ଜଳଖିଆ ଦେବାକୁ ଡେରି କରିବାରୁ ବୋହୁକୁ ଗୁଳି କରି ହତ୍ୟା କଲା ଶ୍ୱଶୁର

ମୁମ୍ବାଇ: ଜଳଖିଆ ଦେବାରେ ବିଳମ୍ବ ଯୋଗୁଁ ବୋହୂକୁ ଗୁଳିମାରିଲେ ଶ୍ୱଶୁର । ମହାରାଷ୍ଟ୍ରରେ ଏଭଳି ଏକ ସଂଗୀନ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ବ୍ୟକ୍ତି ତାଙ୍କ ବୋହୂକୁ ଗୁଳି କରି ହତ୍ୟା କରିଥିଲେ । ଗୁଳି ମାରିବା ପରେ ଏବେ ଅଭିଯୁକ୍ତ ଶ୍ୱଶୁର ଫେରାର ଥିବାବେଳେ ପୁଲିସ ତାଙ୍କୁ ଧରିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛି ।

Advertisement

ଏହି ମାମଲା ମହାରାଷ୍ଟ୍ରର ଥାନେ ଜିଲ୍ଲାର ରାବୋଡି ଅଞ୍ଚଳରେ ଘଟିଛି । ପରିବାର ସଦସ୍ୟ ଅଭିଯୁକ୍ତଙ୍କ ବିରୋଧରେ ରାବୋଡି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସର ସୂଚନାନୁସାରେ, ଅଭିଯୁକ୍ତ କାଶୀନାଥ ପାଣ୍ଡୁରାଙ୍ଗ ପାଟିଲ(୭୬) ଜଣେ ବ୍ୟବସାୟୀ । ଗୁରୁବାର ଦିନ ତାଙ୍କ ବୋହୂ ୪୨ ବର୍ଷୀୟ ସୀମା ରାଜେନ୍ଦ୍ର ପରିବାର ପାଇଁ ସକାଳ ଜଳଖିଆ ପ୍ରସ୍ତୁତ କରୁଥିଲେ । ଜଳଖିଆରେ ସାମାନ୍ୟ ବିଳମ୍ବ ଯୋଗୁଁ ଶ୍ୱଶୁର କାଶୀନାଥ ପାଣ୍ଡୁରାଙ୍ଗ ପାଟିଲ ଏତେ ମାତ୍ରାରେ ରାଗିଯାଇଥିଲେ ଯେ ସେ ତାଙ୍କ ସର୍ଭିସ ରିଭଲଭରରୁ ବୋହୂଙ୍କ ଉପରକୁ ଗୁଳି ଚଳାଇଥିଲେ ।

watch now

ଗୁଳିଟି ସୀମାଙ୍କ ପେଟରେ ବାଜିଥିବାବେଳେ ସଙ୍ଗେ ସଙ୍ଗେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲା । ପ୍ରାୟ ୨୦ ଘଣ୍ଟା ଧରି ଜୀବନ ସହ ସଂଗ୍ରାମ କରିବା ପରେ ଶେଷରେ ସୀମାଙ୍କର ମୃତ୍ୟୁ ହୋଇଥିଲା । ପରିବାର ପକ୍ଷରୁ ଅଭିଯୋଗ ପାଇବା ପରେ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପୁଲିସ ଟିମ୍ ଗଠନ କରିଛି । ଆଇପିସି ଏବଂ ଆର୍ମସ୍ ଆକ୍ଟର ଧାରା ୩୦୭ (ହତ୍ୟା ଉଦ୍ୟମ) ଏବଂ ୫୦୬ (ଅପରାଧିକ ଧମକ) ଅନୁଯାୟୀ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!