ବୋହୁ କରୁଥିଲା ରାସଲିଳା , ଶ୍ୱଶୁର ଦେଖିଦେବାରୁ ଶାବଳ ଭୁଷି ମାରିଦେଲା

ବାଲେଶ୍ୱର -: ବାଲେଶ୍ୱର ଜିଲ୍ଲାର ରେମୁଣା ଥାନା ଅନ୍ତର୍ଗତ ବଡ଼ପାଳ ପଞ୍ଚାୟତ କାକବାରାଇ ଗ୍ରାମରେ ଜଣେ ବୃଦ୍ଧଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବାର ଖବର ମିଳିଛି । ବୃଦ୍ଧଙ୍କ ମୁଣ୍ଡକୁ ଶାବଳରେ ଭୁଷି ହତ୍ୟା କରାଯାଇଥିବା ଜଣାଯାଇଛି । ବୃଦ୍ଧ ଜଣକ ଗତକାଲି ରାତିରେ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ହତ୍ୟା ତାଙ୍କୁ କରିଛି ।

Advertisement

ବୃଦ୍ଧଙ୍କ ଆଖିରେ ଗଭୀର କ୍ଷତ ହୋଇଛି । ମୃତଦେହକୁ ଦେଖିଲା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ମୃତକଙ୍କ ପରିବାର ପକ୍ଷରୁ ରେମୁଣା ଥାନାକୁ ଖବର ଦିଆଯିବା ପରେ ପୁଲିସ ଓ ସାଇଣ୍ଟିିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତକ ହେଲେ ରଘୁନାଥ ଜେନା । ତାଙ୍କର ବୟସ ୭୫ । ତେବେ ସୂଚନା ଅନୁଯାୟୀ, ରଘୁନାଥ ଜେନାଙ୍କ ବଡ଼ ପୁଅ ଓ ବଡ଼ ବୋହୂ ବାହାରେ ରହନ୍ତି । ସାନପୁଅ ଓ ସାନ ବୋହୂ ଗାଁରେ ରହନ୍ତି ।

ଗାଁରେ ସାଧାରଣରେ ଚର୍ଚ୍ଚା ହେଉଛି ଯେ ସାନ ବୋହୂ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ଥିଲା, ଯାହା ସଂପର୍କରେ ଜାଣିବା ପରେ ଶ୍ୱଶୁର ରଘୁନାଥ ଜେନା ଉତକ୍ଷିପ୍ତ ହୋଇଥିଲେ । ବଡ଼ପୁଅକୁ ସବୁ କଥା କହିବେ ବୋଲି ବି ଧମକ ଦେଇଥିଲେ । ଆଜି ବଡ଼ପୁଅ ଘରକୁ ଆସିଥାନ୍ତେ । କିନ୍ତୁ ତା’ପୂର୍ବରୁ ସାନ ବୋହୂ ରାତିରେ ଶାବଳରେ ଭୁଷି ହତ୍ୟା କରିଥିବା କୁହାଯାଉଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!