ଆକାଶରେ ଦେଖାଦେବ ଗୋଲାପୀ ଚନ୍ଦ୍ର, କେବେ ଓ କାହିଁକି ଦେଖାଦେବ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ -: ଶନିବାର ଅର୍ଥାତ ୨୦୨୨ ଏପ୍ରିଲ ୧୬ ରେ ପୂର୍ଣ୍ଣ ଗୋଲାପୀ ଚନ୍ଦ୍ର ଦେଖିବାକୁ ମିଳିବ । ଏହି ସମୟରେ ଗୋଲପ ଫୁଲ ବହୁତ ଫୁଟିଥାଏ । ତେଣୁ ଏହାକୁ ଏପ୍ରିଲର ଫୁଲ କିମ୍ବା ଫିଙ୍କ ମୁନ ବୋଲି କୁହାଯାଇଥାଏ । ଚନ୍ଦ୍ରର ଏହି ରଙ୍ଗ ଆପଣଙ୍କୁ ମଧ୍ୟରାତ୍ରି ପରେ ହିଁ ଦେଖିବାକୁ ମିଳିବ ।

Advertisement

କିନ୍ତୁ ଦୁନିଆର ଭିନ୍ନଭିନ୍ନ ସ୍ଥାନରେ ଲୋକ ଏହାକୁ ଏପ୍ରିଲ ୧୫ରୁ ୧୮ ମଧ୍ୟରେ ଦେଖି ପାରିବେ । ୱାସିଂଟନସ୍ଥିତ ନାସା ମୁଖ୍ୟାଳୟର ସାଇନ୍ସ ମିସନ ଡାଇରେକ୍ଟୋରେଟର ପୋଗ୍ରାମ ଏକ୍ସିକ୍ୟୁଟିଭ ଗାର୍ଡନ ଜାନସନ କହିଛନ୍ତି, ଆମେ ଏହି ଉଇକେଣ୍ଡକୁ ଫୁଲ ମୁନ ଉଇକେଣ୍ଡ କହିପାରିବା । ଏହି ସମୟରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଏକ କାଳ୍ପନିକ ୧୮୦ ଡିଗ୍ରି ଲାଇନରେ ରହିଥାଆନ୍ତି । ଏପ୍ରିଲ ଫୁଲ ମୁନ କିମ୍ବା ଫିଙ୍କ ମୁନର ଆହୁରି ଅନେକ ନାମ ରହିଛି ।

ଯେମିତି କି ସ୍ପ୍ରାଉଟିଙ୍ଗ ଗ୍ରାସ ମୁନ, ଏଗ ମୁନ, ଫିସ ମୁନ ଆଦି । ସେହିପରି ୨୦୨୨ ଜୁନ ୧୪ରେ ସୁପର ଷ୍ଟବେରୀ ମୁନ ଦେଖିବାକୁ ମିଳିବ । ଏହାପରେ ଜୁଲାଇ ୧୩ରେ ସୁପର ବ୍ଲାକ ମୁନ ବି ନଜରକୁ ଆସିବ । ସୁପର ଷ୍ଟବେରୀ ମୁନ ୧୪ ପ୍ରତିଶତ ଓ ସୁପର ବ୍ଲାକ ମୁନ ୭ ପ୍ରତିଶତ ବଡ଼ ଦେଖାଯିବ । ଏଭଳି ଚନ୍ଦ୍ର ଦେଖିବାକୁ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଭରି ରହିଥାଏ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!