ନୂଆ ଗେଟ୍‌ଅପରେ ରାନୁ ମଣ୍ଡଳ, ବଧୁବେଶରେ କଚାବାଦାମ… ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ -: ଇଣ୍ଟରନେଟ ସେନସେସନ ରାନୁ ମଣ୍ଡଳଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଯେଉଁଥିରେ ସେ ବଧୂ ବେଶରେ ସଜେଇ ହୋଇଥିବା ନଜର ଆସିଛନ୍ତି । ଫେସବୁକ ଏବଂ ୟୁଟ୍ୟୁବରେ ଭାଇରାଲ ହେଉଥିବା ଏକ ଭିଡିଓରେ ରାନୁ ମଣ୍ଡଳଙ୍କୁ ଏକ ଲାଲ୍ ଶାଢ଼ି ଏବଂ ଅଳଙ୍କାର ପିନ୍ଧି ବଙ୍ଗୀୟ ବଧୂ ଭାବେ ସଜେଇ ହୋଇଥିବା ଦେଖିବାକୁ ମିଳୁଛି ।

Advertisement

ଏହି ଭିଡିଓରେ ସେ ଭାଇରାଲ ବଙ୍ଗାଳୀ ଗୀତ କାଚା ବାଦାମ ଗାଇଥିବାର ବି ଶୁଣିବାକୁ ମିଳୁଛି । ତେବେ ପଶ୍ଚିମବଙ୍ଗର ବାଦାମ ବିକ୍ରେତା ଭୁବନ ବାଦ୍ୟକାରଙ୍କ ଏହି ଗୀତ କିଛି ଦିନ ପୂର୍ବରୁ ଅନଲାଇନରେ ଟ୍ରେଣ୍ଡ କରିଥିଲା । ଭାଇରାଲ ହୋଇଥିବା ଏହି ଭିଡିଓକୁ କିଏ ରେକର୍ଡ କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ପ୍ରତ୍ୟେକ ଥର ପରି ରାନୁ ମଣ୍ଡଳଙ୍କ ଏହି ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି । କିଛିଲୋକ ରାନୁଙ୍କ ଏହି ଭିଡିଓକୁ ନେଇ ଟ୍ରୋଲ ବି କରିଛନ୍ତି ।

ରାନୁ ମଣ୍ଡଳ ହେଉଛନ୍ତି ସେହି ମହିଳା ଯିଏକି ୨୦୧୯ ଅଗଷ୍ଟ ମାସରେ ୧୯୭୨ର ଗୀତ ‘ଏକ ପ୍ୟାର କା ନାଗମା ହୈ’ ଗାଇ ରାତାରାତି ଷ୍ଟାର ପାଲଟିଥିଲେ । ତାଙ୍କୁ ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ଜଣେ ଯୁବ ଇଞ୍ଜିନିୟର ଅତିନ୍ଦ୍ର ଚକ୍ରବର୍ତ୍ତୀ ଦେଖିବା ପରେ ରାନୁଙ୍କ ଗୀତ ଗାଇବା ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା । ରାନୁ ହଠାତ୍ ଲୋକପ୍ରିୟ ହୋଇ ହିମେଶ ରେଶମିଆଙ୍କ ଫିଲ୍ମ ପାଇଁ କିଛି ଗୀତ ଗାଇବାର ସୁଯୋଗ ବି ପାଇଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!