ବଜାରରେ ମିଳୁଛି ଏହି ବ୍ରାଣ୍ଡର ନକଲି ସର୍ଫ, ସାବଧାନ …

Creat A Revolution

କଟକ -: ବଜାରରେ ମିଳୁଛି ନକଲି ସରଫଏକ୍ସଏଲ । ଯାହା ଦେଖିବାକୁ ଅବିକଳ ବ୍ରାଣ୍ଡ ପରି । ହେଲେ ପ୍ୟାକେଟ ମଧ୍ୟରେ ରହିଛି ନକଲି ସମଗ୍ରୀ । ଯାହାର ଆଜି ପରଦାଫାସ କରିଛି କମିସନରେଟ ପୁଲିସ । ମାଲଗୋଦାମ ଅଞ୍ଚଳରୁ ଏକ ଅଟୋରୁ ଏହି ନକଲି ସରଫଏକ୍ସଏଲର ରୋଲ ଜବତ ହେବା ପରେ ଆରମ୍ଭ ହୋଇଥିଲା ପୁଲିସର ଜୋରଦାର ତଦନ୍ତ ।

Advertisement

ପ୍ରଥମେ ଟାଙ୍ଗି ପରେ ପରେ ସଦର ଖଣ୍ଡେଇତା ଓ ଶେଷରେ ମାହାଙ୍ଗାର ଉମର ବୋଲି ଏକ ଗାଁରେ ଏହି ନକଲି ଡିଟରଜେଣ୍ଟ ତିଆରି ହେଉଥିବା ଖବର ପାଇଥିଲା ପୁଲିସ । ଖବର ପାଇବା ମାତ୍ରେ ସଙ୍ଗେସଙ୍ଗ ଚଢ଼ାଉ ମଧ୍ୟ କରିଥିଲା । ଚଢ଼ାଉ ସମୟରେ ନକଲି ୧୫୪୦ କେଜି ପ୍ୟାକେଟ ସରଫଏକ୍ସଏଲ, ଓ ୧୮୦୦ ଖୋଲା ଗୁଣ୍ଡ ଜବତ କରିଛି ପୁଲିସ । ତେବେ ଜବତ ହୋଇଥିବା ନକଲି ସାମଗ୍ରୀର ଆନୁମାନିକ ମୂଲ୍ୟ ସ୍ପଷ୍ଟ ହୋଇନଥିବା ବେଳେ ଏହି ମାମଲାରେ ଜଣଙ୍କୁ ଅଟକ ରଖିଛି ମାଲଗୋଦାମ ଥାନା ପୁଲିସ ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights