ରାଜନୈତିକ ଶତ୍ରୁତା ନେଲା ଉଗ୍ରରୁପ, ଚାଲିଗଲା ଜଣଙ୍କ ଜୀବନ

ଅନୁଗୁଳ /ଛେଣ୍ଡିପଦା -: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ଥାନା ଦୁର୍ଗାପୁର ଗ୍ରାମରେ ରାଜନୈତିକ ଶତ୍ରୁତାରୁ ଜଣେ ଶୋଇଥିବା ଯୁବକଙ୍କୁ ଅତି ନୃଶଂସ ଭାବେ ପଡୋଶୀ ଯୁବକ ଟାଙ୍ଗିଆରେ ହାଣି ହତ୍ୟା କରିଛି । ରକ୍ତରଞ୍ଜିତ ଗାଁ ଦାଣ୍ଡ ପିଣ୍ଡିକୁ ଦେଖି ଗ୍ରାମବାସୀଙ୍କୁ ସ୍ତବ୍ଧ କରିଦେଇଛି ।

Advertisement

ରକ୍ତଭିଜା ଟାଙ୍ଗିଆ ଘରେ ରଖି ଫେରାର ହେଉଥିବା ବେଳେ ଜରପଡା ପୁଲିସ ବକଳା ଜଙ୍ଗଲରୁ ହତ୍ୟାକାରୀକୁ ଧରି ତଦନ୍ତ ଚଳାଇଛି । ପୁଲିସ ସୂତ୍ରରୁ ପ୍ରକାଶ ଗତକାଲି ରାତିରେ ଗ୍ରାମରେ ଦଣ୍ଡନୃତ୍ୟ ଚାଲିଥିଲା । ଗ୍ରାମର ସାଗର ପ୍ରଧାନ(୪୨) ଘର ସମ୍ମୁଖ ରାସ୍ତାକୁ ଲାଗି ଜାମୁଗଛ ପିଣ୍ଡିରେ ଶୋଇଥିଲେ । ରାତି ପ୍ରାୟ ସାଢ଼େ ୪ ଟାରେ ଗୋବିନ୍ଦ ସାହୁ(୩୭) ନାମକ ପଡୋଶୀ ଯୁବକ ଟାଙ୍ଗିଆ ଧରି ପିଣ୍ଡି ନିକଟରେ ପହଞ୍ଚି ସାଗର ବେକରେ ଚୋଟ ପକେଇ ହତ୍ୟା କରିଥିଲା । ହତ୍ୟାକାଣ୍ଡ ପରେ ରକ୍ତଭିଜା ଟାଙ୍ଗିଆ ଘରେ ଥୋଇ ଗୋବିନ୍ଦ ଘଟଣାସ୍ଥଳରୁ ଫେରାର ହୋଇଥିଲା ।

watch video

ପରିବାର ଲୋକଙ୍କ ଠାରୁ ଖବରପାଇ ପୁଲିସ ଘଟଣାସ୍ଥଳରୁ ଫେରାର ହତ୍ୟାକାରୀ ଗୋବିନ୍ଦର ପିଛାକରି ୩ ଘଣ୍ଟା ପରେ ବକଳା ଜଙ୍ଗଲରୁ ଉଦ୍ଧାର କରିଛି । ଗୋବିନ୍ଦକୁ ଥାନାରେ ଅଟକ ରଖି ପୋଲିସ ଘଟଣାର ଛାନଭିନ ଚଳେଇଛି । ଉଭୟଙ୍କ ମଧ୍ୟରେ ଗତ ପଞ୍ଚାୟତ ନିର୍ବାଚନରୁ ରାଜନୈତିକ ଶତ୍ରୁତା ରହିଥିଲା । ସାଗର କଂଗ୍ରେସ ସମର୍ôଥତ ଥିବାବେଳେ ଗୋବିନ୍ଦ ବିଜେଡି ସମର୍ôଥତ ଥିଲେ । ନିର୍ବାଚନ ଦିନ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ବଚସା ପୋଲିସ ପର୍ଯ୍ୟନ୍ତ କଥା ଯାଇଥିଲା ।

ସେହିଦିନଠାରୁ ଉଭୟଙ୍କ ମଧ୍ୟରେ ରାଜନୈତିକ ଶତ୍ରୁତା ରହିଥିଲା । ସୁଯୋଗ ଅପେକ୍ଷାରେ ଥିବା ଗୋବିନ୍ଦ ଦଣ୍ଡନୃତ୍ୟ ଓ ଗାଁ ଦାଣ୍ଡ ପିଣ୍ଡିରେ ସାଗର ଶୋଇଥିବା ଦେଖି ହତ୍ୟାକାଣ୍ଡ ଭିଆଇଥିଲା । ହତ୍ୟାକାଣ୍ଡ ପାଇଁ କିଛି ଅସାମାଜିକ ବ୍ୟକ୍ତି ଉସୁକାଇଥିବା ନେଇ ଗ୍ରାମବାସୀମାନଙ୍କର ସନ୍ଦେହ ରହିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!