ଇଣ୍ଡିଆ ବୁକସ ରେକର୍ଡରେ ରାମପୁରର ତିନି ବର୍ଷର କୁନିଝିଅ ଦେବାନ୍ସି (video)

କଳାହାଣ୍ଡ(ଜଗୁଲାଲ ମାଝୀ) -: କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକ ଅନ୍ତର୍ଗତ ସ୍ଥାନୀୟ ରାମପୁର ପୋଲିସ ପଡାର ତିନିବର୍ଷର କୁନି ଝିଅର କମାଲ । ସେ ଇଣ୍ଡିଆ ବୁକସ ରେକର୍ଡ କରି ରାମପୁର ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ପିତା ବିକାଶରଞ୍ଜନ ମହାରଣା ଓ ମାତା ରିପି ମହାରଣାଙ୍କ ସୁକନ୍ୟା ଦେବାନ୍ସି ମହାରଣା ଏହି ରେକର୍ଡ କରି ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

Advertisement

ଦେବାନ୍ସି ଇଂରାଜୀ ବର୍ଣ୍ଣମାଳା ,ଶବ୍ଦ ସହ ସାତଟି ମହାଦେଶର ନାମ , ଆଠଟି ଗ୍ରହର ନାମ , ଚାରୋଟି ମନ୍ତ୍ର , ସପ୍ତାହର ବାର ମାନଙ୍କର ନାମ , ଦୁଇଖନ୍ଦା ପାଣିକିଆ ,ଦଶଟି ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର , ଭାରତର ରାଜ୍ୟର ରାଜଧାନୀର ନାମ ଚାରୋଟି ଐତିହାସିକ କୀର୍ତିର ନାମ , ଏଗାରଟି ଜାତୀୟ ସଂକେତର ନାମ ,ଏକୋଇଶ ପଶୁର ନାମ , ଛଟି ପଶୁ ସାବକ , ଦଶଟି କାର୍ଯ୍ୟ ଆଠଟି ଜ୍ୟାମିତିକ ଆକୃତି ଦଶଟି ଫଳ, ନଅଟି ପନିପରିବାର ନାମ ଇତ୍ୟାଦିକୁ ନିର୍ଭୁଲ ଭାବରେ କହି ସେ ଏହି ରେକର୍ଡ ହାସଲ କରିଛନ୍ତି । ଦେବାନ୍ସିଙ୍କ ଏହି ରେକର୍ଡ ପରେ ଅନେକ ଶୁଭେଚ୍ଛାର ସୁଅ ଛୁଟିଛି । ଆଗାମୀ ଦିନରେ ସେ ବହୁତ ଆଗକୁ ଯାଆନ୍ତୁ ଏତିକି ପ୍ରଭୁ ଜଗନ୍ନାଥଙ୍କ ପାଖରେ କାମନା

Advertisement

Leave a Reply

Your email address will not be published. Required fields are marked *

error: Content is protected !!