ଦାମୀ ଶାଢୀ ବି ଖୁବ୍ କମ ଦରରେ, ଆପଣଙ୍କ ପାଇଁ ସୁବର୍ଣ୍ଣ ଅଫର …

ଭୁବନେଶ୍ୱର : ଶାଢ଼ିକୁ ବି ସୁନା ପରି ବ୍ୟବହାର ପରେ ବିକ୍ରି କରାଯାଇପାରିବ । ପୁରୁଣା ଶାଢ଼ିରୁ ମନ ପୂରିଗଲେ ତାହାକୁ ବିକି ଦେଇ ନିଜ ଆଲମିରା ପାଇଁ ଆଣିପାରିିବେ ଆପଣଙ୍କ ମନ ପସନ୍ଦର ଶାଢ଼ି । ଏଭଳି ଏକ ସୁବର୍ଣ୍ଣ ସୁଯୋଗ ଯୋଗାଇ ଦେଉଛି ଅନ୍‌ଲାଇନ୍ ଶାଢ଼ି ମାର୍କେଟ ‘ମୋସ୍ ପ୍ରିଲଭଡ’(MOS Preloved) ।

ବେଳେ ବେଳେ ନିଜର କୈାଣସି ଶାଢ଼ି ନିଜକୁ ଆଉ ପିନ୍ଧିବାକୁ ଇଚ୍ଛା ହୁଏନି । ପୁଣି କେବେ ଗୋଟାଏ ଇଭେଣ୍ଟ୍‌ରେ ଶାଢ଼ି ପିନ୍ଧି ସୋସିଆଲ୍ ମିଡିଆରେ ଫଟୋ ଅପ୍‌ଲୋଡ୍ କରିଦେଲେ ଶାଢ଼ି ପୁରୁଣା ହୋଇଯିବା ପରି ଲାଗେ । ସମୟ ଅନୁସାରେ ରୁଚି ବଦଳିଯାଏ, ପୁରୁଣା ଦାମୀ ଶାଢ଼ି ବି ମନକୁ ଛୁଏଁନାହିଁ । ଏଭଳି କିଛି ଶାଢ଼ି ଆମ ଆଲମିରାରେ ପଡ଼ିଥାଏ ଯାହାକୁ ପିନ୍ଧିବାକୁ କେବେ ବି ଇଚ୍ଛା ହୁଏନି ମାତ୍ର ସାଇତିକି ରଖିବାକୁ ପଡ଼େ । ଏହି ସମସ୍ୟାକୁ ଆଉ ସାମ୍ନା କରିବାକୁ ପଡ଼ିବନି । ଆପଣ ଚାହିଁଲେ ନିଜର ଯେକୈାଣସି ଶାଢ଼ିକୁ ଫେସ୍‌ବୁକ୍‌କୁ ଯାଇ ‘ମୋସ୍ ପ୍ରିଲଭଡ’(MOS Preloved) ମାର୍କେଟ୍ ପ୍ଲେସ୍‌ରେ ବିକ୍ରି କରିପାରିବେ । ଖାଲି ସେତିକି ନୁହେଁ,

Advertisement

ଦାମୀ ଦାମୀ ଶାଢ଼ିକୁ ଖୁବ୍ କମ୍ ଟଙ୍କାରେ କିଣି ମଧ୍ୟ ପାରିବେ । ମୋଟାମୋଟୀ କହିବାକୁ ଗଲେ ଦରକାରରେ ଆସୁନଥିବା ଶାଢ଼ିକୁ ଅନ୍ୟ ଲୋକଙ୍କୁ ପିନ୍ଧିବାର ସୁଯୋଗ ଦେବା ଓ ଅନ୍ୟ କାହାର ଲୋଭନୀୟ ଶାଢ଼ିକୁ ଶସ୍ତାରେ କିଣିବାର ସୁଯୋଗର ମାଧ୍ୟମ ହେଉଛି ‘ମୋସ୍ ପ୍ରିଲଭଡ’(MOS Preloved) । ଆପଣ ଯଦି ଏହିଠାରୁ ଶାଢ଼ି କିଣୁଛନ୍ତି ତେବେ ଆପଣଙ୍କୁ ଏହା ମାର୍କେଟ ଦରଠୁ ୫୦-୬୦ ପ୍ରତିଶତ କିମ୍ବା ତା’ଠାରୁ ବି କମ୍ ଟଙ୍କାରେ ମିଳିଯାଇପାରେ । ଶାଢ଼ିକୁ ଭଲପାଉଥିବା ମହିଳାଙ୍କ ଲାଗି ଏହା ଠାରୁ ଭଳି ଭଲ ଖବର ଆଉ କ’ଣ ହୋଇପାରେ !


ଶାଢ଼ିକୁ ନେଇ ଏପରି ଯାଦୁକରୀ କାର୍ଯ୍ୟ ଆରମ୍ଭ କରିଛନ୍ତି ‘ମ୍ୟାଜିକ ଅଫ୍ ଶାଢ଼ି’ର ସିଇଓ ସୁସ୍ମିତା ମିଶ୍ର । ସେ ପ୍ରଥମେ ତାଙ୍କ ଭଉଣୀ ସୁନୀତା ମିଶ୍ରଙ୍କ ସହ ମିଶି ଫେସ୍‌ବୁକ୍‌ରେ ‘ଦ ମ୍ୟାଜିକ୍ ଅଫ୍ ଶାଢ଼ି’ ନାମରେ ଏକ ପେଜ୍ ଖୋଲିଥିଲେ । ସେଥିରେ ସେ ମହିଳାମାନଙ୍କୁ ଶାଢ଼ି ପିନ୍ଧିବା ପାଇଁ ପ୍ରୋତ୍ସାହିତ କରି ଆସୁଥିଲେ । ପରେ ସେ ‘ମୋସ୍ ପ୍ରିଲଭଡ’(MOS Preloved) ନାମକ ଏହି ଅନ୍‌ଲାଇନ୍ ଶାଢ଼ି ମାର୍କେଟ ଖୋଲି ଶାଢ଼ି କିଣାବିକାର ସୁଯୋଗ ସୃଷ୍ଟି କରିଛନ୍ତି । ଏବେ ସୁଦ୍ଧା ପୂରା ବିଶ୍ୱରେ ଏହି ସଂସ୍ଥାର ୩୦ ହଜାର ସଦସ୍ୟ ରହିଛନ୍ତି । ଆପଣ ଭାବୁଥିବେ ଯେ ବିଶେଷ କରି ଭଲ ଶାଢ଼ି କିଣିବା ପାଇଁ ଆର୍ôଥକ କ୍ଷମତା ନଥିବା ଲୋକମାନେ ହିଁ ଏହି ଶାଢ଼ି କିଣୁଥିବେ । ମାତ୍ର ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି କିଣାବିକାରେ ବିଭିନ୍ନ ବର୍ଗର ମହିଳା ସାମିଲ୍ ହୋଇଛନ୍ତି । ଶାଢ଼ି କିଣିବା ପାଇଁ ଆପଣ ‘ମୋସ୍ ପ୍ରିଲଭଡ’ (MOS Preloved) ପେଜ୍‌କୁ ଯାଇ ଅନ୍ୟ ଅନ୍‌ଲାଇନ୍ ସାଇଟ୍‌ରୁ ବରାଦ ଦେବା ପରି ବରାଦ ଦେବେ । ଶାଢ଼ି ବିକିବା ପାଇଁ ସେଲ୍ ଅପ୍‌ସନକୁ କ୍ଲିକ୍ କରି ଠିକଣା ଦେବେ । ତା’ପରେ ଆପଣଙ୍କୁ ନିଜର ଆଇଡି ପ୍ରୁଫ୍ ଦେବାକୁ ହେବ । ଏହାଛଡ଼ା ଶାଢ଼ିର ଏକ ଭଲ ଫଟୋ ବି ଅପଲୋଡ୍ କରିବେ ସେଥିରେ । ଏହା ବ୍ୟତୀତ ନିଜ ଶାଢ଼ି ବିଷୟରେ କିଛି ଗୁଣାତ୍ମକ କଥା ଲେଖି ପୋଷ୍ଟ୍ କରିବେ । ତେବେ ଏହି ଅନ୍‌ଲାଇନ୍ ବ୍ୟବସାୟ ପ୍ରଥମେ ୨୦୨୧ ମସିହା ଜୁଲାଇ ମାସରୁ ଆରମ୍ଭ ହୋଇ ଅଗଷ୍ଟ୍ ମାସରେ ସୋସିଆଲ୍ ମିଡିଆ ଜରିଆରେ ଲୋକଲୋଚନକୁ ଆସିଛି ।

ସୁସ୍ମିତାଙ୍କ ୱେବ୍‌ସାଇଟ୍ www.magicofsarees.com  ଏବଂ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍ @mos_preloved ଜରିଆରେ ଏ ସଂପର୍କରେ ବିଭିନ୍ନ ତଥ୍ୟ ପ୍ରକାଶ କରାଯାଇଛି । ସୁସ୍ମିତା ପାରାଦୀପରେ ତାଙ୍କର ସ୍କୁଲ୍ ଜୀବନ ଶେଷ କରି ରେଭେନ୍ସାରେ ବି.ଏସ୍‌ସି ପୂରା କରିଛନ୍ତି । ପରେ ଏକ୍ସଆଇଏମ୍‌ବିରୁ ଏମବିଏ କରିଛନ୍ତି । ପୂର୍ବରୁ ସେ ଦୁଇ ଦୁଇଟି ନାମୀ କମ୍ପାନିରେ ଚାକିରି କରି ସାରି ମଧ୍ୟ ଶାଢ଼ି ପ୍ରତି ଥିବା ତାଙ୍କର ଅହେତୁକ ଦୁର୍ବଳତା ହେତୁ ସେ ପରବର୍ତ୍ତୀ ମୁହୂର୍ତ୍ତରେ ଏହି ଅଭିନବ ବ୍ୟବସାୟକୁ ଚୟନ କରିଛନ୍ତି । ସେ କହନ୍ତି,‘‘ ଶାଢ଼ି ଏକ ପୁରୁଣାକାଳିଆ ପୋଷାକ ନୁହେଁ, ବରଂ ଜଣେ ନାରୀ ସବୁଠାରୁ ଅଧିକ ସୁନ୍ଦର ଶାଢ଼ିରେ ହିଁ ଦିଶିଥାଏ । ଏହି ବ୍ୟବସାୟରେ ଯୋଡ଼ି ହେଇଥିବା ପ୍ରାୟ ୩୦ ପ୍ରତିଶତ ଶାଢ଼ି ମୋ ନିଜ ପରିବାର ଓ ବନ୍ଧୁଙ୍କର । ଦୁଇ ଦିନ ତଳେ ଜଣେ ମହିଳା ମୈଶୂର କ୍ରେପ୍ ସିଲ୍‌କ, କାଞ୍ଜିବରମ୍‌, ବମକେଇ ସିଲ୍‌କ ଏବଂ କୋଏମ୍ବାଟୁର କଟନ ଶାଢ଼ି ମାତ୍ର ୧୩,୨୦୦ ଟଙ୍କାରେ କିଣିନେଇଛନ୍ତି । ଏଇଥିରୁ ଅନୁମାନ କରନ୍ତୁ କେତେ ଶସ୍ତାରେ ପାଇ ପାରିବେ ମନପସନ୍ଦର ଶାଢ଼ି ।’’

Advertisement

Leave a Reply

Your email address will not be published. Required fields are marked *