ଇସ୍ତଫା ଦେଲେ ପିଓକେର ପ୍ରଧାନମନ୍ତ୍ରୀ …

ଲାହୋର -: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଇସ୍ତଫା ଦେବା ପରେ ଏବେ ପାକିସ୍ତାନ ଅଧିକୃତ କଶ୍ମୀର ବା ପିଓକେର ପ୍ରଧାନମନ୍ତ୍ରୀ ସର୍ଦ୍ଦାର ଅବଦୁଲ କାୟୁମ ନିଆଜୀ ଇସ୍ତଫା ଦେଇଛନ୍ତି । ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳରେ ତାଙ୍କ ବିରୁଦ୍ଧରେ ବିଦ୍ରୋହ ପରେ ପାକିସ୍ତାନ ଅଧିକୃତ କାଶ୍ମୀର ପ୍ରଧାନମନ୍ତ୍ରୀ ସର୍ଦ୍ଦାର ଅବଦୁଲ କାୟୁମ ନିଆଜୀ ଇସ୍ତଫା ଦେଇଛନ୍ତି ।

Advertisement

ନିଆଜୀ ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ନିକଟତର ବୋଲି ବିବେଚନା କରାଯାଏ । ଦଳର ୨୫ ଜଣ ସାଂସଦ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଦାଖଲ କରିବା ପରେ ସେ ଇସ୍ତଫା ଦେଇଛନ୍ତି । ସର୍ଦ୍ଦାର ଅବଦୁଲ କାୟୁମ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ ” ପାକିସ୍ତାନ ସମ୍ବିଧାନର ଅନୁଛେଦ ୧୬(୧) ଅନୁଯାୟୀ ମୁଁ ମୋର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି ।” ସେ ଇସ୍ତଫା ପତ୍ରକୁ ପାକିସ୍ତାନ ଅଧିକୃତ କାଶ୍ମୀରର ରାଷ୍ଟ୍ରପତି ସୁଲତାନ ମହମୁଦ ଚୌଧୁରୀଙ୍କ ନିକଟକୁ ପଠାଇଛନ୍ତି ।

ସୂଚନା ଥାଉ କି ଗତ ବର୍ଷ ନିଆଜୀ ପାକିସ୍ତାନ ଅଧିକୃତ କାଶ୍ମୀରର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେତେବେଳେ ହୋଇଥିବା ନିର୍ବାଚନରେ ସମୁଦାୟ ୫୩ଟି ଆସନରୁ ପିଟିଆଇ ୩୨ଟି ଆସନ ଜିତିଥିଲା । ତେବେ ଏହି ନିର୍ବାଚନକୁ ନେଇ ଭାରତ ତୀବ୍ର ବିରୋଧ କରିଥିଲା । ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଥିଲେ ଯେ ଏହି ଭାରତୀୟ ଅଞ୍ଚଳ ଉପରେ ପାକିସ୍ତାନର କୌଣସି ଅଧିକାର ନାହିଁ ଏବଂ ଏହା ବେଆଇନ ଭାବେ ଦଖଲ କରିଥିବା ସମସ୍ତ ଭାରତୀୟ ଅଞ୍ଚଳକୁ ଖାଲି କରିବା ଉଚିତ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!