଳ ଧୂପ,ଦୀପ,ନୈବେଦ୍ୟ ଅର୍ପଣ ହେବାରେ ମନ୍ଦିର ସାହାଣ ମେଲା ହୋଇଥିଲା ।

watch now (subscribe your chanel)

ଅପେକ୍ଷାରତ ଶ୍ରଦ୍ଧାଳୁମାନେ ଦେବୀଙ୍କ ନବରାତ୍ର ଉତ୍ସବର ଦଶହରା ଦର୍ଶନ କରିଥିଲେ । ଦୈନନ୍ଦିନ ନୀତି ଯଥାରୀତି ଅନୁଷ୍ଠିତ ହେଉଥିବା ବେଳେ ସଂଧ୍ୟାରେ ସଂଧ୍ୟାଆଳତି ପରେ ଚଣ୍ଡିପୁରାଣ ପାଠ ସହ ରାତ୍ର ଭୋଗ ଏବଂ ଶାନ୍ତିପଣା ଦେବୀଙ୍କୁ ଅର୍ପଣ ହେବାରେ ମନ୍ଦିର ପହଡ଼ ପଡ଼ିଥିଲା । ମହାମାୟା ମା ଭଟ୍ଟାରିକାଙ୍କ ଏହି ନବରାତ୍ର ଉତ୍ସବ ଅବସରରେ ରାଜ୍ୟର କୋଣଅନୁକୋଣରୁ ଆସିଥିବା ଶ୍ରଦ୍ଧାଳୁ ଦେବୀଙ୍କ ନବରାତ୍ର ପୂଜାର ସ୍ୱତନ୍ତ୍ର ଦର୍ଶନ କରିଥିବା ମନ୍ଦିର ସେବାୟତଙ୍କଠାରୁ ପ୍ରକାଶ ।

watch now (subscribe your chanel)
Advertisement

Leave a Reply

Your email address will not be published. Required fields are marked *

error: Content is protected !!