ରେଳଧାରଣା ଉପରେ ଶୋଇ କଥା ହେଉଥିଲେ ଜଣେ ଯୁବତୀ, ଟ୍ରେନ ଆସି ମାଡିଗଲା ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ -: ଆଜିକାଲି ଲୋକମାନେ ମୋବାଇଲରେ କଥାବାର୍ତ୍ତା ହୋବାରେ ଏତେ ବ୍ୟସ୍ତ ରହୁଛନ୍ତି ଯେ, ସେମାନଙ୍କ ଚାରିପାଖରେ କ’ଣ ଘଟୁଛି ସେ ବିଷୟରେ ସେମାନେ ଜାଣିନାରୁନାହାନ୍ତି । ଅନେକ ସମୟରେ ଏଭଳି କିଛି ଘଟଣା ଦେଖିବାକୁ ମିଳୁଛି, ଯେଉଁଠି ଲୋକେ ଫୋନରେ କଥା ହେବା ନିଶାରେ ଅନେକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ।

Advertisement

ଅନେକ ଥର ଲୋକମାନେ ଗାଡି ଚଳାଇବା ସମୟରେ ମୋବାଇଲରେ କଥା ହୋଇ ନିଜ ଜୀବନ ହରାଇଥାନ୍ତି । ଏନେଇ ଅନେକ ଥର ସତର୍କ କରାଯାଇଥିଲେ ବି ଏବେ ଜଣେ ଯୁବତୀଙ୍କ ବେପରୁଆ କାମ ସାମ୍ନାକୁ ଆସିଛି । ମୋବାଇଲରେ କଥା ହେବା ନିଶାରେ ଜଣେ ଯୁବତୀ କରିଥିବା କମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯୁବତୀଜଣକ କଥା ହେବା ପାଇଁ ରେଳ ଧାରଣାରେ ଶୋଇଥିବାର ଭିଡିଓ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଏବେ ଏହା ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଜଣେ ଯୁବତୀ ରେଳ ଧାରଣା ଉପରେ ମୁହଁ ଘୋଡାଇ ଶୋଇଛନ୍ତି ।

ଏହା ପରେ ଏକ ଟ୍ରେନ ଆସି ତାଙ୍କ ଉପର ଦେଇ ଚାଲିଯାଉଛି । ଟ୍ରେନଟି ଯିବା ପରେ ଯୁବତୀଜଣକ ଉଠି ବସିପଡ଼ୁଛନ୍ତି । ଟ୍ରେନଟି ଉପର ଦେଇ ଯିବା ପରେ ବି ଯୁବତୀଜଣକ ଫୋନରେ କଥା ହେବା ଛାଡ଼ୁନାହାନ୍ତି । ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ଦୀପାଂଶୁ କାବ୍ରା ସେୟାର କରିଛନ୍ତି । ଭିଡିଓରେ ଏକ ମଜାଦାର କ୍ୟାପସନ ଦେଇ ସେ ଲେଖିଛନ୍ତି- ଫୋନରେ ଗପସପ ଅଧିକ ଗୁରୁତ୍ୱପୂର୍ଣ୍ଣ । ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଥିବା ବେଳେ ଲୋକମାନେ ଭିଡିଓରେ ମଜାଳିଆ ମନ୍ତବ୍ୟ ଦେବା ଆରମ୍ଭ କରିଛନ୍ତି । ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଯୁବତୀଙ୍କୁ ପଦକ ମିଳିବା ଉଚିତ୍ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!